ଭାରତ ଏବଂ ବାଂଲାଦେଶ ଟେଷ୍ଟ: ମାଷ୍ଟରପ୍ଲାନ ବିଷୟରେ କହିଲେ ରୋହିତ
by Argus News
Thu, Sep 19 | 12:04 p.m.

ଅର୍ଗସ ବ୍ୟୁରୋ: ଭାରତ ଏବଂ ବାଂଲାଦେଶ ମଧ୍ୟରେ ୨ ଟିକିଆ ଟେଷ୍ଟ ମ୍ୟାଚ୍ କ୍ରିକେଟ୍ ସିରିଜ୍ ଆରମ୍ଭ ହୋଇଛି। ଚେନ୍ନାଇର ଚେପାକ୍ ଗ୍ରାଉଣ୍ଡରେ ଉଭୟ ଦଳ ପରସ୍ପର ସହ ମୁହାଁମୁହିଁ ହୋଇଛନ୍ତି। ଏହି ମ୍ୟାଚ୍‌ରେ ବାଂଲାଦେଶ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି ଏବଂ ଭାରତୀୟ କ୍ରିକେଟ୍ ଦଳ ପ୍ରଥମେ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଛି। ମ୍ୟାଚ୍‌ରେ ଟସ୍ ହାରିବା ପରେ ଟିମ୍ ଇଣ୍ଡିଆର ଅଧିନାୟକ ରୋହିତ ଶର୍ମା ତାଙ୍କ ମାଷ୍ଟରପ୍ଲାନ ବିଷୟରେ କହିଛନ୍ତି।
ପ୍ରଥମେ ବୋଲିଂ କରିଥାନ୍ତେ। ପିଚରେ ଆର୍ଦ୍ରତା ଅଛି, ଯାହା ବ୍ୟାଟିଂ ସ୍ଥିତିକୁ ଚ୍ୟାଲେଞ୍ଜ କରିବ। ତଥାପି, ଆମେ ଭଲ ପ୍ରସ୍ତୁତି କରିଛୁ। ଦଳର ଦକ୍ଷତା ଉପରେ ମୋର ସମ୍ପୂର୍ଣ୍ଣ ଆତ୍ମବିଶ୍ୱାସ ରହିଛି।

ଆମେ କିପରି ଖେଳିବୁ ତାହା ଆମକୁ ଜଣା। ରୋହିତ ଶର୍ମା ତାଙ୍କ ମାଷ୍ଟରପ୍ଲାନ ବିଷୟରେ ଆହୁରି ପ୍ରକାଶ କରି କହିଛନ୍ତି ଯେ ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ଭାରତକୁ ୧୦ଟି ମ୍ୟାଚ ଖେଳିବାକୁ ପଡିବ। ପ୍ରତ୍ୟେକ ମ୍ୟାଚ୍ ଗୁରୁତ୍ୱପୂର୍ଣ୍ଣ। କିନ୍ତୁ ଆମ ସାମ୍ନାରେ କଣ ଅଛି ତାହା ଉପରେ ଧ୍ୟାନ ଦେବାକୁ ପଡିବ ।
ବାଂଲାଦେଶ କ୍ରିକେଟ୍ ଦଳର ଅଧିନାୟକ ନଜମୁଲ ହୁସେନ୍ ଶାନ୍ତୋ ଟସ୍ ଜିତିବା ପରେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ସେ କହିଛନ୍ତି ଯେ ସେ ପ୍ରଥମେ ବୋଲିଂ କରିବାକୁ ଚାହୁଁଛନ୍ତି କାରଣ ୱିକେଟ୍‌ରେ ଆର୍ଦ୍ରତା ଅଛି ଏବଂ ସେ ଏହାର ଫାଇଦା ନେବାକୁ ଚାହୁଁଛନ୍ତି।

ଟିମ୍ ଇଣ୍ଡିଆ ସ୍କ୍ବାଡ୍: ରୋହିତ ଶର୍ମା (ଅଧିନାୟକ), ଯଶସ୍ୱୀ ଜୟସ୍ବାଲ, ଶୁବମନ ଗିଲ, ବିରାଟ କୋହଲି, କେ.ଏଲ୍ ରାହୁଲ, ଋଷଭ ପନ୍ତ (ୱିକେଟ୍ କିପର), ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନ, ଯଶପ୍ରୀତ ବୁମରା, ଆକାଶ ଦୀପ ଏବଂ ମହମ୍ମଦ ସିରାଜ।

ବାଂଲାଦେଶ ସ୍କ୍ବାଡ୍: ଶାଦମାନ ଇସଲାମ, ଜାକିର ହାସନ, ନାଜମୁଲ ହୁସେନ ଶାନ୍ତୋ (ଅଧିନାୟକ), ମୋମିନୁଲ ହକ, ମୁଶଫିକୁର ରହୀମ, ଶାକିବ ଅଲ ହାସନ, ଲିଟନ ଦାସ (ୱିକେଟ୍ କିପର), ମେହେନ୍ଦି ହାସନ ମିରାଜ, ତସ୍କିନ୍ ଅହମ୍ମଦ, ହାସନ ମହମୁଦ ଏବଂ ନାହିଦ ରାଣା।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ବାଲେଶ୍ବର ବନ୍ୟା
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ