ପୁରୀ ସମୁଦ୍ରରେ ଶକ୍ତି ପ୍ରଦର୍ଶନ କଲା ଭାରତୀୟ ନୌସେନା
by Argus News
Wed, Dec 04 | 5:16 p.m.

ଅର୍ଗସ ବ୍ୟୁରୋ: ନୌସେନା ଦିବସରେ ନୌବୀରମାନେ ପୁରୀ ସମୁଦ୍ରର ଅଥଳ ଜଳରାଶିରେ ଅପରେସନ୍ କୌଶଳ ଦେଖାଇଛନ୍ତି। ନୌସେନାର ନୌବୀରମାନେ ୧୫ଟି ଯୁଦ୍ଧପୋତ, ୪୦ ଏୟାରକ୍ରାଫ୍ଟ୍ ଏହି ଯୁଦ୍ଧ କୌଶଳ ପ୍ରଦର୍ଶନ କରିଛନ୍ତି। ଭାରତୀୟ ନୈସନାର ଦକ୍ଷତାକୁ ଉପରେ ପୂରା ବିଶ୍ବବାସୀ ନଜର ରଖିଛନ୍ତି। ଜଳଭାଗରେ ବମ୍‌ ବ୍ରଷ୍ଟ ମାନୁଏଭର, ବ୍ୟାନର ଫର୍ମେସନରରେ ଚେତକ, ବୁଡ଼ାଜାହାଜର କଳାପ୍ରଦର୍ଶନ ଓ ଆକାଶମାର୍ଗରେ ନୌବୀରମାନଙ୍କର ପ୍ରଦର୍ଶନ ଦୃଦୟ ଛୁଇଁଛି।

ଭାରତୀୟ ନୌସେନା ଦିବସ‌ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପୁରୀ ବେଳାଭୂମିରେ ଆୟୋଜିତ ସମାରୋହରେ ମୁଖ୍ୟ ଅତିଥି ଅଛନ୍ତି। ପ୍ରଥମ ଥର ପାଇଁ ଓଡ଼ିଶାରେ ଏତେ ବଡ଼ କାର୍ଯ୍ୟକ୍ରମ ହେଉଥିବାରୁ ଲୋକଙ୍କ ଭିତରେ ଉତ୍ସାହ ଖୁବ୍ ଅଧିକ ରହିଛି। ଉଦ୍ଭାବନ ଓ ସ୍ୱଦେଶୀକରଣ ଦ୍ୱାରା ଶକ୍ତି ଓ ସାମର୍ଥ୍ୟ ହେଉଛି ଏଥର ନୌସେନା ଦିବସର ଥିମ୍। ନୌସେନା ଦିବସ ପାଳନ ନେଇ ପୁରୀରେ ସୁରକ୍ଷାକୁ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଉପସ୍ଥିତିରେ ପୁରୀ ବ୍ଲୁ ଫ୍ଲାଗ ବିଚରେ ନୌସେନାର ଏହି ପରାକ୍ରମକୁ ଭାରତ ସମେତ ପୂରା ବିଶ୍ବ ଦେଖୁଛି। ଭାରତୀୟ ନୌସେନା ଜଲସା, ମିଶାଇଲ୍ ଡେଷ୍ଟ୍ରୋୟର ଆଇଏନ୍ଏସ୍ ଦିଲ୍ଲୀ, ଆଇଏନ୍ଏସ୍ ଶକ୍ତି, ଆଇଏନ୍ଏସ୍ ସର୍ୟୁ, ଆଇଏନ୍ଏସ୍ ଅରିହନ୍ତ, ଆଇଏନ୍ଏସ୍ ସାତପୁରା ପ୍ରମୁଖ ନେଭି ଡେ' ଉତ୍ସବରେ ପରାକ୍ରମ ଦେଖାଇଛନ୍ତି। ସେହିପରି ହକ୍, ସି-କିଙ୍ଗ, ମିଗ୍-୨୯ ଭଳି ଫାଇଟର ଜେଟ୍ ଓ ଚେତକ, ଏମ୍ଏସ୍-୬୦ ହେଲିକପ୍ଟର ନୌସେନାର ବୀରତ୍ୱ ମଧ୍ୟ ଦେଖାଇଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

ବିବାହ ପରେ
ବିବାହ ପରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଲେ ନାଗା ଓ ଶୋଭିତା
ଅର୍ଗସ ବ୍ୟୁରୋ: ନାଗା ଚୈତନ୍ୟ ଏବଂ ଶୋଭିତା ଧୁଲିପାଲା ଡିସେମ୍ବର ୪ ରେ ହାଇଦ୍ରାବାଦରେ ଅଭିନେତାଙ୍କ ପାରିବାରିକ ମାଲିକାନାରେ ଥିବା ଅନ୍ନପୂର୍ଣ୍ଣା ଷ୍ଟୁଡିଓରେ ବିବାହ ବନ୍ଧନରେ ବାନ୍ଧ
ଛାଡପତ୍ର ଖବର
ଛାଡପତ୍ର ଖବର ଉପରେ ବ୍ରେକ୍‌ ଲଗାଇଲେ ଐଶ୍ୱର୍ଯ୍ୟା-ଅଭିଷେକ
ଅର୍ଗସ ବ୍ୟୁରୋ: ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଛାଡପତ୍ର ଗୁଜବ ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଛି। ବାସ୍ତବରେ ଏହି ଦମ୍ପତିଙ୍କୁ ଅନେକ ସମୟରେ ଅଲଗା ଅଲଗ
ଅଶ୍ୱିନୀ ବୈଷ୍ଣବ
ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ
ଅର୍ଗସ ବ୍ୟୁରୋ : ଆସନ୍ତାକାଲି ଓଡ଼ିଶା ଆସିବେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ଦିନିକିଆ ଗସ୍ତରେ ଆସିବେ ରେଳମନ୍ତ୍ରୀ। ହାୱଡାରୁ ଟ୍ରେନ ଯୋଗେ ବାଙ୍ଗିରିପୋଷି ଯା
ଲୁଡୁ ଖେଳିଲେ ବର
ବିବାହ ବେଦିରେ ସାଙ୍ଗଙ୍କ ସହ ଲୁଡୁ ଖେଳିଲେ ବର, ଭାଇରାଲ ହେଲା ଫଟୋ
ଅର୍ଗସ ବ୍ୟୁରୋ : ବିବାହ ସମୟର ଏକ ମଜାଦାର ଫଟୋ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ବର ଜଣକ ବିବାହ ବେଦିରେ ନିଜ ସାଙ୍ଗଙ୍କ ସହ ଲୁଡୁ ଖେଳୁଛନ୍ତି । ତାଙ୍
ଖୁବଶୀଘ୍ର ଜାରି ହେବ
ଖୁବଶୀଘ୍ର ଜାରି ହେବ ପିଏମ କିଶାନ ଯୋଜନାର ପରବର୍ତ୍ତୀ କିସ୍ତି
ଅର୍ଗସ ବ୍ୟୁରୋ: ଭାରତ ସରକାର ଦେଶର ଲୋକଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି। ଦେଶର କୋଟି ଲୋକ ଏହି ସରକାରୀ ଯୋଜନାର ଲାଭ ପାଇଛନ୍ତି। ଭାରତ ଏକ କୃଷି ପ୍ରଧାନ ଦେଶ, ଭାରତର ୫୦% ରୁ ଅଧିକ ଲୋ