ଆଜି ଗାନ୍ଧିନଗରରେ ପ୍ରଥମ ବନ୍ଦେ ଭାରତ ମେଟ୍ରୋ ଟ୍ରେନର ଉଦଘାଟନ
by Argus News
Mon, Sep 16 | 7:25 a.m.

ଅର୍ଗସ ବ୍ୟୁରୋ : ପ୍ରଧାନମନ୍ତ୍ରୀ ଗୁଜରାଟର ଅହମ୍ମଦାବାଦଠାରେ ୮ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ଏକାଧିକ ଉନ୍ନୟନମୂଳକ ପ୍ରକଳ୍ପର ଉଦଘାଟନ ଏବଂ ଶିଳାନ୍ୟାସ କରିବେ। ପ୍ରଧାନମନ୍ତ୍ରୀ ସମାଖିଆଲି - ଗାନ୍ଧୀଧାମ ଏବଂ ଗାନ୍ଧୀଧାମ - ଆଦିପୁର ରେଳ ଲାଇନର ଚାରି ଲାଇନ୍‍, ଅହମ୍ମଦାବାଦର ଏଏମସିରେ ଆଇକନିକ୍ ସଡ଼କର ବିକାଶ ସମେତ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରକଳ୍ପର ଶିଳାନ୍ୟାସ କରିବେ। ଏ ଅବସରରେ ସେ ୩୦ ମେଗାୱାଟର ସୌର ପ୍ରକଳ୍ପର ଉଦଘାଟନ କରିବେ। ସେ କଚ୍ଛ ଲିଗ୍ନାଇଟ୍ ଥର୍ମାଲ ପାୱାର ଷ୍ଟେସନ, କଚ୍ଛରେ ଏକ ୩୫ ମେଗାୱାଟ ବିଇଏସଏସ୍ ସୌର ପିଭି ପ୍ରକଳ୍ପ ଏବଂ ମୋର୍ବି ଏବଂ ରାଜକୋଟରେ ୨୨୦ କିଲୋଭୋଲ୍ଟ ସବଷ୍ଟେସନର ଉଦଘାଟନ କରିବେ ।

ଅଧିକ ପଢନ୍ତୁ : ସ୍ଥଗିତ ରହିଲା ମୋଦିଙ୍କ ରୋଡ ଶୋ' କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ ୩୦,୦୦୦ରୁ ଅଧିକ ଘର ମଞ୍ଜୁର କରିବେ ଏବଂ ଏହି ଗୃହଗୁଡ଼ିକ ପାଇଁ ପ୍ରଥମ କିସ୍ତି ପ୍ରଦାନ କରିବା ସହିତ ପିଏମଏୱାଇ ଯୋଜନା ଅଧୀନରେ ଘର ନିର୍ମାଣର ଶୁଭାରମ୍ଭ କରିବେ । ଏହାବ୍ୟତୀତ ସେ ଭୁଜରୁ ଅହମ୍ମଦାବାଦ ପର୍ଯ୍ୟନ୍ତ ଭାରତର ପ୍ରଥମ ବନ୍ଦେ ମେଟ୍ରୋ ଏବଂ ନାଗପୁରରୁ ସିକନ୍ଦରାବାଦ, କୋହ୍ଲାପୁରରୁ ପୁଣେ, ଆଗ୍ରା କ୍ୟାଣ୍ଟରୁ ବନାରସ, ଦୁର୍ଗରୁ ବିଶାଖାପାଟଣା, ପୁଣେରୁ ହୁବଲି ଏବଂ ବାରାଣାସୀରୁ ଦିଲ୍ଲୀ ପର୍ଯ୍ୟନ୍ତ ପ୍ରଥମ ୨୦ ବଗି ବିଶିଷ୍ଟ ବନ୍ଦେ ଭାରତ ଟ୍ରେନକୁ ମଧ୍ୟ ପତାକା ଦେଖାଇ ଶୁଭାରମ୍ଭ କରିବେ।

ବାଲେଶ୍ବର ବନ୍ୟା
14m ago
ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା,ଉଦ୍ଧାର କାର୍ଯ୍ୟ ଜାରି
ଅର୍ଗସ ବ୍ୟୁରୋ:ବାଲେଶ୍ବର ଭୋଗରାଇରେ ବନ୍ୟା ବିଭୀଷିକା ଦେଖିବାକୁ ମିଳିଛି । ୫୦ରୁ ଅଧିକ ଗାଁ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇଛି। ସ୍କୁଲ ଓ ବାତ୍ୟା ଆଶ୍ରୟସ୍ଥଳୀରେ ଆଶ୍ରୟ ନେଇଛନ୍ତି ୪ହଜାର ୫୦
ଅଙ୍କିତା
46m ago
ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା
ଭୁବନେଶ୍ୱର: ଗଣମାଧ୍ୟମ ଆଗରେ ଛତିଥରା କାହାଣୀ ବଖାଣିଲେ ଅଙ୍କିତା । ସାମ୍ନାକୁ ଆସିଲା ଭରତପୁର ପୋଲିସର ତାଲିବାନୀ ଅତ୍ୟାଚାର । ପୋଲିସର ଅକଥନୀୟ ଅତ୍ୟାଚାର କଥା କହିଲେ ମେଜରଙ୍
ମମିତା ମେହେର
50m ago
ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ ?
ଭୁବନେଶ୍ୱର: ପୁଣି ଖୋଲିବ କି ବହୁ ଚର୍ଚ୍ଚିତ ମମିତା ମେହେର ହତ୍ୟା ଫାଇଲ । ପୂର୍ବତନ ସାଂସଦ ସୁଜିତ କୁମାରଙ୍କ ବୟାନ ପରେ ଜୋର ଧରିଛି ଏ ଦାବି । ସେପଟେ ମମିତାଙ୍କ ଦୋଷୀଙ୍କ