ପାଲଲହଡାରେ ତୀବ୍ର ହେଉଛି ବିଜେଡି ବନାମ ବିଜେଡି କଳି
by Argus News
Wed, Feb 28 | 7:58 p.m.

ଝାରସୁଗୁଡା: ପାଲଲହଡାରେ ତୀବ୍ର ହେଉଛି ବିଜେଡି ବନାମ ବିଜେଡି କଳି । ବିଧାୟକ ମୁକେଶ ପାଲଙ୍କ ବିରୋଧରେ ଅବନୀକାନ୍ତଙ୍କ ସମର୍ଥକଙ୍କ ମେଳି । ବନ୍ଧୁ ମିଳନ ନାଁରେ ମୁକେଶଙ୍କୁ ହଟାଇବାକୁ ବିଜେଡି ନେତାଙ୍କ ଆହ୍ବାନ୍ । ବିଜେଡି- ବିଜେଡି କଳିରେ ବିରୋଧୀ ପକ୍ଷ ହେବେ କି ଲାଭବାନ୍ ?   ସବୁବେଳେ ବିବାଦରେ ରହିଆସିଥିବା ପାଲଲହଡ଼ା ବିଧାୟକ ମୁକେଶ ପାଲଙ୍କୁ ଏବେ ନିଜ ଦଳ ଭିତରେ ବିରୋଧ। 

ବିରୋଧ ଲୁଚାଛପା କି ପରୋକ୍ଷରେ ନୁହେଁ ଖୋଲାଖୋଲି। ବନ୍ଧୁ ମିଳନ ନାଁରେ ପାଲଲହଡ଼ା ସତ୍ୟବନ୍ଧ ପଡ଼ିଆରେ ଏକାଠି ହୋଇଥିଲେ 7 ହଜାରରୁ ଅଧିକ ବିଜେଡି କର୍ମୀ। ତେବେ ଏହି ମେଳି ଦଳକୁ ମଜଭୁତ କରିବା ଉଦ୍ଦେଶରେ ନଥିଲା ଏକମାତ୍ର ଉଦ୍ଦେଶ୍ୟ ଥିଲା ବିଧାୟକ ମୁକେଶ ପାଲଙ୍କୁ ହଟାଇବା। ଦଳର ବହୁ ଛାମୁଆ ନେତା ଓ କର୍ମୀ କୋଲାଖୋଲି ବିଧାୟକଙ୍କ ବିରୋଧରେ ବିଷ ଓଗାଳିଥିଲେ। 

ରାଜ୍ୟ ଖାଦ୍ୟ ଆୟୋଗ ଅଧ୍ୟକ୍ଷ ଅବନିକାନ୍ତ ସାହୁଙ୍କ ଆଖି ଏବେ ପାଲଲହଡ଼ା ନିର୍ବାଚନ ମଣ୍ଡଳୀ ଉପରେ। 3 ବର୍ଷ ହେଲା ସେ ଶ୍ରଦ୍ଧା ସେବା ଟ୍ରଷ୍ଟ ମାଧ୍ୟମରେ ପାଳଲହଡା ନିର୍ବାଚନ ମଣ୍ଡଳୀରେ ନିଜ ସଂଗଠନ କରିଆସୁଛନ୍ତି। ଅବନୀଙ୍କ ବିଧାୟକ ଟିକେଟ୍ ରାସ୍ତାରେ କଣ୍ଟା ବିଧାୟକ ମୁକେଶ ପାଲ। ତେଣୁ କେତେବେଳେ ବନ୍ଧୁ ମିଳନ ତ କେତେ ବେଳେ ସଭା ସମିତି କରି ମୁକେଶଙ୍କୁ ଚ୍ୟାଲେଞ୍ଜ ଦେଇଆସୁଛନ୍ତି ଆବନୀଙ୍କ ସମର୍ଥକ। 

 ପୂର୍ବରୁ ବିଧାୟକ ମୁକେଶ ପାଳଙ୍କ ଓ ସାଂସଦଙ୍କ ମଧ୍ୟରେ ତୁତୁ ମେମେ ହେଉ କି ବିଧାୟକଙ୍କ ବିରୋଧରେ ନାରୀ ନିର୍ଯାତନା ଓ ଦୁର୍ନୀତି ଅଭିଯୋଗ ଏହାକୁ ନେଇ ବିଜେଡିର ଭାବମୂର୍ତ୍ତି ମଳିନ ପଡ଼ିସାରିିଥିବା ବେଳେ ଏବେ ଦଳର ଦୁଇଗୋଷ୍ଠୀ ମଧ୍ୟରେ ତୀବ୍ର କନ୍ଦଳ ଆଗାମୀ ନିର୍ବାଚନରେ ଦଳର ସ୍ଥିତିକୁ ଆହୁରି ଦୁର୍ବଳ କରିଦେବାର ସମ୍ଭାବନା ରହିଛି। ଯାହା ପାଲଲହଡ଼ାରେ ବିରୋଧୀଙ୍କୁ ବେଶ୍ ସୁହାଇପାରେ ବୋଲି ହେଉଛି ଚର୍ଚ୍ଚା। 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ