ଭାରତକୁ ଷଷ୍ଠ ପଦକ , ବ୍ରୋଞ୍ଜ ମେଡାଲ ଜିତିଛନ୍ତି ଅମନ ଶେରାୱତ
by Argus News
Sat, Aug 10 | 7:59 a.m.

ଅର୍ଗସ ବ୍ୟୁରୋ : ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତକୁ ଷଷ୍ଠ ପଦକ। ପୁରୁଷ କୁସ୍ତି 57 କେଜି ବର୍ଗରେ ବ୍ରୋଞ୍ଜ ମେଡାଲ ଜିତିଛନ୍ତି ଅମନ ଶେରାୱତ। ପ୍ୟାରିସ ଅଲିମ୍ପିକ୍ସ କୁସ୍ତିରେ ଭାରତ ଖାତାକୁ ଆସିଛି ପ୍ରଥମ ମେଡାଲ୍। ଅମନଙ୍କ ଏ ସଫଳତା ପରେ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହଙ୍କ ସମେତ ଅନେକ ବରିଷ୍ଠ ବ୍ୟକ୍ତିତ୍ବ। ସେପଟେ ପୁରୁଷ କୁସ୍ତିରେ ପଦକ ଆଣିବାକୁ ପଣ କରିଥିଲେ ଅମନ। ଯାହାକୁ ଲକ୍ଷ୍ୟରେ ରଖି ସେ ମୈଦାନକୁ ଓହ୍ଲାଇଥିଲେ ବୋଲି କହିଛନ୍ତି।

ଅଧିକ ପଢନ୍ତୁ : ପ୍ୟାରିସ ଅଲମ୍ପିକ୍ସ:ଆଜି ବ୍ରୋଞ୍ଜ ପାଇଁ ଖେଳିବେ ରେସଲର ଅମନ

୩ଟି ବ୍ରୋଞ୍ଜ ପଦକ ସୁଟିଂରେ ମିଳିଥିବାବେଳେ ଗୋଟିଏ ବ୍ରୋଞ୍ଜ ପଦକ ଭାରତୀୟ ହକି ଦଳକୁ ମିଳିଛି। ଅନ୍ୟପଟେ ଜାଭେଲିନ୍ ଥ୍ରୋରେ ନୀରଜ ଚୋପ୍ରାଙ୍କୁ ମିଳିଛି ରୌପ୍ୟ ପଦକ । ଏବେ ଅମନ ଆଉ ଏକ ବ୍ରୋଞ୍ଜ ପଦକ ହାସଲ କରି ଷଷ୍ଠରେ ପହଞ୍ଚିଛି ପଦକ ସଂଖ୍ୟା । 
 

ଦିନ ବେଳର
7m ago
ଦିନ ବେଳର ଖବର ସଂକ୍ଷେପରେ...
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020... ପୁନଃ ଗଠିତ ହେଲା ଟାସ୍କ ଫୋର୍ସ.. ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ ରାଜ୍
OSSSC
7m ago
OSSSC ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: OSSSC ପରିଚାଳିତ ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିର
ହବିଷ୍ୟାଳି
9m ago
ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ବୃନ୍ଦାବତୀ ନିବାସର ବେସମେଣ୍ଟରେ ରହିବେ ୧୪୦ ହବିଶ୍ୟାଳି। ତେବେ ଆଜି ସୁଦ୍ଧା ସମସ୍ତ ତାଲିକ