ବାଜିରେ ଲାଗିଛି ପାଣ୍ଡିଆନଙ୍କ ଭବିଷ୍ୟତ
by Argus News
Mon, May 27 | 8:57 p.m.

ଅର୍ଗସ ବ୍ୟୁରୋ: ନବୀନଙ୍କ ଆଉ ନାହିଁ ସେ ପୁରୁଣା କ୍ରେଜ୍‌, କାମ କରୁଛି ନବୀନ ଜଲୱା । ଯେତେ ଯୋଜନା କଲେ ବି କିଛି କାମ ଦେଉନି କି ଭୋଟରଙ୍କୁ ନିଜ ଆଡକୁ ଟାଣିବା ସମ୍ଭବ ହେଉନି । ଏମିତି ସ୍ଥିତିରେ ଆସି ପହଞ୍ଚିଛି ସାଧାରଣ ନିର୍ବାଚନ । କେମିତି ଚୌକି ବଂଚାଇବେ ନବୀନ ସେଇ ଚିନ୍ତାରେ କଟୁଛି ରାତିଦିନ ।

୨୫ ବର୍ଷ ପରେ ପ୍ରଥମ ଥର ପାଇଁ ପରାଜୟର ସ୍ଵାଦ ଚାଖିବ ବିଜେଡି । ଆଉ କ୍ରେଡ୍‌ଟ ଯିବ ପାଣ୍ଡିଆନଙ୍କ ପାଖକୁ । କାରଣ ତାମିଲନାଡୁରୁ ଆସି ଓଡ଼ିଶାରେ ଯେମିତି ଶାସନ କରିବାକୁ ଅପଚେଷ୍ଟା କଲେ , ଦଳର ଅନେକ ପୁରୁଖା ନେତା ବିରୋଧ କରିବା ପରେ ବି ନବୀନ କାହାରି କଥା ଶୁଣିଲେନି ବରଂ ପାଣ୍ଡିଆନଙ୍କୁ ବିଶ୍ଵାସ କଲେ । ଯାହାର ପରିଣାମ ଭୋଗୁଛି ବିଜେଡି । ଏହାରି ଭିତରେ ବିଜେଡିର ସମ୍ଭାବ୍ୟ ଜୟ ପରାଜୟ ଆକଳନ ଭିତରେ ନବୀନଙ୍କ ଉତ୍ତରାଧିକାରୀ ପାଣ୍ଡିଆନଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା କିନ୍ତୁ ଜୋର ।

ନିକଟରେ ନବୀନଙ୍କ ଅଘୋଷିତ ଉତ୍ତରାଧିକାରୀ ପାଣ୍ଡିଆନ୍ ଦମ୍ଭ ଭରିଥିଲେ, ବିଜେଡିର ଆସନ ସଂଖ୍ୟା ଦୁଇ ତୃତୀୟାଂଶରୁ ତଳକୁ ଖସିଲେ ରାଜନୀତିରୁ ନେବେ ସନ୍ୟାସ । ତେବେ ରାଜନୀତି ବିଶ୍ଳେଷକଙ୍କ ମତରେ ବିଜେଡିର ସିଟ୍ ନମ୍ବର ଯଦି ୯୦ ତଳକୁ ଆସିଯାଏ । ତେବେ ପାଣ୍ଡିଆନଙ୍କ ସନ୍ୟାସ ନେବାର ବାଟ ଆପେଆପେ ଫିଟିଯିବ । ବିଜେଡି ନେତାଙ୍କ ମଧ୍ୟମରେ ପାଣ୍ଡିଆନଙ୍କ ଏକାଧିପତ୍ୟକୁ ନେଇ କୁହୁଳୁଥିବା ଅସନ୍ତୋଷ ବି ଉଗ୍ର ରୂପ ନେବ । ଯାହାର ପରିଣାମ ସ୍ବରୂପ ବେଶୀଦିନ ତିଷ୍ଠିପାରିବନି ବିଜେଡି । ସରକାର ତ ସରକାର ଦଳ ବି ହୋଇଯାଇପାରେ ଇତିହାସ... 

 ଖାଲି ଏତିକି ନୁହେଁ ବରଂ ଏକଥା ବି କହିଛନ୍ତି ରୁବେନ୍ ବାନାର୍ଜୀ, ଯଦି ବିଜୁ ଜନତା ଦଳ ତାର ୨୦୧୯ ର ସ୍ଥିତିକୁ ବଜାୟ ରଖିବାରେ ସକ୍ଷମ ହୁଏ ତାହାଲେ ପାଣ୍ଡିଆନ୍ ବନିବେ ସୁପର ହିରୋ। ନିଜକୁ ଉପମୁଖ୍ୟମନ୍ତ୍ରୀ ପଦରେ ବସାଇ ପୂରା ଦଳ ଓ ସରକାରକୁ ନିୟନ୍ତ୍ରଣ କରିବେ ପାଣ୍ଡିଆନ୍। ତେବେ ଗ୍ରାଉଣ୍ଟର ସ୍ଥିତି କହୁଛି ତଳକୁ ନୁହେଁ ବହୁ ତଳକୁ ଖସିଯିବ ବିଜେଡି । ହେଲେ ଆଉ ସପ୍ତାହେ ପରେ ପୂରା କ୍ଲିୟର ହେବ ପାଣ୍ଡିଆନଙ୍କ ଭବିଷ୍ୟତ ।
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ