ପ୍ୟାରିସ୍ ଅଲିମ୍ପିକ୍ସର ମହିଳା କୁସ୍ତିର ଫାଇନାଲରେ ଭାରତର ଭିନେଶ ଫୋଗଟ୍
by Argus News
Wed, Aug 07 | 7:48 a.m.

ଅର୍ଗସ ବ୍ୟୁରୋ : ମହିଳା ରେସଲିଂ ୫୦ କେଜି ବର୍ଗରେ ପ୍ରଥମ ଭାରତୀୟ ଭାବେ ଫାଇନାଲରେ ଭୀନେଶ ଫୋଗାଟ । ଏହାସହିତ ଭାରତ ପାଇଁ ଆଉ ଏକ ପଦକ ପକ୍କା କରିଛନ୍ତି । ପ୍ୟାରିସ୍ ଅଲିମ୍ପିକ୍ସର ମହିଳା କୁସ୍ତିର ଫାଇନାଲରେ ପ୍ରବେଶ କରିଛନ୍ତି ଭାରତର ଭିନେଶ ଫୋଗଟ୍ । ସେମିରେ ବିନେଶ କ୍ୟୁବାର ଓ୍ବାଇ. ଗୁଜମ୍ୟାନଙ୍କୁ କଲେ ପରାସ୍ତ । ଭିନେଶ ଫୋଗଟ୍ ୫୦ କେଜି ବର୍ଗର ଫାଇନାଲକୁ ଉନ୍ନୀତ ହୋଇଛନ୍ତି । ପୂର୍ବରୁ କ୍ବାର୍ଟରରେ ୟୁକ୍ରେନର ଲିବାଚଙ୍କୁ ୭-୫ରେ ହରାଇଥିଲେ । ପ୍ରି-କ୍ବାର୍ଟରରେ ଡିଫେଣ୍ଡିଂ ଚାମ୍ପିୟନକୁ ହରାଇଥିଲେ ଫୋଗାଟ । ବିଶ୍ବ କୁସ୍ତି ଚାମ୍ପିୟନଶିପରେ ସେ ଅନେକ ପଦକ ଜିତିଛନ୍ତି।

ଅଧିକ ପଢନ୍ତୁ : ପ୍ୟାରିସ ଅଲମ୍ପିକ୍ସ ଫାଇନାଲରେ ଗୋଲ୍ଡେନ୍ ବୟ ନୀରଜ ଚୋପ୍ରା

ଫୋଗାଟ୍ ପ୍ରଥମ ଭାରତୀୟ ଆଥଲେଟ୍ ଭାବେ ୨୦୧୯ରେ ଲରିୟସ୍ ବିଶ୍ୱ କ୍ରୀଡ଼ା ପୁରସ୍କାର ପାଇଁ ମନୋନୀତ ହୋଇଥିଲେ। ତାଙ୍କର ବର୍ତ୍ତମାନର ଫର୍ମକୁ ଦେଖିଲେ ସେ ପଦକ ଜିତିବା ଆଶା କରାଯାଉଛି । ସେପଟେ ହକିରେ ଭାରତର ନୈରାଶ୍ୟଜନକ ପ୍ରଦର୍ଶନ । ୩-୨ରେ ଜର୍ମାନୀ ଠାରୁ ହାରିଲା ଭାରତ । ଆଗକୁ ସ୍ପେନ ସହ ବ୍ରୋଞ୍ଜ ପଦକ ପାଇଁ କରିବ ମୁକାବିଲା ।
 

ଦିନ ବେଳର
8m ago
ଦିନ ବେଳର ଖବର ସଂକ୍ଷେପରେ...
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020... ପୁନଃ ଗଠିତ ହେଲା ଟାସ୍କ ଫୋର୍ସ.. ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଟାସ୍କ ଫୋର୍ସ ଗଠନ କଲେ ରାଜ୍
OSSSC
9m ago
OSSSC ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର
ଅର୍ଗସ ବ୍ୟୁରୋ: OSSSC ପରିଚାଳିତ ପରୀକ୍ଷା ବିବାଦ। ଏହାର ଖୁବଶୀଘ୍ର ସମାଧାନ କରିବେ ରାଜ୍ୟ ସରକାର। ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ଆରମ୍ଭ ହୋଇଛି ବୋଲି ଏକ ପ୍ରେସ ବିଜ୍ଞପ୍ତିର
ହବିଷ୍ୟାଳି
10m ago
ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା
ଅର୍ଗସ ବ୍ୟୁରୋ: ଅଣପଞ୍ଜିକୃତ ହବିଷ୍ୟାଳିଙ୍କୁ ରଖିବା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା । ବୃନ୍ଦାବତୀ ନିବାସର ବେସମେଣ୍ଟରେ ରହିବେ ୧୪୦ ହବିଶ୍ୟାଳି। ତେବେ ଆଜି ସୁଦ୍ଧା ସମସ୍ତ ତାଲିକ