ଭାରତର ମହଙ୍ଗା ବାହାଘର, ଜାଣନ୍ତୁ କାହାର କେତେ କୋଟି ଖର୍ଚ୍ଚ...
by Argus News
Mon, Jul 15 | 12:25 p.m.

ଅର୍ଗସ ବ୍ୟୁରୋ : ଚର୍ଚ୍ଚାରେ ଅନନ୍ତ ଏବଂ ରାଧିକାଙ୍କ ବାହାଘର । ଅନେକ ଦିନ ଧରି ଅମ୍ବାନୀ ଫ୍ୟାମିଲିର ଚାଲିଥିଲା ପ୍ରି ୱେଡିଂ ସେଲିବ୍ରେସନ । ଏବଂ ଗତକାଲି ବାହାଘର ଉପରେ ଥିଲା ସମସ୍ତଙ୍କ ନଜର । ଯେଉଁଥିରେ ଭାରତ ନୁହେଁ ବିଦେଶରୁ ମଧ୍ୟ ଅନେକ ନାମୀଦାମୀ ବ୍ୟକ୍ତିବିଶେଷ ମାନେ ଯୋଗ ଦେଇଥିଲେ । ଅମ୍ବାନୀ ପରିବାରର ଏହି ବାହାଘରରେ ପାଖାପାଖି ୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଯାହାକୁ  ସବୁଠୁ ଦାମୀ ବାହାଘର ବୋଲି କୁହାଯାଉଛି । ତେବେ ଭାରତରେ ଆଉ କିଛି ଦାମୀ ବାହାଘର ଉପରେ ଆସନ୍ତୁ ନଜର ପକାଇବା । 

୧-ଇଶା ଅମ୍ବାନୀ ଏବଂ ଆନନ୍ଦ ପିରାମିଲ

ଅନନ୍ତ ଅମ୍ବାନୀଙ୍କ ଭଳି ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀଙ୍କ ବାହାଘର ମଧ୍ୟ ଖୁବ ଧୁମଧାମରେ ପାଳନ କରାଯାଇଥିଲା । ମୁକେଶ ଅମ୍ବାନୀ ଗୋଟେ ସପ୍ତାହ ଧରି ଇଶାଙ୍କ ବାହାଘର ପାଇଁ ବିଭିନ୍ନ ପ୍ରକାର ଆୟଜନ ଆରମ୍ଭ କରିଥିଲେ । ଇଶାଙ୍କ ବାହାଘରରେ ପ୍ରାୟତଃ ୭୦୦ କୋଟି  ଟଙ୍କା ଖର୍ଚ୍ଚ କରାଯାଇଥିଲା । ଏହି ବିଶିଷ୍ଟ ଆୟୋଜନ ଉଦୟପୁର, ଇଟାଲୀର କୋମୋ ହ୍ରଦ ଏବଂ ମୁମ୍ବାଇରେ  କରାଯାଇଥିଲା । ଏଥିରେ ଆମେରିକାର ସିଙ୍ଗର ବେୟୋନ୍ସ ଯୋଗ ଦେଇଥିଲେ । 

୨- ରଏ ବ୍ରଦର୍ସ ଡବଲ ୱେଡିଂ 

ବିଶିଷ୍ଟ ଶିଳ୍ପପତି ତଥା ସାହାର ଗ୍ରୁପର ଚେୟାରମ୍ୟାନ ସୁବ୍ରତ ରଏଙ୍କ ଦୁଇ ପୁଅ ସୁଶାନ୍ତୋ ରଏ ଏବଂ ସିମାନ୍ତୋ ରଏଙ୍କ ବାହାଘର ମଧ୍ୟ ଖୁବ ଧୁମଧାମରେ କରାଯାଇଥିଲା । ୨୦୦୪ରେ ଉଭୟଙ୍କର ବାହାଘର ହୋଇଥିଲା । ଯେଉଁଥିରେ ୫୫୪ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା । ଲକ୍ଷ୍ନୌ ଷ୍ଟାଡିଅମରେ ଉଭୟଙ୍କର ବିବାହର କିଛି ସପ୍ତାହ ପୂର୍ବରୁ ଅନେକ ଆୟୋଜନ କରାଯାଇଥିଲା । ପ୍ରାଇଭେଟ ଜେଟ୍ ଦ୍ବାରା ପ୍ରାୟ ୧୧ ହଜାର ଅତିଥୀଙ୍କୁ ଅଣାଯାଇଥିଲା । ଏହି ବିହାରେ ଅନେତ ନାମୀଦାମୀ ସେଲିବ୍ରିଟିସ ଏବଂ ସ୍ପୋର୍ଟ୍ସ ଷ୍ଟାର ଯୋଗ ଦେଇଥିଲେ । ସୁଶାନ୍ତଙ୍କ ବିବାହ ଫେବୃଆରୀ ୧୦ରେ ହୋଇଥିବା ବେଳେ ସିମାନ୍ତୋଙ୍କର ଫେବୃଆରୀ ୧୪ରେ କରାଯାଇଥିଲା । 

୩-ବ୍ରହ୍ମାଣୀ ରେଡ୍ଡୀ ଏବଂ ରାଜୀବ ରେଡ୍ଡୀ

ପୂର୍ବତନ ନେତା ତଥା ଶିଳ୍ପପତି ଜନାର୍ଦନ ରେଡ୍ଡିଙ୍କ ଝିଅ ବ୍ରହ୍ମାଣୀ ରେଡ୍ଡୀଙ୍କ ବାହାଘରରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ବ୍ରହ୍ମାଣୀ ହାଇଦ୍ରାବାଦର ବିଶିଷ୍ଟ ଶିଳ୍ପପତି ବିକ୍ରମ ଦେବ ରେଡ୍ଡୀଙ୍କ ପୁଅ ରାଜୀବ ରେଡ୍ଡୀଙ୍କୁ ବିବାହ କରିଥିଲେ । ୨୦୧୬ରେ ଉଭୟଙ୍କ ବିବାହ ସମ୍ପର୍ଣ୍ଣ ହୋଇଥିଲା । ୫ ଦିନ ଧରି ବ୍ୟାଙ୍ଗଲୋର ପ୍ୟାଲେସରେ ବାହାଘରର ବିଶେଷ ଆୟଜନ କରାଯାଇଥିଲା । ଏହି ବାହାଘରରେ ୫୦ ହଜାର ସେଲିବ୍ରିଟିସ ଏବଂ ରାଜନେତାମାନେ ଯୋଗ ଦେଇଥିଲେ । ଏହି ବାହାଘରର ଡେକୋରେସନରେ ପ୍ରାଚୀନ ମନ୍ଦିରର ସଂସ୍କୃତି ଗୁଡିକ ଚିତ୍ରିତ ହୋଇଥିଲା । ଯାହା ଖୁବ ଆକର୍ଷଣୀୟ ଦେଖାଯାଉଥିଲା । ଏଥିରେ ବ୍ରହ୍ମାଣୀଙ୍କ ଲେହେଙ୍ଗାର ମୂଲ୍ୟ ଥିଲା ୧୭ କୋଟି । ବାହାଘର କାର୍ଡର ମୂଲ୍ୟ ଥିଲା ୫ କୋଟି । 

୪- ସୃଷ୍ଟି ମିତ୍ତଲ ଏବଂ ଗୁଲରାଜ ବେହଲ୍ 

ଇସ୍ପାତ ଇଣ୍ଡଷ୍ଟ୍ରୀର ଚେୟାରପର୍ସନ ପ୍ରମୋଦ ମିତ୍ତଲଙ୍କ ଝିଅ ସୃଷ୍ଟି ମିତ୍ତଲଙ୍କ ବିବାହ ଖୁବ ଧୁମଧାମରେ ଆୟୋଜନ କରାଯାଇଥିଲା । ସେ ବ୍ୟାଙ୍କର ଗୁଲରାଜ ବେହଲଙ୍କୁ ବିବାହ କରିଥିଲେ । ତାଙ୍କ ବିବାହରେ ୫୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । ୨୦୧୩ରେ ସ୍ପେନ ବାରସେଲୋନା ମ୍ୟୁଜିୟମରେ ଏହି ବିବାହ କାର୍ଯ୍ୟକ୍ରମ ସ୍ମପର୍ଣ୍ଣ କରାଯାଇଥିଲା ।

୫- ଭାନିଶା ମିତ୍ତଲ ଏବଂ  ଅମିତ ଭାଟିଆ

ବିଶିଷ୍ଟ ଶିଳ୍ପପତି ଲକ୍ଷ୍ମୀ ମିତ୍ତଲଙ୍କ ଏକମାତ୍ର ଝିଅ ଭାନିଶା ମିତ୍ତଲଙ୍କ ବିବାହ ଲଣ୍ଡନରେ ଆୟୋଜନ କରାଯାଇଥିଲା । ତାଙ୍କ ବିବାହ ବ୍ୟାଙ୍କର ଅମିତ ଭାଟିଆଙ୍କ ସହ ହୋଇଥିଲା ଏହି ବିବାହରେ ୨୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । 

 

ପ୍ରଥମ ଟେଷ୍ଟ
ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ
ନୂଆଦିଲ୍ଲୀ: ଆସନ୍ତାକାଲି ଭାରତ -ବାଲାଂଦେଶ ପ୍ରଥମ ଟେଷ୍ଟ। ଚେନ୍ନାଇର ଏମଏ ଚିଦାମ୍ବରମ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟର ଟକ୍କର । ରୋହିତ ଶର୍ମାଙ୍କ ନେତୃତ୍ବର
ମଙ୍କିପକ୍ସ
ଭାରତରେ ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ: ଭାରତରେ ଆଉଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ଘର କେରଳରେ । ସେ କିଛି ଦିନତଳେ ୟୁଏଇରୁ ଫେରିଛନ୍ତି । ତାଙ୍କୁ ଆଇସୋଲେସନରେ ରଖ
ଚନ୍ଦ୍ରଯାନ
ଚନ୍ଦ୍ରଯାନ ୪ର ମିଶନ ପାଇଁ କେନ୍ଦ୍ର କ୍ୟାବିନେଟ୍‌ର ମଂଜୁରୀ
ନୂଆଦିଲ୍ଲୀ: ମହାକାଶରେ ଆହୁରି ଶକ୍ତିଶାଳୀ ହେବ ଭାରତ । ଚନ୍ଦ୍ରଯାନ ୪ ମିଶନକୁ କେନ୍ଦ୍ର କ୍ୟାବିନେଟର ମିଳିଛି ମଂଜୁରୀ । ବହୁ ପ୍ରତିକ୍ଷୀତ ଏହି ମିଶନ ପାଇଁ ୨୧୦୪କୋଟି ଟଙ୍କା ବ୍ୟ