ସୂର୍ଯ୍ୟକୁ ଦେଖିଲା ଆଦିତ୍ୟ-ଏଲ୍‌ ୧
by Argus News
Sun, Dec 03 | 7:27 a.m.

ଅର୍ଗସ ବ୍ୟୁରୋ: ସୂର୍ଯ୍ୟକୁ ଦେଖିଲା ଆଦିତ୍ୟ-ଏଲ୍‌ ୧। ଭାରତୀୟ ସୌରଯାନର ଦ୍ବିତୀୟ ଉପକରଣ ସକ୍ରିୟ କଲା ଇସ୍ରୋ। ଆଦିତ୍ୟ-ଏଲ୍‌୧ ସୌର ପବନରେ ଥିବା କଣିକାକୁ ଉପରେ ପରୀକ୍ଷା ନିରିକ୍ଷା ଆରମ୍ଭ କରିଛି। ଏଥିରେ ଥିବା ASPEX ପ୍ଲେଲୋଡ୍‌ରେ ସୋଲାର୍‌ ୱିଣ୍ଡ୍‌ ଆଇଅନ୍‌ ସ୍ପେକ୍ଟୋମିଟର୍‌   ଓ ସୁପ୍ରାଥର୍ମାଲ୍‌ ଆଣ୍ଡ୍‌ ଏନର୍ଜେଟିକ୍‌ ପାର୍ଟିକ୍ଲ ସ୍ପେକ୍ଟୋମିଟର୍‌   ସମେତ ସମସ୍ତ ଯନ୍ତ୍ରପାତି  ନିର୍ବିଘ୍ନରେ କାର୍ଯ୍ୟ କରୁଛନ୍ତି ବୋଲି ଇସ୍ରୋ ସୂଚନା ଦେଇଛି । ନଭେମ୍ବର ୨ ତାରିଖରେ ସକ୍ରିୟ କରାଯାଇଥିବା ଏହି  ଉପକରଣ ସୋଲାର୍‌ ୱିଣ୍ଡ୍‌ ଆଇଅନ୍‌  ବିଶେଷକରି ପ୍ରୋଟନ୍‌ ଓ ଆଲ୍‌ଫା କଣିକା ମାପିବା ଆରମ୍ଭ କରିଛି ।

୩୬୦ ଡିଗ୍ରି ଅଞ୍ଚଳ ଦେଖି ହେବା ଭଳି ସ୍ୱିସ୍‌ ରେ ଲାଗିଥିବା ଦୁଇଟି ସେନ୍‌ସର୍‌ ୟୁନିଟ୍‌ ସୌର ପବନ ବିଷୟରେ ପୁଙ୍ଖାନୁପୁଙ୍ଖ ତଥ୍ୟ ମଧ୍ୟ ଦେଉଛି।ସେପ୍ଟେମ୍ବର ୨ ତାରିଖରେ  ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟା ଦ୍ବୀପସ୍ଥିତ ସତୀଶ ଧୱନ୍‌ ସ୍ପେସ୍‌ ସେଣ୍ଟର୍‌ରୁ ଭାରତର ପ୍ରଥମ ସୌର ଅଭିଯାନ ଆଦିତ୍ୟ-ଏଲ୍‌୧ ମହାକାଶକୁ ଉତ୍‌କ୍ଷେପଣ କରାଯାଇଥିଲା। ୧୨୫ରୁ ଊର୍ଦ୍ଧ୍ବ ଦିନ ପରେ ପୃଥିବୀ ଠାରୁ ୧.୫ ନିୟୁତ କିଲୋମିଟର୍‌ ଯାତ୍ରା କରିଥିବା ଏହି ମହାକାଶଯାନ ସୂର୍ଯ୍ୟର ନିକଟତମ ବୋଲି ବିବେଚନା କରାଯାଉଥିବା ଲାଙ୍ଗ୍ରାଗିଆନ୍‌ ପଏଣ୍ଟ୍‌ L1 ଚତୁଃପାର୍ଶ୍ବରେ ଥିବା ଗୋଟାଏ ଫାଙ୍କା କକ୍ଷପଥରେ ସ୍ଥାପନ ହେବ ବୋଲି ଆଶା କରାଯାଉଛି।

ଅଧିକ ପଢ଼ନ୍ତୁ ଦେଶ ଖବର:

ରାଜ୍ୟରେ ଲାଗୁ ହେବ
15m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର