ପଥର ତଳେ ଚାପି ହୋଇ ଗଲା ଶ୍ରମିକଙ୍କ ଜୀବନ 
by Argus News
Sat, Mar 30 | 6:49 p.m.

ବୌଦ୍ଧ: ରତ୍ନ ପଥର ଖୋଜା ହେଲା କାଳ । ପଥର ତଳେ ଚାପି ହୋଇ ଗଲା ଶ୍ରମିକଙ୍କ ଜୀବନ । ମୃତକ ହେଲେ ଅନୁଗୁଳ ଜିଲ୍ଲା କିଆକଟା ଥାନା ବରଡାକଟା ଗ୍ରାମର ସୁଶାନ୍ତ ଝାଙ୍କର । ଅଳ୍ପକେ ବର୍ତ୍ତିଲେ ୧୦ ଜଣ ଶ୍ରମିକ । ସୂଚନା ଅନୁଯାୟୀ ବୌଦ୍ଧ ଜିଲ୍ଲାର ମହାନଦୀ କୂଳେ କୂଳେ ରତ୍ନ ପଥର ମାଫିଆ ମାନେ ନିରୀହ ଶ୍ରମିକଙ୍କୁ ନିୟୋଜିତ କରି ରାତି ଦିନ ପଥର ଖୋଜିଥାନ୍ତି । ତେବେ  ଗତକାଲି ବିଳମ୍ବିତ ରାତିରେ ବୌଦ୍ଧ ଥାନା କୁଲାରିକୁଦ ମହାନଦୀ ପଠାରେ ରତ୍ନ ପଥର ଖୋଜିବା ପାଇଁ ୧୦-୧୫ ଜଣ ଶ୍ରମିକ ନିୟୋଜିତ ଥିଲେ । 

ଏକ ବିରାଟକାୟ ପଥର ତଳେ ରତ୍ନ ପଥର ସନ୍ଧାନ ପାଇଁ ଶ୍ରମିକମାନେ  ଯାଇଥିବା ବେଳେ ଜଣେ ଫସି ଯାଇଥିଲେ । ଫଳରେ ବହୁତ ସମୟ ପର୍ଯ୍ୟନ୍ତ ଉଦ୍ଧାର କରି ନପରିବାରୁ ବୌଦ୍ଧ ଦମକଳ ବହିନୀକୁ ଖବର ଦେଇଥିଲେ । ତେବେ ଏକ ବିରାଟକାୟ ପଥରକୁ ହଟାଇବା ଦମକଳ ବାହିନୀ ପକ୍ଷରେ ମଧ୍ୟ ସମ୍ଭବ ହୋଇନଥିଲା । ଫଳରେ ଅକାରଣରେ ଏକ ଶ୍ରମିକଙ୍କ ଜୀବନ ଚାଲିଯାଇଥିଲା । 

ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ କରୁଥିବା ଜଣାପଡ଼ିଛି।  ଅନ୍ୟପଟେ ବାରମ୍ବାର ଏହା ଉପରେ କଟକଣା କରାଯାଇଥିଲେ ବି ରାଜସ୍ୱ ବିଭାଗ ଓ ପୋଲିସ ଆଖି  ଆଗରେ ଏଭଳି କାର୍ଯ୍ୟ ଚାଲୁଛି । ପ୍ରଶାସନ ଓ ପଥର ମାଫିଆଙ୍କ ମଧୁଚନ୍ଦ୍ରିକା ପଦାରେ ପଡିଛି । ଅନ୍ୟପଟେ ଏପର୍ଯ୍ୟନ୍ତ 20ଘଣ୍ଟାରୁ ଅଧିକ ସମୟ ବିତିଯାଇଛି ହେଲେ ଉଦ୍ଧାର ହୋଇ ପାରୁନି ଶ୍ରମିକଙ୍କ ଶବ । ତୁରନ୍ତ ଶବ ଉଦ୍ଧାର କରିବା ପାଇଁ ଦାବି କରିଛନ୍ତି ପରିବାର ଲୋକେ ।

ଆହୁରି ପଢନ୍ତୁ ଓଡିଶା ଖବର...
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ