2026 ସୁଦ୍ଧା ନକ୍ସଲ ମୁକ୍ତ ହେବ ଭାରତ
by Argus News
Mon, Oct 07 | 10:39 a.m.

ଅର୍ଗସ ବ୍ୟୁରୋ: 2026 ସୁଦ୍ଧା ନକ୍ସଲ ମୁକ୍ତ ହେବ ଭାରତ । ଏ ଆହ୍ବାନ ଦେଇଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ । ଏ ଦିଗରେ ଜୋରସୋରରେ ଅଭିଯାନ ଚାଲିଛି, ଗ୍ରାଉଣ୍ଡରେ ଏହାର ରେଜଲ୍ଟ ବି ଦେଖିବାକୁ ମିଳୁଛି । ୨୦୧୩ରେ ଦେଶର ୧୦ଟି ରାଜ୍ୟର ୧୨୬ ଜିଲ୍ଲା ନକ୍ସଲ ପ୍ରଭାବିତ ଥିବାବେଳେ ୨୦୨୪ ଏପ୍ରିଲ ସୁଦ୍ଧା ଏହା ଖସି ୩୮ରେ ପହଞ୍ଚିଛି । 

ଛତିଶଗଡ଼ ନାୟାରଣପୁରରେ ସୁରକ୍ଷା ବାହିନୀ 31 ଜଣ ମାଓବାଦୀଙ୍କୁ ନିପାତ କରିବା ପରେ ଦେଶରେ ନକ୍ସଲ ବିରୋଧୀ ଅଭିଯାନର ସମୀକ୍ଷା ପାଇଁ ଆଜି ଦିଲ୍ଲୀରେ ବସୁଛି ଉଚ୍ଚସ୍ତରୀୟ ବୈଠକ । ବିଜ୍ଞାନ ଭବନରେ କେନ୍ଦ୍ର ଗୃହମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ନକ୍ସଲ ପ୍ରଭାବିତ 8ଟି ରାଜ୍ୟ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଝାଡ଼ଖଣ୍ଡ, ତେଲଙ୍ଗାନା, ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗଦେବେ । 

ମିଟିଂରେ ନକ୍ସଲ ପ୍ରଭାବିତ ରାଜ୍ୟଗୁଡ଼ିକୁ ବିକାଶ ସହାୟତା ଯୋଗାଇଦେବା ସହ ଜଡ଼ିତ ୫ ଜଣ କେନ୍ଦ୍ରମନ୍ତ୍ରୀ ମଧ୍ୟ ଯୋଗଦେବେ । ଜାତୀୟ ସୁରକ୍ଷାର ଉପ ପରାମର୍ଶଦାତା ଏବଂ କେନ୍ଦ୍ର, ରାଜ୍ୟ ଏବଂ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ (ସିଏପିଏଫ୍)ର ବରିଷ୍ଠ ଅଧିକାରୀମାନେ ମଧ୍ୟ ଆଲୋଚନାରେ ଭାଗ ନେବେ । 2026 ସୁଦ୍ଧା ଦେଶରୁ ମାଓବାଦକୁ ସମୂଳେ ବିନାଶ କରିବାକୁ ମାଷ୍ଟର ପ୍ଲାନ୍ ପ୍ରସ୍ତୁତ ହୋଇଛି । ମାଓବାଦୀ ହିଂସା ଓ ଅସ୍ତ୍ର ତ୍ୟାଗ କରି ଆତ୍ମସମର୍ପଣ କରିବାକୁ ଆହ୍ବାନ ଦେଇଥିଲେ କେନ୍ଦ୍ର ଗୃହମନ୍ତ୍ରୀ । ୨୦୨୪ ମସିହାରୁ ଏପର୍ଯ୍ୟନ୍ତ ୨୦୨ ସଶସ୍ତ୍ର ଏଲଡବ୍ଲୁଇ କ୍ୟାଡରଙ୍କୁ ନିପାତ କରିବାରେ ସୁରକ୍ଷା ବାହିନୀକୁ ଅଭୂତପୂର୍ବ ସଫଳତା ମିଳିଛି । 

୨୦୨୪ର ପ୍ରଥମ ୯ ମାସରେ ୭୨୩ ଜଣ ଏଲଡବ୍ଲୁଇ କ୍ୟାଡର ଆତ୍ମସମର୍ପଣ କରିଛନ୍ତି ଏବଂ ୮୧୨ ଜଣଙ୍କୁ ଗିରଫ କରାଯାଇଛି। ଏଲଡବ୍ଲୁଇ ପ୍ରଭାବିତ ଅଞ୍ଚଳରେ ବର୍ତ୍ତମାନ ସୁଦ୍ଧା ୧୪,୪୦୦ କିଲୋମିଟର ରାସ୍ତା ନିର୍ମାଣ କରାଯାଇଛି ଏବଂ ପାଖାପାଖି ୬ ହଜାର ମୋବାଇଲ ଟାୱାର ସ୍ଥାପନ କରାଯାଇଛି । ମୋଦି ସରକାରଙ୍କ ରଣନୀତି ଯୋଗୁଁ ଏଲଡବ୍ଲୁଇ ହିଂସା ୭୨% କମିଥିବା ବେଳେ ମୃତ୍ୟୁ ସଂଖ୍ୟା ୮୬% କମିଛି ।
 

ଧନିଆ
ଧନିଆ ପାଣି ଶରୀରକୁ ଏପରି କରିଦେ..
ନୂଆଦିଲ୍ଲୀ: ରୋଷେଇ ଘରେ ଥିବା ଧନିଆ ଏପରି ଏକ ମସଲା ଯାହା ବିଭିନ୍ନ ହିତକର କାର୍ଯ୍ୟରେ ଲାଗିଥାଏ। ଧନିଆର ମଞ୍ଜି ଏବଂ ଧନିଆ ପତ୍ର ଉଭୟର ବହୁଳ ଭାବେ ବ୍ୟବହାର କରାଯାଇଥାଏ।
NIA SHARMA
ପ୍ରଶଂସକଙ୍କୁ କ୍ଷମା ମାଗିଲେ ନିୟା ଶର୍ମା, କହିଲେ...
ଅର୍ଗସ ବ୍ୟୁରୋ: ପ୍ରଶଂସକଙ୍କୁ କ୍ଷମା ମାଗିଲେ ନିୟା ଶର୍ମା। ‘ବିଗ୍‌ବସ୍‌ ୧୮’ରେ କିଛି ବ୍ୟକ୍ତିଗତ କାରଣ ଯୋଗୁ ସାମିଲ ହୋଇ ପାରୁ ନାହିଁ ବୋଲ
ଗଞ୍ଜେଇ ଜବତ
speed 10; ସ୍କ୍ରୋଲ୍ କରନ୍ତୁ , ଖବର ପଢନ୍ତୁ...
ଫଳ ଗାଡ଼ିରେ ଦେଢ କୋଟିରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ ...ଓଡ଼ିଶାରୁ ଆନ୍ଧ୍ରପ୍ରଦେଶକୁ ଚାଲାଣ ହେଉଥିବା ଗଞ୍ଜେଇକୁ ଧରିଛି ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ..1.61 କୋଟିର ଗଞ୍ଜେଇ ଜବତ...3