ରାଞ୍ଚି ଟେଷ୍ଟରେ ଭାରତର ରୋମାଞ୍ଚକର ବିଜୟ
by Argus News
Mon, Feb 26 | 2:08 p.m.

ଅର୍ଗସ ବ୍ୟୁରୋ: ରାଞ୍ଚି ଟେଷ୍ଟରେ ଭାରତର ରୋମାଞ୍ଚକର ବିଜୟ। ଚତୁର୍ଥ ଟେଷ୍ଟ ଜିତି ଇଂଲଣ୍ଡ ବିପକ୍ଷ ସିରିଜ୍‌ କବ୍‌ଜା କଲା ଭାରତ। ସିରିଜ୍‌ର ଗୋଟିଏ ମ୍ୟାଚ ବାକି ଥାଇ ଭାରତ ୩-୧ରେ ଆଗୁଆ ରହିଛି। ୫ ୱିକେଟ ହରାଇ ୧୯୨ ରନର ବିଜୟଲକ୍ଷ୍ୟକୁ ହାସଲ କରିଛି ଭାରତ । ଦୁଇ ଯୁବ ବ୍ୟାଟର ଶୁଭମନ ଗିଲ ଓ ଧ୍ରୁବ ଜୁରେଲଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ବଳରେ ଭାରତ ଏହି ବିଜୟ ହାସଲ କରିଛି ।

୧୯୨ ରନର ଟାର୍ଗେଟ ନେଇ ପଡିଆକୁ ଓହ୍ଲାଇଥିବା ଭାରତ ଆଜି ଖେଳ ଆରମ୍ଭରୁ ସହଳ ୱିକେଟ ହରାଇ ସଙ୍କଟରେ ପଡିଥିଲା । ରୋହିତ ଅର୍ଦ୍ଧଶତକ କରି ଆଉଟ ହେବା ପରେ ଭାରତ ନିୟମିତ ବ୍ୟବଧାନରେ ୱିକେଟ ହରାଇଥିଲା । ତେବେ ଧ୍ରୁବ ଓ ଶୁଭମନ ଗିଲ ଭାରତର ଇନିଂସକୁ ସମ୍ଭାଳିଥିଲେ । ଉଭୟ ବେଶ ସର୍ତକତାର ସହ ବ୍ୟାଟିଂ କରି ଭାରତର ବିଜୟରେ ପ୍ରମୁଖ ଭୂମିକା ତୁଲାଇଥିଲେ । ଶେଷ ପର୍ଯ୍ୟନ୍ତ ଅପରାଜିତ ଥିବା ଗିଲ ଓ ଧ୍ରୁବ ଯଥାକ୍ରମେ ୫୨ ଓ ୩୯ ରନ୍ କରିଥିଲେ। 

୫ ମ୍ୟାଚ୍ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚରେ ଭାରତ ପରାଜିତ ହୋଇଥିବା ବେଳେ ପରବର୍ତ୍ତୀ ୩ଟି ମ୍ୟାଚରେ ହ୍ୟାଟ୍ରିକ ବିଜୟ ସହ ସିରିଜ ହାତେଇଛି ରୋହିତ ବାହିନୀ । ଇଂଲଣ୍ଡ ପ୍ରଥମ ଇନିଂସରେ ୩୫୩ ରନ୍ କରିଥିବା ବେଳେ ଭାରତ ପ୍ରଥମ ଇନିଂସରେ ୩୦୭ ରନ୍ କରି ୪୬ ରନରେ ପଛୁଆ ରହିଥିଲା । ତେବେ ଦ୍ୱିତୀୟ ଇନିଂସରେ ଭାରତୀୟ ବୋଲରଙ୍କ ଯାଦୁଗରୀ ବୋଲିଂ ଆଗରେ ମୁଣ୍ଡ ନୁଆଇଁଥିଲେ ଇଂଲଣ୍ଡର ବ୍ୟାଟର । ମାତ୍ର ୧୪୫ ରନରେ ପ୍ୟାଭିଲିୟନ ଫେରିଥିଲା ପୂରା ଟିମ୍ । ଯାହା ଫଳରେ ଭାରତକୁ ବିଜୟ ପାଇଁ ୧୯୨ ରନର ଟାର୍ଗେଟ ଦେଇଥିଲା ଇଂଲଣ୍ଡ । ଯାହାକୁ ବେଶ ସହଜରେ ହାସଲ କରିଛି ଟିମ୍ ଇଣ୍ଡିଆ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 

ହବିଷ୍ୟାଳି
1m ago
ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ବୃନ୍ଦାବତୀ ନିବାସର ବେସମେଣ୍ଟରେ ରହିବେ ୧୪୦ ହବିଶ୍ୟାଳି। ତେବେ ଆଜି ସୁଦ୍ଧା ସମସ୍ତ ତାଲିକ
ED
42m ago
୧୨ ଦୁର୍ନୀତିଖୋରଙ୍କ ଘରେ ପଶିବ ଇଡି
ଅର୍ଗସ ବ୍ୟୁରୋ: ବିଜେଡିରେ ଛନକା । ୧୨ ଦୁର୍ନୀତିଖୋରଙ୍କ ଘରେ ପଶିବ ଇଡି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପହଞ୍ଚିଲା ୧୨ କୋଟିପତି ସରକାରୀ ବାବୁଙ୍କ ମାମଲା । ଇଡି ପକ୍ଷରୁ ସେସବୁ ମାମଲା
ସର୍ବଭାରତୀୟ ନିଟ
ସର୍ବଭାରତୀୟ ନିଟ ପରୀକ୍ଷାରେ ସଫଳ ହେବା ସହ ଡାକ୍ତର ହେବେ ଦିପୁ
ଅର୍ଗସ ବ୍ୟୁରୋ: ଜୀବନର ସଂଘର୍ଷ ତାଙ୍କୁ ଶିଖାଇଦେଇଛି ବଞ୍ଚିବା। ଯେଉଁ ବୟସରେ ବାପାଙ୍କ ହାତ ଧରି ଏ ଦୁନିଆକୁ ଦେଖିବା କଥା। ସେ ବୟସରେ ବିଧାତା ବି ତାଙ୍କୁ କଷଣ ଦେଇଛି। କିନ୍ତୁ ବାପାଙ୍