ଅଧିକ ଶକ୍ତିଶାଳୀ ହେବ ଭାରତୀୟ ନୌସେନା
by Argus News
Wed, Nov 29 | 10:11 p.m.

ଅର୍ଗସ ବ୍ୟୁରୋ : ସମୁଦ୍ରରେ ଆଧିପତ୍ୟ ବିସ୍ତାର ପାଇଁ ବଡ଼ ଯୋଜନା । ଚୀନକୁ ଚେକ୍‌ ଦେବାକୁ ନୂଆ ଗେମ୍‌ ପ୍ଲାନ । ନୌସେନାକୁ ମିଳିବ ଆଉ ଏକ ଯୁଦ୍ଧପୋତର ବଳ । ଅଧିକ ଶକ୍ତିଶାଳୀ ହେବ ଭାରତୀୟ ନୌସେନା । ଭାରତ ମହାସାଗରରେ ଡ୍ରାଗନ ବାରମ୍ବାର ଅନୁପ୍ରବେଶ କରି ନିଜ ପତିଆରା ଦେଖାଉଛି । କିନ୍ତୁ ଏବେ ଚୀନର ନାଲି ଆଖିକୁ ଡରିବନି ଭାରତ । ଚୀନକୁ ଉଚ୍ଚିତ ଜବାବ ଦେବାକୁ ଅଣ୍ଟା ଭିଡ଼ିଛନ୍ତି କେନ୍ଦ୍ର ସରକାର । ନୌସେନାକୁ ଅଧିକ ସଶକ୍ତ କରିବାକୁ ନେଉଛନ୍ତି ବଡ଼ ପଦକ୍ଷେପ । 

ଅଧିକ ପଢନ୍ତୁ ଭାରତ ଖବର

ଏବେ ଭାରତୀୟ ନୌସେନାକୁ ଆଉ ଏକ ବିମାନବାହୀ ଯୁଦ୍ଧପୋତ ଦେବା ପାଇଁ ଚାଲିଛି ପ୍ରସ୍ତୁତି । ୪୦ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମାଣ ହେବ ଭାରତର ତୃତୀୟ ବିମାନବାହୀ ଯୁଦ୍ଧପୋତ । ୪୫ ହଜାର ଟନ୍ ଓଜନର ଏହି ଜାହାଜକୁ କୋଚିନ୍ ସିପୟାର୍ଡରେ ନିର୍ମାଣ କରାଯିବ । ଯେଉଥିରେ ୨୮ଟି ଲଢୁଆ ବିମାନ ଓ ହେଲିକପ୍ଟର ମୁତୟନ ହୋଇପାରିବ  । 

ଏହାର ଦୈର୍ଘ୍ୟ ୨୬୨ ମିଟର, ଓସାର ୬୨ ମିଟର ଓ ଉଚ୍ଚତା ୫୯ ମିଟର ହେବ । ଘଣ୍ଟା ପ୍ରତି ୫୨ କିଲୋମିଟର ବେଗରେ ଗତି କରିପାରିବ ଏହି ଯୁଦ୍ଧପୋତ । ବିକ୍ରାନ୍ତ ଭଳି ଏହା ମଧ୍ୟ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ ହେବ । ଯାହା ଆତ୍ମନିର୍ଭର ଭାରତକୁ ଆହୁରି ବଳ ଦେବ । ପ୍ରତିରକ୍ଷା ଅଧିଗ୍ରହଣ ପରିଷଦର ଅନୁମତି ପରେ ଆରମ୍ଭ ହେବ ଯୁଦ୍ଧପୋତ ନିର୍ମାଣ କାର୍ଯ୍ୟ ।

ରାଜଧାନୀରେ କୋଷ୍ଟଗାର୍ଡ
now
ରାଜଧାନୀରେ କୋଷ୍ଟଗାର୍ଡ DIG ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ଅଭିଯାଗ
ଅର୍ଗସ ବ୍ୟୁରୋ: ନୟାପଲ୍ଲୀ ଥାନା ଅଞ୍ଚଳରେ କୋଷ୍ଟଗାର୍ଡ ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ୨ଜଣ ମଦ୍ୟପ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ସପିଂ ସାରି ଫେରୁଥିବା ବେଳେ କୋଷ୍ଟଗାର୍
ରାଜ୍ୟରେ ଲାଗୁ ହେବ
29m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା