2024ର ପ୍ରଥମ ମନ କି ବାତରେ ମନ କଥା କହିଲେ ପ୍ରଧାନମନ୍ତ୍ରୀ
by Argus News
Sun, Jan 28 | 12:36 p.m.

ଅର୍ଗସ ବ୍ୟୁରୋ:  ଆଜି ପ୍ରଧାନମନ୍ତ୍ରୀଙ୍କ ଚଳିତ ବର୍ଷର ପ୍ରଥମ ମନ କି ବାତ କାର୍ଯ୍ୟକ୍ରମରେ ରେଡିଓ ମାଧ୍ୟମରେ ଦେଶବାସୀଙ୍କ ସହ ଭାବ ବିନିମୟ କରିଛନ୍ତି ପିଏମ୍‌ ମୋଦି । 

2024 ର ପ୍ରଥମ ମନ କି ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ, ବିଦେଶରୁ ଅନେକ ଲୋକଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରାଯାଇଛି । ଯ ଦ୍ୱାରା ଭାରତୀୟ ସଂସ୍କୃତି ଖୁବ ଉଚ୍ଚକୁ ଯାଉଛି । ଫ୍ରାନ୍ସ, ତାଇୱାନ, ମେକ୍ସିକୋ, ଏବଂ ବାଂଲାଦେଶର ନାଗରିକ ମଧ୍ୟ ପଦ୍ମ ସମ୍ମାନରେ ସମ୍ମାନିତ ହୋଇଛନ୍ତି । 

ମୁଁ ଖୁସି ଯେ ଗତ ଦଶନ୍ଧିରେ ପଦ୍ମ ପୁରସ୍କାରର ବ୍ୟବସ୍ଥାରେ ପରିବର୍ତ୍ତନ ଆସିଛି । ବର୍ତ୍ତମାନ ଏହା ଲୋକମାନଙ୍କର ପଦ୍ମ ପାଲଟିଛି । ପଦ୍ମ ସମ୍ମାନ ପ୍ରଦାନ ବ୍ୟବସ୍ଥାରେ ଅନେକ ପରିବର୍ତ୍ତନ କରାଯାଇଛି। ବର୍ତ୍ତମାନ ଲୋକମାନେ ନିଜକୁ ମନୋନୀତ କରିବାର ସୁଯୋଗ ପାଇଛନ୍ତି । ଏହି କାରଣରୁ, 2014 ତୁଳନାରେ, ଚଳିତ ବର୍ଷ ଗ୍ରହଣ କରାଯାଇଥିବା ନାମାଙ୍କନ ସଂଖ୍ୟା 28 ଗୁଣ ଅଧିକ। ଏହା ଦର୍ଶାଏ ଯେ ପଦ୍ମ ପୁରସ୍କାରର ବିଶ୍ୱସନୀୟତା, ପ୍ରତିଷ୍ଠା ଏବଂ ସମ୍ମାନ ପ୍ରତିବର୍ଷ ବୃଦ୍ଧି ପାଉଛି ।

 

ମନ କି ବାତ୍ ରେ ପ୍ରଧାନମନ୍ତ୍ରୀ ଆସାମର 67 ବର୍ଷୀୟ ଯୋଗେଶ୍ୱର ଯାଦବଙ୍କ କଥା ଉଲ୍ଲେଖ କରିଛନ୍ତି । ସମାଜ ସେବା ପାଇଁ ଯୋଗେଶ୍ୱର ଯାଦବ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଛନ୍ତି । ସେ ତାଙ୍କ ପୁରା ଜୀବନ ଆଦିବାସୀ ଲୋକଙ୍କ କଲ୍ୟାଣ ପାଇଁ ନିବୃତ୍ତ କରିଛନ୍ତି । ଜଶପୁରରେ ତାଙ୍କ ଉଦ୍ୟମରେ ଆଶ୍ରମ ସ୍ଥାପନ ହୋଇପାରିଛି । ଯେଉଁଠି ସେ ଆଦିବାସୀ ଲୋକଙ୍କୁ କିପରି ସ୍ୱାସ୍ଥ୍ୟ ଶିକ୍ଷା ଆଦି ମୌଳିକ ଅଧିକାର ବିଷୟରେ ସଚେତନ କରିପାରିଛନ୍ତି ।  

ମିଡିଆ, ହେଟ୍ ଲାଇନ୍, ଖବର କାଗଜଠୁ ଖୁବ ଦୂରରେ ଏମାନେ ସମାଜ ସେବା କରିଛନ୍ତି ।  ଦେଶ ପାଇଁ ଅନକେ କିଛି କରିଛନ୍ତି । 

LIQUOR SEIZED
2m ago
୧୬୧୮ ଲିଟର ମହୁଲିମଦ ଜବତ, ୩୩୦ କୁଇଣ୍ଟାଲ ପୋଚ ନଷ୍ଟ
ଆନନ୍ଦପୁର: ୧୬୧୮ ଲିଟର ମଦ ଜବତ, ୧୩ ମାମଲା ରୁଜୁ । ନିର୍ବାଚନ ସମୟରେ ଆଇନଶୃଙ୍ଖଳାକୁ ଦୃଷ୍ଟିରେ ରଖି କେନ୍ଦୁଝର ଏସ୍‌ପିଙ୍କ ନିର୍ଦେଶ କ୍ରମେ ଆନନ୍ଦପୁର ଏସ୍‌ଡିପି
ଛତିଶଗଡ଼
33m ago
ଛତିଶଗଡ଼ ସୁକମାରେ ଏନକାଉଣ୍ଟର , ଜଣେ ମାଓବାଦୀ ମୃତ
ମାଲକାନଗିରି : ଛତିଶଗଡ଼ ସୁକମାରେ ଏନକାଉଣ୍ଟର । ବଡ଼ଧରଣର ମାଓ ଶିବିର ଉପରେ DRG ଯବାନଙ୍କ ଚଢ଼ଉ । ଟେଟରାଇ ତେଲନାଇ ଜଙ୍ଗଲରେ ଚାଲିଥିଲା ମାଓ ଶିବିର । ଶୁକମାରେ DRG ଯବାନ
ରାସ୍ତାରୋକ
51m ago
ପାଣି ପାଇଁ ଦୁଇଟି ଜାଗାରେ ରାସ୍ତାରୋକ
ବାଲେଶ୍ୱର: ପାଣି ପାଇଁ ରାସ୍ତାରୋକ । ନୀଳଗିରି ବ୍ଲକ ଭଉଁରୀଆବାଡ଼ ପଞ୍ଚାୟତର ତେନ୍ତୁଳାପଡା ଗାଁରେ ପାନୀୟ ଜଳ ସଙ୍କଟ । ସ୍ବଚ୍ଛ ପାଣି ନମିଳିବାରୁ ବାଧ୍ୟ ହୋଇ ଗାଁ ଲୋକ ଗରା, ବାଲ୍ଟ