ସନ୍ଦୀପଙ୍କ ଉପରେ ରାଗି ଖପ୍ପା ହେଲେ ସୁପ୍ରିମକୋର୍ଟ : କହିଲେ, ଏବେ ତୁମ କଥା ଶୁଣିବା ଜରୁରୀ ନୁହେଁ
by Argus News
Fri, Sep 06 | 8:22 p.m.

ଅର୍ଗସ ନ୍ୟୁଜ: ସୁପ୍ରିମକୋର୍ଟଙ୍କ ପକ୍ଷରୁ ସନ୍ଦୀପଙ୍କୁ ଶକ୍ତ ଝଟ୍‌କା । ରୋକଠୋକ କହିଲେ, ସିବିଆଇ କେମିତି ତଦନ୍ତ କରିବ ଆମେ କହିବାର ଆବଶ୍ୟକତା ନାହିଁ । ଏହାସହ ଆପଣଙ୍କ ପକ୍ଷ କୋର୍ଟ ଶୁଣିବା ବର୍ତ୍ତମାନ ସ୍ଥିତିରେ ଜରୁରୀ ନୁହେଁ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏମିତି ଟିପ୍ପଣୀ ପରେ ପୁରା ଦେଶରେ ଏବେ ଚର୍ଚ୍ଚା ଜୋର ।

ବହୁଚର୍ଚ୍ଚିତ କୋଲକତା ଡାକ୍ତର ହତ୍ୟା ଓ ଦୁଷ୍କର୍ମ ମାମଲାରେ ବିବାଦୀୟ ହୋଇଛନ୍ତି ମେଡିକାଲ କଲେଜର ପୂର୍ବତନ ଅଧ୍ୟକ୍ଷ ସନ୍ଦୀପ ଘୋଷ । କାରଣ ତାଙ୍କ ଜାଣତରେ ହିଁ ଏ ସବୁ ଘଟଣା ହୋଇଥିଲା ଏବଂ ମାମଲାକୁ ସେ ଚାପିବାକୁ ଚେଷ୍ଟା କରୁଥିବା ନେଇ ଅଭିଯୋଗ ବି ଆସିଥିଲା । ମାମଲା ବଢିବା ପରେ ସନ୍ଦୀପଙ୍କୁ ପ୍ରଥମେ ନିଲମ୍ବନ କରାଯାଇଥିଲା ପରେ ସିବିଆଇ ଗିରଫ କରିଥିଲା । ତଦନ୍ତ ନେଇ କୋଲକାତା ହାଇକୋର୍ଟ ସିବିଆଇକୁ ଦାୟିତ୍ଵ ଦେବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ହାଇକୋର୍ଟର ରାୟକୁ ବିରୋଧ କରି ସନ୍ଦୀପ ସୁପ୍ରିମକୋର୍ଟର ଦ୍ଵାରସ୍ଥ ହୋଇଥିବା ବେଳେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଛନ୍ତି ।

ସୂଚନା ଅନୁସାରେ,  ସୁପ୍ରିମକୋର୍ଟରେ ଆବେଦନ କରି ଘୋଷ ଜଣାଇଥିଲେ ଯେ ମୁଁ ତଦନ୍ତକୁ ବିରୋଧ କରୁନାହିଁ । କିନ୍ତୁ ଦୁର୍ନୀତି ମାମଲା ସହ ଆରଜି କର ହସ୍ପିଟାଲରେ ହୋଇଥିବା ଦୁଷ୍କର୍ମର ମାମଲାକୁ ଯୋଡ଼ିବା ଉଚିତ୍‌ ନୁହେଁ । ସିବିଆଇକୁ ତଦନ୍ତ ହସ୍ତାନର କରିବା ପୂର୍ବରୁ କଲିକତା ହାଇକୋର୍ଟ ମୋର ପକ୍ଷ ଶୁଣି ନଥିଲେ । ମୁଁ ଚାହୁଁଛି, ଦୁଇ ଭିନ୍ନଭିନ୍ନ ମାମଲାକୁ ଅଲଗା ଅଲଗା ଶୁଣାଣି ହେଉ । ସେପଟେ, ଆବେଦନର ଶୁଣାଣି କରି ମୁଖ୍ୟ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ କହିଥିଲେ, ଘଟଣାରେ କେମିତି ଅନୁସନ୍ଧାନ କରାଯିବା ଉଚିତ୍, ଆମେ ତାହା ସିବିଆଇକୁ କହିବୁ ନାହିଁ  । କୋଲକତା ହାଇକୋର୍ଟ ଏକ ଜନସ୍ଵାର୍ଥ ମାମଲାକୁ ଆଧାର କରି ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଏଣୁ ଏବେ ଆପଣଙ୍କ ପକ୍ଷ ଶୁଣିବା ଜରୁରୀ ନୁହେଁ । 

କୋର୍ଟରେ ଶୁଣାଣି ଭିତରେ ସେଦିନ ଡ୍ୟୁଟିରେ ଥିବା ଡାକ୍ତର ଯେଉଁ ବୟାନ ଦେଲେ ତାହା ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଛି । ଡାକ୍ତର ତାପସ ପ୍ରମାଣିକଙ୍କ ବୟାନ ଅନୁସାରେ,  ଅଗଷ୍ଟ ୯ ତାରିଖ ରାତିରେ ଏମର୍ଜେନ୍ସୀ ବିଭାଗରେ ସେ ଡ୍ୟୁଟି କରୁଥିଲେ । ରାତି ୧୧ଟା ୪୫ମିନିଟରେ କିଛି ଗୋଟିଏ ଘଟଣା ଘଟିଛି ବୋଲି ଗ୍ରୁପରେ ସୂଚନା ପାଇଥିଲେ । ପ୍ରଥମେ ଛାତି ରୋଗ ବିଭାଗରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ସୂଚନା ପାଇଥିଲେ ତାପସ । ହେଲେ ପରଦିନ ସକାଳ ୧୦ଟା ବେଳେ ସେହି ବିଭାଗର ବିଭାଗୀୟ ମୁଖ୍ୟ କହିଥିଲେ, ଜଣେ ପିଜି ଟ୍ରେନି ଡାକ୍ତରଙ୍କ ମୃତ୍ୟୁ ହୋଇଛି । ଏସଓପି ଅନୁସାରେ ମୃତଦେହକୁ ଏମର୍ଜେନ୍ସୀ ବିଭାଗକୁ ଅଣାଯାଇଥିଲା। ପରିବାର ଲୋକଙ୍କୁ କଲ୍ କରି ସୂଚନା ଦିଆଯାଇଥିଲା । ତେବେ ଏତେବଡ଼ ଘଟଣା ଘଟିଥିଲେ ବି କେହି କେମିତି ଜାଣି ପାରିଲେ ନାହିଁ ବୋଲି କହିଛନ୍ତି ତାପସ । ଖାଲି ଏତିକି ନୁହେଁ ବରଂ ମେଡିକାଲ କର୍ତ୍ତୃପକ୍ଷ ଯେଉଁପରି ଭାବରେ ଘଟଣାକୁ ଚପାଇବାକୁ ଚେଷ୍ଟା କଲେ ତାହା ଆଦୌ ଠିକ୍‌ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।
 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ