ୟୁଟ୍ୟୁବର ରାଜୁ ଦାସଙ୍କ ନାଁରେ ସାଇବର ଥାନାରେ ଏତଲା ଦେଲା ବଜରଙ୍ଗ ଦଳ
by Argus News
Wed, Nov 08 | 12:31 p.m.

ଅର୍ଗସ ବ୍ୟୁରୋ:  ୟୁଟ୍ୟୁବର ରାଜୁ ଦାସଙ୍କ ନାଁରେ କଟକ ସାଇବର ଥାନାରେ ଏତଲା ଦେଲା ବଜରଙ୍ଗ ଦଳ । ରାଜୁ ଦାସ ଓ ତାଙ୍କ ଚ୍ୟାନେଲ ନାଁରେ ଏତଲା ଦିଆଯାଇଛି । ହିନ୍ଦୁ ଧର୍ମକୁ ଅପମାନିତ କଲାଭଳି ଭିଡିଓ ପୋଷ୍ଟକୁ ନେଇ ଏହି ଏତଲା ଦିଆଯାଇଛି । ସାଧୁ, ସନ୍ଥ, ମହର୍ଷି ଓ ବଜରଙ୍ଗ ଦଳକୁ ଉପହାସ କଲା ପରି ସେ ଭିଡିଓ କରୁଛନ୍ତି । ଯାହା ହିନ୍ଦୁ ଧର୍ମାବଲମ୍ବୀ ବ୍ୟକ୍ତିଙ୍କ ଆସ୍ଥାକୁ ଆଘାତ ଦେଉଛି ।

ଥରେ କି ଦୁଇ ଥରେ ନୁହେଁ ବାରମ୍ବାର ସେ ଏଭଳି ଭିଡିଓ ପୋଷ୍ଟ କରୁଛନ୍ତି ବୋଲି ବଜରଙ୍ଗ ଅଭିଯୋଗ କରିଛି । ତୁରନ୍ତ ଉକ୍ତ ଭିଡିଓକୁ ଡିଲିଟ କରାଯିବା ସହ ରାଜୁ ଦାସଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସାଇବର ଥାନାରେ ଦାବି କରିଛି ବଜରଙ୍ଗ ଦଳ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

BJP
1m ago
ଓଡ଼ିଆ ନେତାଙ୍କ ଦମ୍ ଓଡ଼ିଆ ଭୋଟରଙ୍କ ହାତରେ ତାମିଲ ବାବୁଙ୍କ ଧମକରେ ନୁହେଁ
ଅର୍ଗସ ବ୍ୟୁରୋ : ଓଡ଼ିଶା କ୍ୟାଡର ନୁହେଁ ପଞ୍ଜାବ କ୍ୟାଡରର ଅଫିସର ଥିଲେ ବିଜେଡିର ନୂଆ ନେତା ସାଜିଥିବା ସରକାରୀ ବାବୁ । ବାହାହେବା ପରେ କ୍ୟାଡର ବଦଳି କରି ଓଡ଼ିଶାକୁ ଆସିଥିଲେ ଚାକିରୀ କରିବ
BJP
ଓଡ଼ିଶାରେ ବିଜେପି ୨୧ ରୁ ୨୧ ଲୋକସଭା ଆସନ ଜିତିବ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଅର୍ଗସ ବ୍ୟୁରୋ : ଭୁବନେଶ୍ୱର ଲୋକସଭା କାର୍ଯ୍ୟକର୍ତ୍ତା ବୈଠକରେ ଯୋଗ ଦେଲେ ବିଜେପିର ୫ ହେଭିୱେଟ ନେତା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ
BJD
ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା
ଅର୍ଗସ ବ୍ୟୁରୋ : ନିଜ ଦଳର ସମ୍ବିଧାନକୁ ଭୁଲିଗଲେ କି ବିଜେଡି ନେତା ? ସମ୍ବିଧାନର ସର୍ତ୍ତ ମଦ ପିଉଥିଲେ ମିଳିବନି ବିଜେଡି ସଦସ୍ୟତା ? ଏହି ସମ୍ବିଧାନ ଆଧାରରେ ନିର୍ବାଚନ କମିଶନ ଦେଇଛିନ୍ତ