ବଢିଲା ସର୍ବନିମ୍ନ ମଜୁରୀ , କୁଶଳୀ ମଜୁରୀ 392ରୁ 500 କୁ ବୃଦ୍ଧି
by Argus News
Wed, Jul 10 | 2:56 p.m.

ଭୁବନେଶ୍ୱର: 5ଟି ପ୍ରସ୍ତାବରେ କ୍ୟାବିନେଟ ମୋହର । ରାଜ୍ୟ କ୍ୟାବିନେଟର ବୈଠକ ଶେଷ । ସର୍ବନିମ୍ନ ମଜୁରୀରେ ସଂଶୋଧନ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିଲା ଭୈଠକ । ସର୍ବନିମ୍ନ ମଜୁରୀ ବୃଦ୍ଧି ନେଇ ରାଜ୍ୟ କ୍ୟାବିନେଟରେ ମଂଜୁରୀ ହୋଇଛି । ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ ଓ ଉଚ୍ଚକୁଶଳୀଙ୍କ ମଜୁରୀ ବଢିଲା । ଅଣକୁଶଳୀ ମଜୁରୀ 352 ରୁ 450 ଟଙ୍କାକୁ ବଢିଲା । କୁଶଳୀ ମଜୁରୀ 392ରୁ 500 କୁ ବୃଦ୍ଧି ହେଲା । ଉଚ୍ଚ କୁଶଳୀ 502 ରୁ 600 କୁ ବୃଦ୍ଧି ନେଇ ନିଷ୍ପତ୍ତି ହୋଇଛି । 


ସେହିପରି ଓଡ଼ିଆ ଅସ୍ମିତା ପାଇଁ ୨ଶହ କୋଟିର କର୍ପସ ପାଣ୍ଠିକୁ ମଂଜୁରୀ ହୋଇଛି । ଓଡ଼ିଆ ଅସ୍ମିତା ଭବନ ନିର୍ମାଣ, ଓଡ଼ିଆ ଅନୁବାଦ ଏକାଡେମୀ ପ୍ରତିଷ୍ଠା ହେବ । ତାଳପତ୍ର ପୋଥି ସଂଗ୍ରହାଳୟ, ବିଭିନ୍ନ ୟୁନିଭର୍ସିଟିରେ ଓଡ଼ିଆ ଚେୟାର ପ୍ରତିଷ୍ଠା ହେବ । ବାଲିଯାତ୍ରାକୁ ଅନ୍ତର୍ଜାତୀୟ ମାନ୍ୟତା ପ୍ରଦାନ ପ୍ରଚେଷ୍ଟା କରାଯିବ ।

 
ଜୁନ ୧୨ରେ ନୂଆ ସରକାର ଶପଥ ନେବା ପରେ ପ୍ରଥମ କ୍ୟାବିନେଟ ବୈଠକ ବସିଥିଲା । ଶ୍ରୀମନ୍ଦିର ଚାରି ଦ୍ଵାରା ଖୋଲିବା, ଧାନ କୁଇଣ୍ଟାଲ 3100 ଟଙ୍କା, ଶ୍ରୀମନ୍ଦିର ପାଇଁ କର୍ପସ ଫଣ୍ଡ, ସୁଭଦ୍ରା ଯୋଜନା ଭଳି ବଡ଼ ନିଷ୍ପତି ନେଇଥିଲା ବିଜେପି ସରକାର । ତେଣୁ ଆଜି ଦ୍ବିତୀୟ କ୍ୟାବିନେଟରେ ସରକାର ଏହି ବଡ଼ ଘୋଷଣା କରିଛନ୍ତି । 

ଆହୁରି ପଢନ୍ତୁ ଓଡିଶା ଖବର...
 

କଂଗ୍ରେସକୁ
କଂଗ୍ରେସକୁ ଜୋରଦାର୍‌ ଝଟ୍‌କା: ଏନସିପିରେ ଯୋଗ ଦେଲେ ବାବା ସିଦ୍ଦିକିଙ୍କ ପୁଅ
ଅର୍ଗସ ବ୍ୟୁରୋ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ବଡ଼ ଝଟ୍‌କା ଲାଗିଛି। ତାଙ୍କ ପିତାଙ୍କ ପଥ ଅନୁସରଣ କରି ବରିଷ୍ଠ କଂଗ୍ରେସ ନେତା ବାବା ସିଦ୍ଦିକିଙ୍କ ପୁ
ସଡକ ଦୁର୍ଘଟଣାରେ
ସଡକ ଦୁର୍ଘଟଣାରେ ଯୁବକ ମୃତ
ଅର୍ଗସ ବ୍ୟୁରୋ: ଖଲ୍ଲିକୋଟ ଥାନା ଅନ୍ତର୍ଗତ ଆଇତିପୁର ପଞ୍ଚାୟତର ବଡଖେତା ଗ୍ରାମର ରାଜେଶ ମିଶ୍ର ଓରଫ ମୁନା ଆଜି ଆଇତିପୁର ଗ୍ରାମରୁ ଏକ ସ୍କୁଟି ଚଲାଇ ଦେବୀଝର ଅଭିମୁଖେ ଯାଉଥିଲେ। ତେବ
କୋହଲିଙ୍କୁ
କୋହଲିଙ୍କୁ ନଚାଉଛନ୍ତି ସ୍ପିନର୍ସ: ୨୬ ପାଳିରେ ୨୧ଥର ଆଉଟ୍‌
ଅର୍ଗସ ବ୍ୟୁରୋ: ପୁଣେର ମହାରାଷ୍ଟ୍ର କ୍ରିକେଟ୍ ଆସୋସିଏସନ୍ ଷ୍ଟାଡିୟମ୍‌ରେ ଖେଳାଯାଉଛି ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ତିନି ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ । ଶୁକ୍ରବା