ଭାରତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାକୁ ଅତି ନିକଟତର
by Argus News
Mon, Nov 20 | 8:19 a.m.

ଅର୍ଗସ ବ୍ୟୁରୋ:  ଭାରତର ଅର୍ଥନୀତିର ଆକାର ପ୍ରଥମ ଥର ପାଇଁ ୪ ଟ୍ରିଲିୟନ ଡଲାର ଅତିକ୍ରମ କରିଛି। ଏହା ସହ ଭାରତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାକୁ ଅତି ନିକଟତର ହୋଇଛି । ୫ ଟ୍ରିଲିୟନ ଡଲାର ଅର୍ଥନୀତି ହେବାର ଲକ୍ଷ୍ୟ ହାସଲ କରିବା ଦିଗରେ ଏହା ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ କରିଛି। ଜିଡିପି ଲାଇଭ ତଥ୍ୟ ଅନୁଯାୟୀ ୧୮ ନଭେମ୍ବରରେ ବିଳମ୍ବିତ ରାତିରେ ଭାରତ ଏହି ମାଇଲଖୁଣ୍ଟ ହାସଲ କରିଛି। ନଭେମ୍ବର ୧୮, ୨୦୨୩ ରେ, ରାତି ପ୍ରାୟ ୧୦:୩୦ ସମୟରେ, ଭାରତର ଜିଡିପି ଆକାର ପ୍ରଥମ ଥର ପାଇଁ ୪ ଟ୍ରିଲିୟନ ଡଲାର ଅତିକ୍ରମ କରିଥିଲା।

ବର୍ତ୍ତମାନ ଏହା ସହିତ ଭାରତ ବିଶ୍ୱର ଚତୁର୍ଥ ବୃହତ୍ତମ ଅର୍ଥନୀତି ହେବାକୁ ଅତି ନିକଟତର ହୋଇଛି। ଚତୁର୍ଥ ମାନ୍ୟତା ଜର୍ମାନୀ ଏବଂ ଭାରତର ଜିଡିପି ମଧ୍ୟରେ ପାର୍ଥକ୍ୟ ବର୍ତ୍ତମାନ ବହୁତ କମ୍ ରହିଛି। ବର୍ତ୍ତମାନ ଆମେରିକା ହେଉଛି ବିଶ୍ୱର ସବୁଠୁ ବଡ ଅର୍ଥନୀତି। ଆମେରିକାର ଅର୍ଥନୀତିର ବର୍ତ୍ତମାନର ଆକାର ହେଉଛି ୨୬.୭ ଟ୍ରିଲିୟନ ଡଲାର। ଏହା ପରେ ୧୯.୨୪ ଟ୍ରିଲିୟନ ଡଲାର ଅର୍ଥନୀତି ସହିତ ପଡୋଶୀ ଦେଶ ଚୀନ୍ ଦ୍ୱିତୀୟ ସ୍ଥାନରେ ରହିଛି। ଜିଡିପି ୪.୩୯ ଟ୍ରିଲିୟନ ଡଲାର ସହିତ ଜାପାନ ତୃତୀୟ ସ୍ଥାନରେ  ରହିଛି।

ଭାରତ ଖବର ଆହୁରି ପଢନ୍ତୁ

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ