ଇଂଲଣ୍ଡ ଠାରୁ ୩୨୨ ରନ୍ ଆଗରେ ରହିଛି ଭାରତ
by Argus News
Sun, Feb 18 | 8:01 a.m.

ଅର୍ଗସ ବ୍ୟୁରୋ:  ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ମଜବୁତ ସ୍ଥିତିରେ ଅଛି ଭାରତ। ତୃତୀୟ ଦିନ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ଦଳ ୨ ୱିକେଟ ହରାଇ ୧୯୬ ରନ୍ କରିଛି। ଫଳରେ ଦଳ ଇଂଲଣ୍ଡ ଠାରୁ ୩୨୨ ରନ୍ ଆଗରେ ରହିଛି। ଶନିବାର ଦ୍ବିତୀୟ ପାଳି ଆରମ୍ଭ କରି ଇଂଲିଶ ଟିମ୍ ୩୧୯ ରନରେ ଅଲଆଉଟ୍ ହୋଇ ଯାଇଥିଲା। ଫଳରେ ପୂର୍ବରୁ ୪୪୫ ରନ୍ କରିଥିବା ଟିମ୍ ଇଣ୍ଡିଆ ୧୨୬ ରନ୍ ଆଗରେ ରହିଥିଲା। ଭାରତ ଦ୍ବିତୀୟ ଇନିଂସରେ ଏହାପରେ ଯଶସ୍ବୀଙ୍କ ଶତକ ଓ ଗିଲ ଅର୍ଦ୍ଧଶତକରେ ବଡ ସ୍କୋର କରିବାର ସମ୍ଭାବନା ରହିଛି। ଏହାପରେ ଯଶସ୍ବୀ ୧୦୪ ରନ୍ କରିଥିବା ବେଳେ ରିଟାର୍ଡ ହର୍ଟ ନେଇ ଯାଇଥିଲେ। ତୃତୀୟ ଦିନର ଖେଳ ଶେଷ ସୁଦ୍ଧା ଗିଲ୍ ୬୫ ରନ୍ ଏବଂ କୁଳଦୀପ ୩ ରନ୍ କରି ଅପରାଜିତ ଥିଲେ।

ତୃତୀୟ ଦିନରେ ପୁନର୍ବାର ପାଳି ଆରମ୍ଭ କରିଥିବା ଇଂଲଣ୍ଡ ଟିମ୍ ଭାରତୀୟ ବୋଲରଙ୍କ ଘାତକ ବୋଲିଂର ଶିକାର ହୋଇଥିଲେ। ଶିରାଜ, ଜାଡେଜା, ବୁମରା ଓ କୁଳଦୀପ ଗୋଟିଏ ପରେ ଗୋଟିଏ ୱିକେଟ୍ ନେଇ ଇଂଲିଶ ବାହିନୀଙ୍କୁ ଲଞ୍ଚ୍ ପୂର୍ବରୁ ଅଲ୍ ଆଉଟ୍ କରି ନେଇଥିଲେ। ମହମ୍ମଦ ସିରାଜଙ୍କୁ ସର୍ବାଧିକ ୪ଟି ୱିକେଟ ମିଳିଥିବା ବେଳେ ଜାଡେଜା ଓ କୁଳଦୀପ ଦୁଇଟି ଲେଖାଏଁ ୱିକେଟ୍ ନେଇଛନ୍ତି ଏବଂ ବୁମରାଙ୍କ ଖାତାରେ ଗୋଟିଏ ୱିକେଟ୍ ରହିଛି।

ଅଧିକ ପଢ଼ନ୍ତୁ ଖେଳ ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ