ଦ୍ୱିତୀୟ କ୍ୱାର୍ଟରରେ ଅଭିବୃଦ୍ଧି ହାର ଭଲ ରହିଛି : ନିର୍ମଳା ସୀତାରମଣ
by Argus News
Fri, Dec 08 | 7:33 a.m.

ଅର୍ଗସ ବ୍ୟୁରୋ: ଦେଶର ଅର୍ଥନୀତି ପାଇଁ ଖୁସି ଖବର । ଦ୍ବିତୀୟ କ୍ବାର୍ଟରରେ ଅଭିବୃଦ୍ଧି ହାର ବହୁତ ଭଲ ରହିଛି । ଯାହାକି ବିଶ୍ବର ସର୍ବୋଚ୍ଚ । ଦ୍ରୁତ ଅଭିବୃଦ୍ଧିଶୀଳ ଅର୍ଥନୀତି ହେବାର ଏହି ଗତିକୁ ନିରନ୍ତର ବଜାୟ ରଖାଯାଉଥିବା କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ରାଜ୍ୟସଭାରେ ଦେଶର ଅର୍ଥନୈତିକ ପରିସ୍ଥିତି ସମ୍ପର୍କରେ ସୂଚନା ଦେଇ ଏହା କହିଛନ୍ତି ଅର୍ଥମନ୍ତ୍ରୀ ।

ଚଳିତ ଆର୍ଥିକ ବର୍ଷର ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ଜିଡିପି ଅଭିବୃଦ୍ଧି 7.6 ପ୍ରତିଶତ ବୃଦ୍ଧି ପାଇଛି । ସେହିପରି ଏପ୍ରିଲରୁ ଜୁନ୍ ମଧ୍ୟରେ ଭାରତର ଜିଡିପି ଅଭିବୃଦ୍ଧି 7.8 ପ୍ରତିଶତ ବୃଦ୍ଧି ପାଇଛି । ତେବେ ପ୍ରଧାନମନ୍ତ୍ରୀଙ୍କ ମେକ ଇନ ଇଣ୍ଡିଆ ପୋଗ୍ରାମ ଏବଂ ଅନ୍ୟ ଯୋଜନା ପାଇଁ ଦେଶରେ ଉତ୍ପାଦନ ବଢ଼ିଛି । ଦେଶ ଅର୍ଥନୀତିରେ ଏହି ଉତ୍ପାଦନର ଯୋଗଦାନ ୧୩.୯ ପ୍ରତିଶତ ଥିବା ସେ କହିଛନ୍ତି । ସେପଟେ 2026 ସୁଦ୍ଧା ଦେଶର ଜିଡିପିରେ ଡିଜିଟାଲ ଇକୋନୋମିର 20 ପ୍ରତିଶତ ଅବଦାନ ରହିବ।

ଅଧିକ ପଢ଼ନ୍ତୁ ଦେଶ ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ