୧୨ ଦୁର୍ନୀତିଖୋରଙ୍କ ଘରେ ପଶିବ ଇଡି
by Argus News
Fri, Oct 18 | 1:09 p.m.

ଅର୍ଗସ ବ୍ୟୁରୋ: ବିଜେଡିରେ ଛନକା । ୧୨ ଦୁର୍ନୀତିଖୋରଙ୍କ ଘରେ ପଶିବ ଇଡି, ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ପହଞ୍ଚିଲା ୧୨ କୋଟିପତି ସରକାରୀ ବାବୁଙ୍କ ମାମଲା । ଇଡି ପକ୍ଷରୁ ସେସବୁ ମାମଲାର ଖୋଳତାଡ କରାଯିବ । ଏଥିପାଇଁ ଭିଜିଲାନ୍ସ ପକ୍ଷରୁ ସମସ୍ତ ମାମଲା ଇଡିକୁ ହସ୍ତାନ୍ତର ହୋଇସାରିଛି । ଦୁର୍ନୀତିଖୋର ବାବୁଙ୍କ କଳାଧନ ସଂଗ୍ରହର ଉତ୍ସ ସାଙ୍ଗକୁ ସେମାନଙ୍କ ରାଜନୈତିକ ସଂପୃକ୍ତିର ଖୋଲତାହ ହେବ । ତୃତୀୟ ମହଲାର ପାଓ୍ବାରଫୁଲ ବାବୁଙ୍କ ସହ ମିଶି ରାଜସ୍ବ ଲୁଟିଥିବା ଅଭିଯୋଗ। ସେମାନେ କେତେ କଳାଧନର ଅଧିକାରୀ, କେଉଁ କେଉଁ ବାଟରେ ସେମାନେ ବିନିଯୋଗ କରିଛନ୍ତି ସେସବୁର ମଧ୍ୟ ଛାନଭିନ୍ କରାଯିବ । ଅଭିଯୋଗ ହୋଇଥିଲା ଏମାନଙ୍କ ତୃତୀୟ ମହଲା ସହ ସଂପୃକ୍ତି ଥିଲା । ଛୋଟ ମାଛ ଧରାପଡିଥିଲେ ମଧ୍ୟ ବଡ ମାଛ ମାନଙ୍କ ପାଖରେ ପହଞ୍ଚି ପାରିନଥିଲା ପୋଲିସ। ୨୦୨୩ରୁ ୨୦୨୪ ମଧ୍ୟରେ ଭିଜିଲାନ୍ସ ପଞ୍ଚାରେ ଫସି ଜେଲ ଯାଇଥିବା ଓ ନିଲମ୍ବିତ ହୋଇଥିବା ୧୨ଜଣ କଳାଧନର ମାଲିକଙ୍କ ନାଁ ପ୍ରକାଶ ପାଇନାହିଁ । କିନ୍ତୁ ଖୁବଶୀଘ୍ର ପ୍ରିଭେନସନ୍ ଅଫ୍ ମନି ଲଣ୍ଡରିଂ ଆକ୍ଟରେ ସେମାନଙ୍କୁ ସମନ କରାଯିବ । ସୁପ୍ରିମକୋର୍ଟଙ୍କ ଅନୁମୋଦିତ କଳାଧନ ସମ୍ପର୍କିତ ମାଲାର ତଦନ୍ତ କରୁଥିବା ଏସଆଇଟି ଉପାଧ୍ୟକ୍ଷ ଜଷ୍ଟିସ ଅରଜିତ ପଶାୟତ ମଧ୍ୟ ଏହାକୁ ଗୁରୁତର ସହ ନେଇଥିଲେ । ଅଗଷ୍ଟ ୨୮ରେ କଟକର ଅନୁଷ୍ଠିତ ଏକ ଗୁରୁତ୍ବପୂର୍ଣ୍ଣ ବୈଠକରେ ଭିଜିଲାନ୍ସ ପକ୍ଷରୁ ୧୨ଟି ଚର୍ଚ୍ଚିତ ମାମଲା ପ୍ରସଙ୍ଗ ଉଠିଥିଲା ।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର 

ଯମୁନା ନଦୀ
31m ago
ପୁଣି ଯମୁନା ନଦୀରେ ବିଷାକ୍ତ ଫେଣ , ରାଜଧାନୀବାସୀଙ୍କ ସ୍ଥିତି ସଂଙ୍ଗୀନ
ଅର୍ଗସ ବ୍ୟୁରୋ : ପୁଣି ଯମୁନା ନଦୀରେ ବିଷାକ୍ତ ଫେଣ । ଆପଣ ଯେଉଁଠିକି ଦେଖିବେ ସେଠି ଫେଣ ହିଁ ଫେଣ । ଦିଲ୍ଲୀର କାଳନ୍ଦି କୁଞ୍ଜ ଅଞ୍ଚଳରେ ଯମୁନା ନଦୀର ଏ ସଙ୍ଗୀନ ସ୍ଥିତି ଦେଖିବାକୁ ମିଳିଛି
OSSSC
55m ago
OSSSC ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: OSSSC ପରିଚାଳିତ ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିର
ଦିନ ବେଳର
56m ago
ଦିନ ବେଳର ଖବର ସଂକ୍ଷେପରେ...
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020... ପୁନଃ ଗଠିତ ହେଲା ଟାସ୍କ ଫୋର୍ସ.. ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ ରାଜ୍