ଦୁର୍ବଳ ହେଉଛି ବିଜେଡି, ସଶକ୍ତ ହେଉଛି ବିଜେପି
by Argus News
Mon, Apr 01 | 6:45 p.m.

ଅର୍ଗସ ବ୍ୟୁରୋ : ନିର୍ବାଚନ ପାଖେଇ ଆସୁଛି, ବିଜେଡିର ଚିନ୍ତା ବଢୁଛି । କାରଣ ଯେଉଁ ସମୟରେ ବିଜେଡି ଅଫିସ୍‌ ଖାଁ ଖାଁ ଲାଗୁଛି, ସେଇ ସମୟରେ ବିଜେପି ଅଫିସ୍‌ କିନ୍ତୁ ସମର୍ଥକ ଓ ଶୁଭେଚ୍ଛୁଙ୍କ ଉପସ୍ଥିତିରେ ଭରପୁର । 

ବିଜେପି ମୁହଁ ଓଡ଼ିଶା ଜନତା । ରାତି ପାହିଲେ ପଦ୍ମ ପୋଖରୀକୁ ଶହଶହ ନେତା ଓ କର୍ମୀ ଯାଉଛନ୍ତି, ସ୍ଵଇଚ୍ଛାରେ ପଦ୍ମ ଧରୁଛନ୍ତି । ସ୍ଥିତି ଏମିତି ହେଲାଣି ଯେ ବିଜେଡିକୁ ଏବେ ଶନିଦଶା ପଡିଲାଣି । କାରଣ ଜଣଙ୍କ ପରେ ଜଣେ ନେତା ଛାଡୁଛନ୍ତି ବିଜୁ ଜନତା ଦଳ । ମାଳମାଳ ଯୋଜନା, ନବୀନ ବ୍ରାଣ୍ଡ ଥିବା ପରେ ବି କିଛି କାମ ଦେଉନି । କାରଣ ଦଳରେ ଥିବା ତୀବ୍ର ଅସନ୍ତୋଷ, ଗୋଷ୍ଠୀ କନ୍ଦଳରେ ଦଳ ଏମିତି ଆକ୍ତାମାକ୍ତ ହେଲାଣି ଯେ କେହି ଆଉ ନିଜକୁ ଏଇଠି ସୁରକ୍ଷିତ ମାନୁନାହାନ୍ତି । ସେଇଥି ଲାଗି ତ ନିଇତି ଦଳ ଛାଡୁଛନ୍ତି ନେତା ।

 

ବିଜେଡିକୁ କାଳ ହେଲା ଗୋଷ୍ଠୀ କନ୍ଦଳ । ସେଇଥି ଲାଗି ତ ଜଣଙ୍କ ପରେ ଜଣେ ନେତା ଦଳକୁ କରୁଛନ୍ତି ବାଏ । ପୂର୍ବରୁ ପୂର୍ବତନ ବିଧାୟକି କି ସାଂସଦ ଦଳ ଛାଡୁଥିବାର ନଜର ଆସିଥିଲା । ହେଲେ ଏବେ ଷ୍ଟାଣ୍ଡିଂ ଏମଏଲଏ ଦଳ ଛାଡୁଛନ୍ତି । ପ୍ରଥମେ ତେଲକୋଇର ବିଧାୟକ ପ୍ରେମାନନ୍ଦ ନାୟକ ପରେ ପରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, କଟକ ସାଂସଦ ଭର୍ତ୍ତୃହରି ମହତାବ ଓ ଶେଷରେ କେନ୍ଦ୍ରାପଡା ସାଂସଦ ବି ଦଳ ଛାଡିଦେଲେ । ପୂରା ଘଟଣାକୁ ଯଦି ତର୍ଜମା କରିବେ ତେବେ ଗୋଟିଏ କଥା ସ୍ପଷ୍ଟ, ନବୀନ ବାବୁଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି ବିଜେଡି କର୍ମୀ କି ନେତା । ସେଇଥି ଲାଗି ତ ଛାଡୁଛନ୍ତି ଦଳ । ତେବେ ସମୟ କହିବ ଆଗାମୀ ଦିନରେ ବିଜେଡି ସ୍ଥିତି କଣ ହେଉଛି ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ