ରାଜ୍ୟରେ ବୃଦ୍ଧି ପାଉଛି ନିର୍ଯାତନା, ଅସଦାଚରଣ ଓ ହତ୍ୟା ଘଟଣା
by Argus News
Fri, May 10 | 8:43 a.m.

ଅର୍ଗସ ବ୍ୟୁରୋ:  ବିଜେଡି ଶାସନରେ ଅସୁରକ୍ଷିତ ମହିଳା । ବୃଦ୍ଧି ପାଉଛି ନିର୍ଯାତନା, ଅସଦାଚରଣ ଓ ହତ୍ୟା ଘଟଣା । ନିର୍ବାଚନ ଆସୁଥିବାରୁ ବ୍ରହ୍ମପୁରରେ ନାବାଳିକା ଗଣଦୁଷ୍କର୍ମ ପରି ସମ୍ବେଦନଶୀଳ ଘଟଣାକୁ ଶାସକ ଦଳ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ହୋଇଛି । ଘଟଣାକୁ 5 ଦିନ ବିତିଥିଲେ ବି ମାତ୍ର 5 ଜଣଙ୍କୁ ଗିରଫ କରି ଅନ୍ୟ ଅଭିଯୁକ୍ତଙ୍କୁ ପୋଲିସ ଜାଣିଶୁଣି ଛାଡ଼ି ଦେଇଥିବା ଅଭିଯୋଗ କରିଛି ଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା । ତିନି ଜଣ ଅଭିଯୁକ୍ତଙ୍କୁ ପୋଲିସ ହେପାଜତରୁ ଛାଡ଼ି ଦିଆ ଯାଇଥିବା ଅଭିଯୋଗ ହୋଇଛି ।

ଘଟଣାରେ ସଂପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଦାବି କରିଛି ବିଜେପି । ରାଜ୍ୟ ସରକାରଙ୍କ ଅପାରଗତା ଯୋଗୁ ଗଞ୍ଜାମ ଜିଲ୍ଲାରେ ଅପରାଧ ରେକର୍ଡ ବୃଦ୍ଧି ପାଇଛି।  ରାଜ୍ୟରେ ସର୍ବାଧିକ ଅପରାଧ ପ୍ରବଣ ଜିଲ୍ଲା ହୋଇଛି ଗଞ୍ଜାମ । ରାଜ୍ୟ ସରକାର ମହିଳା ସଶକ୍ତିକରଣ କେବଳ ସ୍ଲୋଗାନରେ ସୀମିତ ରହିଛି । ପୀଡିତାଙ୍କୁ 50 ଲକ୍ଷ ଟଙ୍କା କ୍ଷତିପୂରଣ ସହ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିବାକୁ ବିଜେପି ମହିଳା ମୋର୍ଚ୍ଚା ଦାବି କରିଛି । ପ୍ରତିବାଦରେ ଆଜି ସକାଳ 11ଟା ରୁ ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ଏବଂ ପରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାପତି ବ୍ରହ୍ମପୁର ଏସ୍ପି ଅଫିସ କାର୍ଯ୍ୟଳୟ ଆଗରେ ବିକ୍ଷୋଭ କରିଛନ୍ତି।

ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

ସମ୍ବିଧାନ ମୁଖବନ୍ଧରେ
ସମ୍ବିଧାନ ମୁଖବନ୍ଧରେ ଅହିଂସା ଦାବି କରୁଥିବା ଦଳ, ଘଟାଉଛି ରାଜରାସ୍ତାରେ ହିଂସା
ଅର୍ଗସ ବ୍ୟୁରୋ: ବିଜେଡି ସାଜିଛି ରକ୍ତମୁଖା। ନିର୍ବାଚନକୁ ନେଇ ଗଡିଲା ମୁଣ୍ଡ। ରାଜନୈତିକ ହିଂସାର ଶିକାର ନିରୀହ ଲୋକ । ବରଗଡ଼ରେ ବିଜେଡି ଗୁଣ୍ଡାଙ୍କ ଶିକାର ହୋଇଛନ୍ତି ଜଣେ ଅଟୋ ଚାଳକ
ସମ୍ଭାବ୍ୟ ବାତ୍ୟାକୁ
ସମ୍ଭାବ୍ୟ ବାତ୍ୟାକୁ ନେଇ ମତ୍ସଜୀବୀଙ୍କ ପାଇଁ ଜାରି ହେଲା ସତର୍କ ସୂଚନା
ଅର୍ଗସ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମ୍ଭାବ୍ୟ ବାତ୍ୟାକୁ ନେଇ ଓଡିଶା ସରକାରଙ୍କ ସ୍ୱତନ୍ତ୍ର ରିଲିଫ କମିଶନର ସତ୍ୟବ୍ରତ ସାହୁ ସତର୍କ ସୂଚନା ଜାରି କରିଛନ୍ତି । ଆଜି ପୂର୍ବାହ୍
ରତ୍ନ ଚୋରି ପ୍ରସଙ୍ଗ
ମୋଦିଙ୍କ ଖୋଲା ଅଭିଯୋଗ ପରେ ଗରମ ହେଲା ରତ୍ନ ଚୋରି ପ୍ରସଙ୍ଗ
ପୁରୀ: ରତ୍ନ ଭଣ୍ଡାର ଚାବି ପଳାଇଛି କି ତାମିଲନାଡୁ ? ମୋଦିଙ୍କ ଖୋଲା ଅଭିଯୋଗ ପରେ ଗରମ ହେଲା ରତ୍ନ ଚୋରି ପ୍ରସଙ୍ଗ । ତାମିଲନାଡୁକୁ ରତ୍ନଭଣ୍ଡାର ଚାବି ନେଇଛି କିଏ ? । ନାଁ