ଭାରତରେ ପିଲାଙ୍କ ପାଠପଢାଠୁ ବଳି ଯାଉଛି ବିବାହ ଖର୍ଚ୍ଚ
by Argus News
Sat, Jun 29 | 1:45 p.m.

ଅର୍ଗସ ବ୍ୟୁରୋ: ହୋସ୍‌ ଉଡାଇଦେଲା ରିପୋର୍ଟ । ପିଲାଙ୍କ ପାଠ ପଢାରେ ଯେତିକି ଖର୍ଚ୍ଚ ହେଉନି, ବାହାଘରରେ ତାହାଠୁ ଢେର ଅଧିକ ଖର୍ଚ୍ଚ ହେଉଛି ଟଙ୍କା । ବ୍ରୋକରେଜ୍ ନାମକ ଏକ ସଂସ୍ଥା ପକ୍ଷରୁ କରାଯାଇଥିବା ସର୍ଭେ ରିପୋର୍ଟ ଅନୁଯାୟୀ, ପିଲାଙ୍କ ପାଠ ପଢା ଅପେକ୍ଷା ବାହାଘରରେ ବେଶୀ ଖର୍ଚ୍ଚ ହେଉଛି । ବାହାଘରକୁ ସ୍ମରଣୀୟ କରିବା ପାଇଁ କୋଟି କୋଟି ଟଙ୍କାକୁ ବାଏଁ ବାଏଁ ଉଡାଇ ଦେଉଛନ୍ତି ଖର୍ଚ୍ଚ  ଭାରତୀୟ । ବିଶେଷକରି ବାହାଘରରେ ଗହଣାରେ ଅଧିକ ଖର୍ଚ୍ଚ ହେଉଛି । ଏହାସହ ଭୋଜି, ସଙ୍ଗୀତ, ମେହେନ୍ଦୀ, ଫଟୋ ଭିଡିଓ, ସାଜସଜ୍ଜା, ବ୍ରାଇଡାଲ୍ ଡ୍ରେସ ଆଦିରେ ଖର୍ଚ୍ଚ କରିବାକୁ ଟିକିଏ ବି ପଛଘୁଞ୍ଚା ଦେଉନାହାନ୍ତି । କାରଣ ନିଜ ମ୍ୟାରେଜକୁ ମେମୋରେବଲ୍ ବନାଇବା ପାଇଁ ନିଜ ଲୁକ୍ ରେ କିଛି ବି କମ୍ପରମାଇଜ୍ କରିବାକୁ ଚାହାନ୍ତିନି ଆଜିର ଯୁବପିଢି । ଆଉ ଏଥିପାଇଁ ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରିଥାନ୍ତି । 

ସବୁଠୁ ଅଧିକ ଗହଣାରେ ଖର୍ଚ୍ଚ ହେଉଛି । ରିପୋର୍ଟ ଅନୁଯାୟୀ, 25 ପ୍ରତିଶତ ରାଶି ଗହଣା କିଣାରେ ଲାଗୁଥିବାବେଳେ ଭୋଜିରେ 20 ପ୍ରତିଶତ , ଟେଣ୍ଟ୍ ଓ ଅନ୍ୟାନ୍ୟ ସାଜସଜ୍ଜାରେ 15 ପ୍ରତିଶତ ଖର୍ଚ୍ଚ ହେଉଛି । କହିବାକୁ ଗଲେ ଭାରତୀୟ ବିବାହ ଏବେ ବୃହତ ଶିଳ୍ପ ଭାବେ ଉଭା ହୋଇଛି । ଭାରତୀୟ ବିବାହ ବଜାର ଆମେରିକାଠାରୁ ବଡ ଓ ଚୀନ ଠାରୁ ଟିକେ ଛୋଟ । ଭାରତରେ ବର୍ଷକୁ 8-10 ନିୟୁତ ବିବାହ ସମ୍ପନ୍ନ ହେଉଥିବାବେଳେ ଚୀନ୍ ରେ 7-8 ନିୟୁତ ଏବଂ ଆମେରିକାରେ 2.5 ନିୟୁତ ବିବାହ ହେଉଛି ।   

ମଧ୍ୟବିତ୍ତଙ୍କର ଅବସ୍ଥା ଯାହା, ଧନୀଙ୍କ ଅବସ୍ଥା ବି ତାହା । ଧନୀ ଶ୍ରେଣୀର ଲୋକ ପ୍ରି-ୱେଡିଂ , ପୋଷ୍ଟ ୱେଡିଂ ରେ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି । ଏପରିକି ଧନୀ ଶ୍ରେଣୀର ଲୋକେ କ୍ରୁଜ୍ ବୁକ୍ କରି ସେଠାରେ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଏପରିକି ବିବାହ ସିଜିନ୍‌ରେ ଗହଣା ଓ ପୋଷାକ ଷୋର୍ ଗୁଡିକ ବ୍ୟବସାୟର ପ୍ରମୁଖ ଉତ୍ସ ପାଲଟିଛି । ଏ ତମାମ ଘଟଣାକୁ ଦେଖିଲେ ଲାଗୁଛି ଭାରତରେ ପିଲାଙ୍କ ପାଠ ପଢା ଭବିଷ୍ୟତକୁ ନେଇ ବାପା ମା ଚିନ୍ତା କରନ୍ତି । ପିଲାଙ୍କ ଠାରୁ ଅଭିଭାବକ ବେଶୀ ବ୍ୟସ୍ତ ହୁଅନ୍ତି । ହେଲେ ପାଠ ପଢାରେ ପିଲାଙ୍କ ଭବି,୍ୟତ ଗଢିବାରେ ଯେତିକ ଖର୍ଚ୍ଚ କରୁନାହାନ୍ତି ବାହାଘରରେ ସେତିକି ଟଙ୍କା ଉଡେଇ ଦେଉଛନ୍ତି ।
 

ବ୍ୟବସାୟ ଷ୍ଟଲ
32m ago
ପୁରୀ ବଡଦାଣ୍ଡରେ ବ୍ୟବସାୟ ଷ୍ଟଲ ଲଗାଇବା ମନା
ପୁରୀ: ପୁରୀ ବଡଦାଣ୍ଡରେ ବ୍ୟବସାୟ ଷ୍ଟଲ ଲଗାଇବା ମନା। ଏନେଇ ପୁରୀ ପୌରପାଳିକା ପକ୍ଷରୁ ହାଇକୋର୍ଟରେ ସତ୍ୟପାଠ ମଧ୍ୟ ଦାଖଲ କରାଯାଇଛି। କେବଳ ଜନହିତକାରୀ ଷ୍ଟଲ ଗୁଡିକ ଅସ୍ଥାୟୀ ଭାବରେ ନିର୍ମା
ଶ୍ରୀଜିଉ
11 ଦିନର ନିରବଚ୍ଛିନ୍ନ ସେବା ପରେ ସୁସ୍ଥ ହେଲେ ଶ୍ରୀଜିଉ
ପୁରୀ: 11 ଦିନର ନିରବଚ୍ଛିନ୍ନ ସେବା ପରେ ସୁସ୍ଥ ହେଲେ ଶ୍ରୀଜିଉ । ଗଜପତିଙ୍କୁ ଦିଆଗଲା ମହାପ୍ରଭୁଙ୍କ ସୁସ୍ଥତା ସନ୍ଦେଶ । ଅନବସର ଦ୍ବାଦଶୀରେ ଆଜି ଶ୍ରୀମନ୍ଦିରରେ ରାଜପ୍ରସାଦ ବିଜେ ନୀତ
ହଡ଼ପ
ମିଳିମିଶି ହଡ଼ପ କଲେ ଗରିବ ଶ୍ରମିକଙ୍କର 40 କୋଟିରୁ ଅଧିକ ଟଙ୍କା
ରାୟଗଡ଼ା : ରାୟଗଡ଼ା ଶ୍ରମ ବିଭାଗ କେଳେଙ୍କାରୀରେ ସମ୍ପୃକ୍ତ ତଳୁ ଉପର ବହୁ ଅଧିକାରୀ । ମିଳିମିଶି ହଡ଼ପ କଲେ ଗରିବ ଶ୍ରମିକଙ୍କର 40 କୋଟିରୁ ଅଧିକ ଟଙ୍କା । କେବଳ ଜଣଙ୍କୁ ନିଲମ୍ବନ କରି ଚୁପ