୨୫ ବର୍ଷ ସରକାର ଛଡେଇ ନେଇଛି ଜୀବିକା
by Argus News
Wed, Apr 24 | 2:25 p.m.

ଅର୍ଗସ ବ୍ୟୁରୋ : ବନ୍ଦ ହୋଇଗଲା କଟକ ଜିଲ୍ଲାବାସୀଙ୍କ ଭାତ ହାଣ୍ଡି । ଶିଳ୍ପହୀନ ହୋଇଯାଇଛି କଟକ ଜିଲ୍ଲା । ରୋଜଗାର ହରେଇଛନ୍ତି ହଜାର ହଜାର କଟକ ଜିଲ୍ଲାବାସୀ । ରାଜ୍ୟର ପ୍ରଥମ ରାଜଧାନୀ କଟକ । ଏହି କଟକ ଜିଲ୍ଲାରେ ଥିଲା ସୂତା, ଲୁଗା, ଚିନି, କାଚ, କାର୍ପେଟ, ଟାଇଲ୍ସ ଭଳି ଅନେକ ବଡ଼ ବଡ଼ କାରଖାନା । ଏ ସବୁ କାରଖାନା ଦିନେ ଓଡ଼ିଶା ସମେତ ରାଜ୍ୟ ବାହାରକୁ ଚିନି, ସୂତା, ଲୁଗା, କାଚ ଦ୍ରବ୍ୟ, କାର୍ପେଟ, କାଗଜ ଆଦି ଯୋଗାଉଥିଲେ । ହେଲେ ଏ ସବୁ କାରଖାନା ଏବେ ଭୂତ କୋଠିରେ ପରିଣତ ହୋଇଯାଇଛି । ଟିକେ ନଜର ପକାନ୍ତୁ କଟକ ଜିଲ୍ଲାରେ ବନ୍ଦ ହୋଇଥିବା କିଛି ବଡ଼ ବଡ଼ କାରଖାନା ଉପରେ । 

କଟକ ଚୌଦ୍ଵାରରେ ୧୯୫୦ ମସିହାରେ ପ୍ରତିଷ୍ଠା ହୋଇଥିଲା ଓଡ଼ିଶାର ପ୍ରଥମ ଲୁଗାକଳ ଓଟିଏମ । ଏହା ଉନ୍ନତ ମାନର କପଡ଼ା ତିଆରି କରି ଏସିଆ ଆୱାର୍ଡ଼ ପାଇଥିଲା । ହେଲେ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ଏହା ଦେବାଳିଆ ହେବାରୁ ୨୦୦୦ ମସିହାରେ ସରକାର ଏଥିରେ ତାଲା ପକେଇ ଦେଲେ । ସେହି ଚୌଦ୍ଵାରରେ ୧୯୫୫ ମସିହାରେ କାଗଜ କଳ ପ୍ରତିଷ୍ଠା ହୋଇଥିଲା । ଏହା ୧୯୯୦ ପର୍ଯ୍ୟନ୍ତ ଚାଲିବା ପରେ ବିଭିନ୍ନ କାରଣ ପାଇଁ ବନ୍ଦ ହୋଇଗଲା । ୧୯୯୧ ମସିହାରେ ରାଜ୍ୟ ସରକାର ଅନ୍ୟ ଏକ ସଂସ୍ଥାକୁ ୧୦ ବର୍ଷ ପାଇଁ ଏହାକୁ ଟେକି ଦେଲେ । ହେଲେ ୨୦୦୧ ମସିହାରେ ଏହି କାଗଜ କଳ ସମ୍ପୂର୍ଣ୍ଣ ବନ୍ଦ ହୋଇଗଲା । କେବଳ ଏତିକି ନୁହେଁ ଏହି ଚୌଦ୍ଵାରରେ ଟାଇଲ କାରଖାନା ମଧ୍ୟ କାର୍ଯ୍ୟକାରୀ ହେଉଥିଲା । ହେଲେ ତାହା ମଧ୍ୟ କିଛି ଦିନ ପରେ ବନ୍ଦ ହୋଇଗଲା । 

 

ଏହା ଗୋଟିଏ ଝଲକ ଥିଲା । ଏପଟେ ଆଠଗଡ଼, ବଡମ୍ବା ନରସିଂହପୁର ଓ ବାରଙ୍ଗ ଅଞ୍ଚଳରେ ଥିବା ଅନେକ ବୃହତ ବୃହତ କାରଖାନା ବନ୍ଦ ହୋଇଛି । ଲୋକ ରୋଜଗାର ହରେଇଛନ୍ତି । ଚାଷୀ ଜୀବିକା ହରେଇଛନ୍ତି । ବେରୋଜଗାରୀଙ୍କ ସଂଖ୍ୟା ବଢ଼ିଛି । ଆଠଗଡ ବିଧାନସଭା ନିର୍ବାଚନ ମଣ୍ଡଳୀ ତିଗିରିଆ ବ୍ଲକ ନୂଆ ପାଟଣା ଠାରେ ଥିବା ଜଗନ୍ନାଥ ସୂତାକଳ ୧୯୮୩ ମସିହାରେ ପ୍ରତିଷ୍ଠା ହୋଇଥିଲା । ଏଠି ୧୨୦୦ ରୁ ଉର୍ଦ୍ଧ୍ବ ବୁଣାକାର ପରିବାର ଜୀବିକା ପାଇବା ସହ ରୋଜଗାର ପାଇଥିଲେ । ଏହା ୧୦ ବର୍ଷ ଚାଲିବା ପରେ ରାଜନୈତିକ ଓ ପ୍ରଶାସନିକ ଉଦାସୀନତା ଯୋଗୁଁ ଏଥିରେ ତାଲା ପଡ଼ିଗଲା । ବର୍ତ୍ତମାନ ଏହା ଭୂତ କୋଠିରେ ପରିଣତ ହୋଇଯାଇଛି । 

ଅଧିକ ପଢନ୍ତୁ ଓଡିଶା ଖବର

ସେହିପରି, ସେହି ଆଠଗଡ଼ରେ ୧୯୮୪ ରେ ମାଁ ବାଉତି ପାୱାରଲୁମ ପ୍ରତିଷ୍ଠା ହୋଇଥିଲା । ଏଥିରେ ୨୦୦ ରୁ ଉର୍ଦ୍ଧ୍ବ ଲୋକ ରୋଜଗାର ପାଇଥିଲେ । ଏହା ମଧ୍ୟ ୧୦ ବର୍ଷ ପର୍ଯ୍ୟନ୍ତ ଚାଲିବା ପରେ ବନ୍ଦ ହୋଇଗଲା । ୧୯୭୯ ମସିହାରେ ଦାରୋଡ ସୂତାରଙ୍ଗ କାରଖାନା ପ୍ରତିଷ୍ଠା ହୋଇଥିଲା । ୫୦ ରୁ ଉର୍ଦ୍ଧ୍ବ ଲୋକ ଏଠି କାମ କରୁଥିଲେ । ଏହା ମଧ୍ୟ ୧୦ ବର୍ଷ ପରେ ବନ୍ଦ ହୋଇଗଲା । ଅନ୍ୟପଟେ ବଡମ୍ବା ନରସିଂହପୁରରେ ୧୯୮୪ ମସିହାରେ ପ୍ରତିଷ୍ଠା ହୋଇଥିଲା ଚିନିକଳ । ୫ ହଜାର ଚାଷୀଙ୍କ ଅଂଶଧନରେ ଏହା ଗଢି ଉଠିଥିଲା । ହେଲେ କିଛି ବର୍ଷ ଏହା ମଧ୍ୟ ବନ୍ଦ ହୋଇଗଲା । ଲୋକ ରୋଜଗାର ହରେଇଲେ । ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଗଲେ । ତଥାପି ବନ୍ଦ ପଡ଼ିଥିବା କାରଖାନାକୁ ପୁନରୁଦ୍ଧାର କରିବା ପାଇଁ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଲେ ନାହିଁ । ଯାହାକୁ ନେଇ ଲୋକ ପ୍ରଶ୍ନ ଉଠେଇଲେଣି । 
 

BOBBY DAS
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ