ଆଜିକାଲିକା ବ୍ୟସ୍ତବହୁଳ ସମୟରେ ସମ୍ପର୍କକୁ କିପାରି ଦୀର୍ଘସ୍ଥାୟୀ କରିବେ
by Argus News
Fri, Mar 01 | 7:30 p.m.

ଅର୍ଗସ ବ୍ୟୁରୋ: କୌଣସି ସମ୍ପର୍କର ମୂଳଦୁଆ ଆରମ୍ଭ ହୋଇଥାଏ ପ୍ରେମ ଏବଂ ବିଶ୍ବାସକୁ ନେଇ। ଯଦି ଏହି ଦୁଇଟିରୁ କୌଣସିଟିରେ ବି ଊଣା ହୁଏ ତେବେ ସମ୍ପର୍କ ଆଗକୁ ବଢ଼ି ନ ଥାଏ। ଆଉ ଏକଥା ସମସ୍ତେ ଜାଣିଛନ୍ତି। ଆଜିକାଲିକା ବ୍ୟସ୍ତବହୁଳ ସମୟରେ ସମ୍ପର୍କକୁ ଦିର୍ଘସ୍ଥାୟୀ କରିବାକୁ ଉଭୟଙ୍କୁ ବୁଝିବାକୁ ପଡ଼ିବ। ନ ହେଲେ ସମ୍ପର୍କ ଗୋଟିଏ ଝଟକାରେ ଭାଙ୍ଗିଯାଏ। ଆପଣ ଭାବୁଥିବେ ନା ମୁଁ ସମ୍ପର୍କକୁ ନେଇ ଆଜି ଏମିତି ଜ୍ଞାନ ଦେଉଛି। ନା ନା ଦର୍ଶକବନ୍ଧୁ ଜମାବି ସେମିତି ଭାବନ୍ତୁନି। ମୁଁ ଆପଣଙ୍କୁ ଆପଣଙ୍କ ରିଲେଶନସିପ କେମିତି ଚାଲିଛି ଦୁଇ ମିନିଟ ଆଖି ବନ୍ଦ କରି ଭାବିବା ପାଇଁ କହୁଛି। ତା'ପରେ ନିଶ୍ଚିତ ଆପଣ ପ୍ରଶ୍ନର ଉତ୍ତର ପାଇଯିବେ। 

ଏବେ ଯେଉଁ ସମ୍ପର୍କ ଦେଖ ସବୁଠି ପଜେଜିଭ। ଝଗଡ଼ା କିନ୍ତୁ କାହିଁକି କହିଲେ କାରଣ ଆମେ ଭାବନ୍ତି ଯେ, ଗୋଟିଏ ସମ୍ପର୍କ ଯଦି ବହୁ ଦିନର ହୋଇଯାଏ ତା'ପରେ ଆମେ ସେହି ସମ୍ପର୍କକୁ ଅଣଦେଖା କରନ୍ତି ଯେଉଁଥିପାଇଁ ରିଲେଶନସିପ ମଧ୍ୟରେ ମତାନ୍ତର ଏବଂ ମନାନ୍ତର ଘଟେ। ବିବାହ ପରେ ପ୍ରାୟ ନିୟୁଲି ମ୍ୟାରେଡ କପଲଙ୍କୁ ନୂଆ ନୂଆ ଚ୍ୟାଲେଞ୍ଜର ସାମ୍ନା ହେବାକୁ ପଡ଼ିଥାଏ। ଏକାସାଙ୍ଗରେ ହଠାତ ଜଣେ ଆଉ ଜଣଙ୍କ ଜୀବନରେ ପ୍ରବେଶ କରିଥିବାରୁ ଦୁହିଁଙ୍କୁ adjust କରିବାକୁ ସମୟ ଲାଗେ। ତେବେ ଖାଲି ଆରେଞ୍ଜ ମ୍ୟାରେଞ୍ଜରେ ପ୍ରୋବ୍ଲେମ ଆସେ ସେମିତି ନୁହେଁ ଲଭ ମ୍ୟାରେଜରେ ମଧ୍ୟ ବହୁତ ପରିସ୍ଥିତିର ସାମ୍ନା କରିବାକୁ ପଡ଼େ। ତେବେ ଆମେ ଯଦି ସବୁବେଳେ ଭାଙ୍ଗି ନ ପଡ଼ି ପରିସ୍ଥିତି ସହ ଖାପଖୁଆଇବାକୁ ଚେଷ୍ଟା କରିବା ତାହାଲେ ଦେଖିବେ ଆପଣଙ୍କ ସବୁ ସମ୍ପର୍କ ସୁନ୍ଦର ଭାବେ ଗତି କରିବ। 

ଦିନକୁ ଦିନ ଛାଡ଼ପତ୍ର ସହ ଏକୁଟିଆ ରହିବା ମାମଲା ବଢ଼ି ବଢ଼ି ଚାଲିଛି। ଯାହାର କାରଣ ତ ବହୁତ ରହିଛି। ଗୋଟିଏ କାରଣ ହେଉଛି ଆଜିକାଲିକା କପଲ ନିଜ ରିଲେଶନସିପକୁ ନେଇ ଓଭର ସ୍ମାର୍ଟ ଏବଂ ଇଣ୍ଡିପେଣ୍ଡେଣ୍ଟ ହୋଇଥାନ୍ତି। ଯେଉଁଥିପାଇଁ ଛୋଟ ଛୋଟ କଥାରେ ବି କମ୍ପରମାଇଜ କରିବାକୁ ନାରାଜ।  ଯଦି ସମ୍ପର୍କ ମଧ୍ୟରେ ଭଲ ପାଇବା ନ ମିଳୁଛି ବହୁ କର୍ପୋରେଟ ସେକ୍ଟରରେ ଆପଣ ଦେଖିବେ extra marital affair ଚାଲିଛି। ଆଜି ଆମେ ଆପଣଙ୍କୁ ଇନସିକ୍ବରିଟି ବିଷୟରେ କିଛି ଇନଫର୍ମେଶନ ଦେବୁ ଭେବୁଛି ଆପଣ ଯଦି ଏହାକୁ ଆପଣଙ୍କ ରିଲେଶନସିପରେ କନେକ୍ଟ କରୁଛନ୍ତି ନିଶ୍ଚିତ ଆପଣଙ୍କ ସମ୍ପର୍କରେ ସୁଧାର ଆସିବ
ପୁରୁଣା ଝଗଡାକୁ ନେଇ ନିଜ ବୈବାହିକ ଜୀବନ ମଧ୍ୟକୁ ଆଣନ୍ତୁ ନାହିଁ। କାରଣ ପୁରୁଣା କଥା ବାରମ୍ବାର ଆଣିଲେ ନିଶ୍ଚିତ ଏକ ବଡ଼ ଝଗଡ଼ା ହୋଇଥାଏ। ଯାହାର ବୋଧେ କିଛି ମୂଲ୍ୟ ନାହିଁ। 

ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଅନ୍ୟମାନଙ୍କୁ priority ଦେବା ଭଲ କଥା କିନ୍ତୁ ଯଦି ଆପଣଙ୍କ ପାର୍ଟନର ନିଜଠୁ ବି ଅଧିକ ଆପଣଙ୍କୁ ଭଲ ପାଇବା ସହ ଆପଣଙ୍କର କେୟାର କରୁଛି। ତାହାଲେ ତାର ଭଲ ପାଇବା ଆପଣଙ୍କୁ ବୁଝିବାକୁ ପଡ଼ିବ। ନଚେତ ଏକ ସୁନ୍ଦର ସମ୍ପର୍କକୁ ଭାଙ୍ଗିବାକୁ ବେଶୀ ସମୟ ଲାଗିବନି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ