ଭାରତ-ଅଷ୍ଟ୍ରେଲିଆ ୫ମ ଟି-୨୦ ମ୍ୟାଚ: ଅଷ୍ଟ୍ରେଲିଆକୁ ୬ରନରେ ହରାଇଲା
by Argus News
Mon, Dec 04 | 12:24 p.m.

ଅର୍ଗସ ବ୍ୟୁରୋ: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜର ପଞ୍ଚମ ଏବଂ ଅନ୍ତିମ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରବିବାର ଖେଳାଯାଇଥିଲା।  ଭାରତୀୟ ଦଳ କଙ୍ଗାରୁଙ୍କୁ ଧୂଳି ଚଟାଇବାରେ ସକ୍ଷମ ହୋଇଛି। ୬ ରନରେ ଭାରତ ଦଳ ଏହି ସିରିଜକୁ ନିଜ ନାଁରେ କବଜା କରିଛି। ଅଷ୍ଟ୍ରେଲିଆ ଦଳ ଜିତିବାକୁ ୧୬୧ ରନର ଟାର୍ଗେଟ ଦେଇଥିଲା। ଅଷ୍ଟ୍ରେଲିଆ ଦଳ ୮ ଓ୍ବିକେଟରେ ୧୫୪ ରନ ବନାଇବାରେ ସକ୍ଷମ ହୋଇଛି। 

ପ୍ରଥମ ୩ ମ୍ୟାଚ୍‌ରେ ଉଭୟ ଦଳ ୨୦୦ରୁ ଊର୍ଦ୍ଧ୍ବ ରନ୍‌ କରିଥିଲେ। ଦୁଇଟିରେ ଭାରତ ପଶ୍ଚାତ୍‌ଧାବନ ଓ ଡିଫେଣ୍ଡ୍ କରି ମଧ୍ୟ ଜିତିଥିଲା। ତୃତୀୟଟିରେ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ୪୭ ବଲ୍ ଶତକ ପାଇଁ ଭାରତ ୨୨୨ ରନ୍‌ କରି ମଧ୍ୟ ହାରିଯାଇଥିଲା। ଶେଷ ଦୁଇ ମ୍ୟାଚ୍‌ କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ ଥିଲା। ଉଭୟ ଥର ଭାରତ ଛୋଟ ସ୍କୋର୍‌ କରି ମଧ୍ୟ ଏହାକୁ ସୁରକ୍ଷିତ ରଖି ମ୍ୟାଚ୍ ଜିତି ନେଇଛି। ଏଥି ସହ ଅଷ୍ଟ୍ରେଲିଆ ବିପକ୍ଷ ୫ ମ୍ୟାଚ୍ ଟ୍ବେଣ୍ଟି-୨୦ ଶୃଙ୍ଖଳାକୁ ଭାରତ ୪-୧ ବ୍ୟବଧାନରେ ଜିତି ଦିନିକିଆ ବିଶ୍ବକପ୍‌ ଫାଇନାଲ୍ ପରାଜୟର ଗ୍ଲାନିକୁ କିଛି ମାତ୍ରାରେ ଦୂର କରିଛି। ବିଶେଷ କରି ଯୁବ ଖେଳାଳିଙ୍କୁ ନେଇ ଗଠିତ ସୂର୍ଯ୍ୟକୁମାର ଯାଦବଙ୍କ ଦଳର ଏହି ବିଜୟ ଆସନ୍ତା ବର୍ଷର ଟ୍ବେଣ୍ଟି-୨୦ ବିଶ୍ବକପ୍‌ ପାଇଁ ଅନେକ ମହତ୍ବ ରଖିଛି। 

ଭାରତ କ୍ରମାଗତ ମ୍ୟାଚ୍‌ରେ ଟସ୍ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରିତ ହୋଇଥିଲା। ଯଶସ୍ବୀ ଜୟସ୍ବାଲ ଓ ଋତୁରାଜ ଗାଏକ୍ବାଡ୍‌ ଭଲ ଆରମ୍ଭ କରିଥିଲେ ମଧ୍ୟ ପଞ୍ଚମ ଓଭର ବେଳକୁ ଉଭୟ ପ୍ୟାଭିଲିଅନ୍‌ ଫେରିଯାଇଥିଲେ। ଫଳରେ ପାୱାର ପ୍ଲେ ୬ ଓଭର ସୁଦ୍ଧା ଭାରତ ୪୨/୨ ସ୍ଥିତିରେ ରହିଥିଲା। ଏହା ପରେ ସୂର୍ଯ୍ୟକୁମାର ଯାଦବ ଓ ରିଙ୍କୁ ସିଂହ ମଧ୍ୟ ଶସ୍ତାରେ ଆଉଟ୍ ହୋଇଯିବା ଭାରତକୁ ଚାପରେ ପକାଇଥିଲା। ତେବେ ଶ୍ରେୟସ ଆୟରଙ୍କ ସହ ମିଶି ଜ‌ିତେଶ ଶର୍ମା ଓ ଅକ୍ଷର ପଟେଲ୍‌ ଗଢ଼ିଥିବା ଦୁଇଟି ଛୋଟ ଛୋଟ ଭାଗୀଦାରି କାରଣରୁ ଭାରତ ୧୬୦ ରନ୍‌ରେ ପହଞ୍ଚିପାରିଥିଲା। ଶ୍ରେୟସ ଆୟର ୩୬ ବଲ୍‌ରୁ ଅର୍ଦ୍ଧଶତକ ହାସଲ କରିବା ମାତ୍ରେ ଆଉଟ୍ ହୋଇଯାଇଥିଲେ। ଜ‌ିତେଶ ୧୬ ବଲ୍‌ରୁ ୨୪ ଓ ଅକ୍ଷର ୨୧ ବଲ୍‌ରୁ ୩୧ ରନ୍‌ କରିବାରୁ ଏହା ସମ୍ଭବ ହୋଇଥିଲା।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ