ନଳରେ ଘରକୁ ଜଳ ଯୋଗାଣ ନାଁରେ ଅଢେଇ ଲକ୍ଷ ଲୋକଙ୍କୁ ପ୍ରବଞ୍ଛନା
by Argus News
Sat, Aug 17 | 8:21 a.m.

ଅର୍ଗସ ବ୍ୟୁରୋ:  ଘର ଆଗରେ ଷ୍ଟାଣ୍ଡ ପୋଷ୍ଟ ଲାଗିଛି। କେଉଁ ଷ୍ଟାଣ୍ଡ ପୋଷ୍ଟରେ କଳ ବି ଲାଗିଛି । କିନ୍ତୁ କେଉଁଥିରୁ ବି ଜଳ ବାହାରୁନି। ଏହିପରି ଭାବେ ଭେଡେନ ଓ ବରପାଲି ବ୍ଲକରେ ଘରକୁ ନଳରେ ପାଣି ପହଞ୍ଚାଇବା ନାଁରେ ଚଳୁ କରିଦିଆଯାଇଛି କୋଟି କୋଟି ଟଙ୍କା। ୨୧୫ କୋଟି ଟଙ୍କା ଖର୍ଚ୍ଚରେ ଦୁଇ ବ୍ଲକର ପ୍ରାୟ ଅଢେଇ ଲକ୍ଷ ଲୋକଙ୍କୁ ନଳ ଯୋଗେ ପିଇବା ପାଣି ଯୋଗାଇବାକୁ ଘୋଷଣା କରିଥିଲେ ପୂର୍ବର ବିଜେଡି ସରକାର। ଠିକା ସଂସ୍ଥା କେଇସି କମ୍ପାନୀକୁ ମିଳିଥିଲା କାମ। 2023 ଡିସେମ୍ବର ସୁଦ୍ଧା ପ୍ରକଳ୍ପ ପୂରା ହୋଇ ଭେଡେନ ଓ ବରପାଲି ବ୍ଲକକୁ ପାଣି ପହଞ୍ଚିବା କଥା । କିନ୍ତୁ ୧୯୦ ଟି ଘରକୁ ବି ପାଣି ସଂଯୋଗ ନଦେଇ କମ୍ପାନୀ ଉଠାଇ ନେଇଛି ୧୯୦ କୋଟି ଟଙ୍କା।

 ଏ ବିଷୟରେ ଜିଲ୍ଲା ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ଏସଡିଓଙ୍କୁ ପଚରାଯିବାରୁ ସେ କେଇସି କମ୍ପାନୀକୁ ଦେଇଛନ୍ତି କ୍ଲିନଚିଟ୍ ଆଉ କହିଛନ୍ତି ଟ୍ରାଏଲ ସରିଛି ୬ ଖଣ୍ଡ ଗାଁରେ ଅନବରତ ପାଣି ପହଞ୍ଚୁଛି। ଭେଡେନ ବ୍ଲକର ମହୁଲପାଲି, ଗଣ୍ଡତୁରୁମ, ସିଆଲଖଣ୍ଡହତା, ମେହେନା ଓ ତୁରୁମକୁ ପାନୀୟ ଜଳ ଯୋଗାଣ ହେଉଥିବା କହିଛନ୍ତି ଏସଡିଓ।

ଏସଡିଓଙ୍କ କଥାରେ କେତେ ସତ ରହିଛି ପରଖିବାକୁ ଆମେ ପହଞ୍ଚିଥିଲୁ ସେହି ଗାଁ ଗୁଡ଼ିକରେ। ଆଉ ଗାଁରେ ସ୍ଥିତି କଣ ଆମେ ଆପଣଙ୍କୁ ଦେଖାଇସାରିଛୁ। ଏବେ ଗ୍ରାମବାସୀଙ୍କ ମୁହଁରୁ ଶୁଣନ୍ତୁ ସେମାନେ କଣ କହୁଛନ୍ତି ଘରେ ନଳରେ ଜଳ ପହଞ୍ଚିବା ସମ୍ପର୍କରେ। କାହିଁକି କେଇସି କମ୍ପାନୀର ଦୋଷ ଘୋଡ଼ାଉଛନ୍ତି ଏସଡିଓ ? ଏହା ପଛରେ ରହିଛି ତାଙ୍କର କି ସ୍ବାର୍ଥ ? କାମ ହୋଇନଥିବା ବେଳେ କମ୍ପାନୀକୁ କିଏ ମଞ୍ଜୁର କରିଥିଲା ୧୯୦ କୋଟି ଟଙ୍କା ? ପୂର୍ବ ୫ଟି ସରକାର ଏହା ଥିଲା କି ଟି ଫର ଟ୍ରାନ୍ସପରେନ୍ସୀ ? ଏବେ ସରକାର ବଦଳି ଥିବା ବେଳେ। ଏହି ୧୯୦ କୋଟିର ଦୁର୍ନୀତି ପଛରେ କେଉଁମାନଙ୍କର ରହିଛି ଭୂମିକା ତଦନ୍ତ କରି ନେବେ କି କାର୍ଯ୍ୟାନୁଷ୍ଠାନ ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

ଚଢାଉ
37m ago
ଅଧୀକ୍ଷଣ ଯନ୍ତ୍ରୀଙ୍କ ଘରେ ଚଢାଉ
ବାଲେଶ୍ଵର : ବାଲେଶ୍ଵର ଗ୍ରାମ ନିର୍ମାଣ ମଣ୍ଡଳ ବିଭାଗର ମୁଖ୍ୟ ନିର୍ମାଣ ଯନ୍ତ୍ରୀଙ୍କ କାର୍ଯ୍ୟଳୟରେ ଭିଜିଲାନ୍ସର ଚଢ଼ାଉ । ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଏନ୍ ଭି ହରିହର ରାଓଙ୍କ
ଜମି ହଡ଼ପ ଷଡ଼ଯନ୍ତ୍ର
50m ago
ପୂର୍ବ ବିଜେଡି ସରକାରରେ ଅସାଧୁ କର୍ମଚାରୀଙ୍କ ଜମି ହଡ଼ପ ଷଡ଼ଯନ୍ତ୍ର
ଯାଜପୁର : ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲରେ ଗୋଟିଏ ପରେ ଗୋଟିଏ ଖୋଲୁଛି ଜମି ଦୁର୍ନୀତିର ପୋଲ୍ । ପଦାରେ ପଡୁଛି ଗରିବ ଭୂମିହୀନଙ୍କ ତଣ୍ଟି ଚିପି, କମ୍ପାନୀ ହାତକୁ ଜମି ଟେକିଦେବା
ବ୍ୟାଙ୍କରେ ନିଆଁ
54m ago
ବ୍ୟାଙ୍କରେ ଲାଗିଲା ନିଆଁ,  କାଗଜପତ୍ର ସହ  କମ୍ପ୍ୟୁଟର ଜଳିଗଲା
କେନ୍ଦୁଝର: ବ୍ୟାଙ୍କରେ ଲାଗିଲା ନିଆଁ । ଆନନ୍ଦପୁର ପୌରାଞ୍ଚଳ ଘଷିପୁରା ଥାନା ସାମ୍ନାରେ ଥିବା ଘଷିପୁରା ଷ୍ଟେଟ୍ ବ୍ୟାଙ୍କ ଶାଖାରେ ଅଗ୍ନିକାଣ୍ଡ । ଆଜି ଭୋର ସମୟରେ ଶାଖ