ନୂଆ ଲୋକସଭାର ପ୍ରଥମ ଅଧିବେଶନରେ ହିନ୍ଦୁଙ୍କୁ ହିଂସ୍ର କହିଲେ ରାହୁଲ ଗାନ୍ଧି
by Argus News
Mon, Jul 01 | 7:31 p.m.

ଅର୍ଗସ ବ୍ୟୁରୋ : ହିଂସ୍ର କି ହିନ୍ଦୁ ସମାଜ ? ହିନ୍ଦୁଙ୍କୁ ନେଇ ଆଜି ସଂସଦରେ ରାହୁଲ ଗାନ୍ଧିଙ୍କ ବୟାନକୁ ନେଇ ସୃଷ୍ଟି ହୋଇଛି ବଡ଼ ବିବାଦ। ନୂଆ ଲୋକସଭାର ପ୍ରଥମ ଅଧିବେଶନ। ସଂସଦରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଚାଲିଥିଲା ଆଲୋଚନା। ବକ୍ତବ୍ୟ ରଖୁଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧି। ସମ୍ବିଧାନର ନାଁ ନେଇ ମୋଦି ସରକାର ଉପରେ ଆକ୍ରମଣ କରୁଥିଲେ। ଆଉ କହୁ କହୁ କହିଦେଲେ ଯେଉଁମାନେ ନିଜକୁ ହିନ୍ଦୁ କହନ୍ତି ସେମାନେ 24 ଘଣ୍ଟା ହିଂସା ଓ ଘୃଣା କରୁଛନ୍ତି। 

ଏହାପରେ ସଦନରେ ଆରମ୍ଭ ହେଲା ଜୋରଦାର ହଙ୍ଗାମା। ରାହୁଲଙ୍କ ବୟାନକୁ ତୀବ୍ର ବିରୋଧ କଲେ ଶାସକ ଦଳ ନେତା। ସ୍ଥିତି ଏମିତି ହେଲା ନିଜ ଆସନରେ ଛିଡ଼ା ହେଲେ ନିଜେ ପ୍ରଧାନମନ୍ତ୍ରୀ। କହିଲେ ପୁରା ହିନ୍ଦୁ ସମାଜକୁ ହିଂସକ କହିବା ଗୁରୁତର କଥା। ହିନ୍ଦୁର ଚରିତ୍ରକୁ ନେଇ ରାହୁଲଙ୍କ ବୟାନ ସଂସଦରେ ସୃଷ୍ଟି କଲା ଅସମ୍ଭାଳ ସ୍ଥିତି । INDI ମେଣ୍ଟ ଓ NDA ସଦସ୍ୟଙ୍କ ମଧ୍ୟରେ ହେଲା ଜୋରଦାର କଥା କଟାକଟି । ଗୃହମନ୍ତ୍ରୀ ଅମିତ୍ ଶାହ କହିଲେ ହିଂସାକୁ କୌଣସି ଧର୍ମ ସହ ଯୋଡ଼ିବା ବଡ଼ ଭୁଲ। ଦେଶକୁ କ୍ଷମା ମାଗନ୍ତୁ ରାହୁ ଗାନ୍ଧି।  ଏତିକି ନୁହେଁ ରାହୁଲଙ୍କ ଦଳକୁ ଟାର୍ଗେଟ୍ କରି ଦେଶରେ ଜରୁରୀ ପରିସ୍ଥିତି କଥା ଉଠାଇଲେ ଅମିତ୍ ଶାହ।

ଅଧିକ ପଢନ୍ତୁ ଭାରତ ଖବର

ହିନ୍ଦୁ ବିରୋଧୀ ଆଭିମୁଖ୍ୟ ପାଇଁ ପୂର୍ବରୁ କଂଗ୍ରେସକୁ ଦେବାକୁ ପଡ଼ିଛି ରାଜନୈତିକ ମୂଲ୍ୟ । 2014 ଓ 2019ରେ ବିରୋଧୀ ଦଳ ନେତା ପଦ ବି ହରାଇ ବସିଥିଲା କଂଗ୍ରେସ। ଏଥର ବି ଲୋକସଭାରେ ତିନି ଅଙ୍କ ଛୁଇଁ ପାରିନାହିଁ ଦେଶକୁ ସର୍ବାଧିକ କାଳ ଶାସନ କରିଥିବା ଦଳ। ୟା ଭିତରେ ଦେଶରେ ସଂଖ୍ୟାଲଘୁ ଧ୍ରୁବୀକରଣ ପାଇଁ ରାହୁଲ ଗାନ୍ଧିଙ୍କ ଷ୍ଟ୍ରାଟେଜି ତାଙ୍କ ଦଳ ପାଇଁ ବୁମେରାଂ ପାଲଟିବ କି ?

FIRE MISHAP
ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ
ଭୁବନେଶ୍ୱର: ପାହାଳ ନିକଟସ୍ଥ ଏକ ଏସି ଓ ଫ୍ରିଜ୍ ଗୋଦାମରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି । ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ଅଗ୍ନିଶ
ଜିଲ୍ଲାପ୍ରଶାସନ
ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲାପ୍ରଶାସନ
କେନ୍ଦ୍ରାପଡା: ଧ୍ରୁବଙ୍କ ସ୍ବାଦ କେଳେଙ୍କାରୀର ତଦନ୍ତ କରିବ ଜିଲ୍ଲା ପ୍ରଶାସନ। ଅର୍ଗସରେ ବାରମ୍ବାର ଖବର ପ୍ରସାରଣ ପରେ ଭାଙ୍ଗିଲା ପ୍ରଶାସନର ନିଦ। ଲୋକଙ୍କ ପ୍ରତିବାଦ ପରେ ଜାଗିଲ
ପିଏମ୍‌ କିଷାନ
କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା
ଅର୍ଗସ ବ୍ୟୁରୋ: କୃଷି ବିଭାଗର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା । ବଢିବ ପିଏମ୍‌ କିଷାନ ହିତାଧିକାରୀଙ୍କ ସଂଖ୍ୟା । କାଳିଆରେ ସାମିଲ କିନ୍ତୁ ପିଏମ୍‌ କିଷାନରୁ ବା