ଇଣ୍ଡିଆ-ଇଂଲଣ୍ଡ ସେମି ଟକ୍କର, ଜିତିଲେ ଫାଇନାଲ ହାରିଲେ ବିଦା
by Argus News
Thu, Jun 27 | 5:35 p.m.

ଅର୍ଗସ ବ୍ୟୁରୋ: ଟି-୨୦ ବିଶ୍ବକପ୍ ସନ୍ଧ୍ୟାରେ ଗାଏନାରେ ଭାରତ-ଡିଫେଣ୍ଡିଂ ଚମ୍ପିଆନ୍ ଇଂଲଣ୍ଡ ମଧ୍ୟରେ ଖେଳାଯିବ  ସେମି ମହାମୁକାବିଲା। ବିଜୟୀ ଦଳ ଦକ୍ଷିଣ ଆଫ୍ରିକା ସହ ଖେଳିବ ଫାଇନାଲ ମ୍ୟାଚ୍ ।  ତାଉପରେ ରହିଛି ସାରା ବିଶ୍ବର ନଜର। ପ୍ରଥମ ସେମି ଫାଇନାଲରେ ଆଫଗାନିସ୍ତାନକୁ ୯ ୱିକେଟରେ ହରାଇ ପ୍ରଥମ ଦଳଭାବେ ଫାଇନାଲକୁ ଏଣ୍ଟ୍ରିକରିଛି ଦକ୍ଷିଣ ଆଫ୍ରିକା। ଅନ୍ୟପଟେ ଦ୍ବିତୀୟ ସେମି ଫାଇନାଲରେ ଇଂଲଣ୍ଡ ଠାରୁ ପରାଜୟର ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ରୋହିତ ସେନା। 

୨୦୨୨ଟି-୨୦ ବିଶ୍ବକପରେ ଇଂଲଣ୍ଡ ୧୦ ୱିକେଟରେ ଭାରତକୁ ସେମି ଫାଇନାଲରେ ପରାସ୍ତ କରିଥିଲା ଓ ଫାଇନାଲରେ ପାକିସ୍ତାନକୁ ହରାଇ ଟ୍ରଫି ଜିତିଥିଲା। ପୂର୍ବ ଅପେକ୍ଷା ଭାରତର ବ୍ୟାଟିଂ,ବୋଲିଂ ଉଭୟ ବିଭାଗରେ ବେଶ ଶକ୍ତିଶାଳୀ ରହିଛି। ହିଟ୍ ମ୍ୟାନ୍ ରୋହିତ ଶର୍ମା ଜବରଦସ୍ତ ଫର୍ମରେ ଥିବାବେଳେ,ବୋଲିଂରେ ବୁମରା,କୁଲଦୀପ,ଅକ୍ଷର ପଟେଲ ଫର୍ମରେ ରହିଛନ୍ତି । ବିରାଟଙ୍କ ଠୁ ବଡ଼ ଇନିଂସ ଆଶା ରଖିଛି ଭାରତ। 

ଇଂଲଣ୍ଡକୁ ସେମିରେ ମାତ୍ ଦେବାକୁ ରଣନୀତି ପ୍ରସ୍ତୁତ କରିଛ ଟିମ୍ ଇଣ୍ଡିଆ। ଭାରତ ଧୋନୀଙ୍କ ସମୟରେ ଟି-୨୦ ବିଶ୍ବକପ୍ ଜିତିଥିବାବେଳେ ୧୦ ବର୍ଷହେଲା ଆଇସିସି ଟ୍ରଫି ମରୁଡି ପଡିଛି।ହିଟ୍ ମ୍ୟାନ୍ ଅଧିନାୟକଙ୍କ ଅଧିନାୟକତ୍ବରେ ଭାରତ ଟି-୨୦ ବିଶ୍ବକପ ଟ୍ରଫି ଧରିତୋଳୁ ବୋଲି ଆଶା ରଖିଛନ୍ତି କ୍ରିକେଟ୍ ପ୍ରଶଂସକ।

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

HOROSCOPE
27m ago
ଏକାଦଶୀରେ ଏହି 4 ରାଶି ପାଇଁ ଶୁଭ...
ଅର୍ଗସ ବ୍ୟୁରୋ: ଆଜି କେମିତି କଟିବ ଆପଣଙ୍କ ଦିନ । କଣ ରହିଛି ଆଜିର ଭାଗ୍ୟ ଭବିଷ୍ୟତ । ପଢନ୍ତୁ... ମେଷ- ଆତ୍ମୀୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଘଟିବ । ଚାକିରୀ କ୍ଷେତ୍ରରେ ଭ
ସୁସ୍ଥ ହେବେ ମହାପ୍ରଭୁ
34m ago
ଦଶମୂଳ ସେବନ ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବେ ମହାପ୍ରଭୁ
ପୁରୀ: ସ୍ନାନପୂର୍ଣ୍ଣିମା ଠାରୁ ଅଣସର ଘରେ ଅସୁସ୍ଥ ଥିବା ଚତୁର୍ଦ୍ଧାମୂର୍ତ୍ତୀ ଗତକାଲି ଦଶମୀ ତିଥିରେ ଶଯ୍ୟା ଛାଡିଛନ୍ତି। ଅଣସର ଘରେ ଚକାରେ ବିଜେ ହୋଇଛନ୍ତି ଶ୍ରୀବିଗ୍ରହ। ଆଜି ଖଳିଲାଗ
ହାତୀ
ହାତୀ ମଣିଷ ଲଢ଼େଇ ରୋକିବାକୁ ବନ ବିଭାର ବଡ ପ୍ଲାନ
ଭୁବନେଶ୍ୱର: ହାତୀ ମଣିଷ ଲଢ଼େଇ ରୋକିବାକୁ ବନବିଭାର ବଡ଼ ପ୍ଲାନ୍। ସ୍କାନରରେ ରହିବେ ଲୋନଲି ଟସ୍କର। ଅମାନିଆ ଦନ୍ତାଙ୍କ ଆଚରଣ ସୁଧାରିବ ବନ ବିଭାଗ। ଜଙ୍ଗଲ ଓ ପରିବେଶ ମନ୍ତ୍ରୀ କହିଲେ