ତାଞ୍ଜାନିଆରେ ଓଡ଼ିଆ ସମାଜ ପକ୍ଷରୁ ରଥଯାତ୍ରା ପାଳିତ
by Argus News
Tue, Jul 09 | 7:50 a.m.

ଅର୍ଗସ ବ୍ୟୁରୋ:  ପୂର୍ବ ଆଫ୍ରିକାର ତାଞ୍ଜାନିଆରେ ଓଡ଼ିଆ ସମାଜ ପକ୍ଷରୁ ରଥଯାତ୍ରା ପାଳିତ ହୋଇଯାଇଛି I ପୁରୀ ଜଗନ୍ନାଥ ମନ୍ଦିର ପରମ୍ପରା ଅନୁଯାଇ ସମସ୍ତ ରୀତିନୀତି ସହ ଏଠାରେ ରଥଯାତ୍ରା ସମ୍ପନ୍ନ ହୋଇଛି । ଏଥିରେ ଭାଗ ନେଇଛନ୍ତି ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ। ତାଞ୍ଜାନିଆ ଓଡ଼ିଆ ସମାଜର ସମ୍ପାଦକ ବିଜୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରଥଯାତ୍ରା ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଦର୍ ଇଶ ସଲାମ୍ ରେ ଭାରତର ଡେପୁଟି ହାଇ କମିଶନର ମନୋଜ ଭି ବର୍ମା ଯୋଗଦେବା ସହ ମହାପ୍ରଭୁଙ୍କ ରଥରେ ଛେରା ପହଁରା କରିଥିଲେ। ପହଣ୍ଡି ବିଜେ, ଛେରା ପହଁରା, ରଥ ପରିକ୍ରମା, ଆଳତି ପରେ ଆରମ୍ଭ ହୋଇଥିଲା ରଥଯାତ୍ରା। ତା ପରେ ସମସ୍ତେ ପ୍ରସାଦ ସେବନ କରିଥିଲେ। ପ୍ରବାସୀ ଓଡ଼ିଆଙ୍କ ନିମନ୍ତ୍ରଣ କ୍ରମେ ତାଞ୍ଜାନିଆରେ ବସବାସ କରୁଥିବା ବହୁ ଭାରତୀୟ ଓ ସ୍ଥାନୀୟ ଲୋକେ ବି ରଥଯାତ୍ରାରେ ସାମିଲ ହୋଇଥିଲେ I

ଅଧିକ ପଢ଼ନ୍ତୁ ଓଡିଶା ଖବର: 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା