ଭାରତରେ ଇନଷ୍ଟାଗ୍ରାମ ଡାଉନ: ଅଭିଯୋଗ କଲେ ୟୁଜର୍ସ
by Argus News
Tue, Oct 08 | 1:35 p.m.

ଅର୍ଗସ ବ୍ୟୁରୋ: ଠପ୍ ହୋଇଗଲା ଇନଷ୍ଟାଗ୍ରାମ । ଭାରତର ଅନେକ ସ୍ଥାନରେ ଦୀର୍ଘ ସମୟ ହେଲା ଚାଲୁନି ଇନଷ୍ଟାଗ୍ରାମ । ଆଜି ସକାଳ ପ୍ରାୟ 11ଟା 15 ମିନିଟ ସମୟରେ ଇନଷ୍ଟାଗ୍ରାମରେ ଆଉଟେଜ ଦେଖାଯାଇଥିଲେ। ଏନେଇ ଡାଉନ ଡିଟେକ୍ଟର ପକ୍ଷରୁ ସୂଚନା ଦିଆଯାଇଛି । ବର୍ତ୍ତମାନ ସୁଦ୍ଧା ମଧ୍ୟ କିଛି ୟୁଜର୍ସ ଏଥରେ ସମସ୍ୟା ଭୋଗୁଥିବା ଦେଖାଯାଇଛି ।

ଖବର ଅନୁସାରେ, 64 ପ୍ରତିଶତ ୟୁଜର୍ସ ଆପରେ ଲଗଇନ କରିବାରେ ସମସ୍ୟା ଭୋଗୁଛନ୍ତି । ଅନ୍ୟ 24 ପ୍ରତିଶତଙ୍କର କନେକ୍ସନ ଇସ୍ୟୁ ଦେଖାଯାଇଛି । ତେବେ ଏନେଇ ୟୁଜର୍ସମାନେ ଅସନ୍ତୋଷ ପ୍ରକାଶ କରିଥିବା ଦେଖାଯାଇଛି । ଅନେକ ୟୁଜର୍ସ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଇନଷ୍ଟାଗ୍ରାମ ଡାଉନ ନେଇ ଅଭିଯୋଗ କରିଛନ୍ତି । ଅନେକ ଷ୍ଟ୍ରିନ ସଟ ମଧ୍ୟ ପୋଷ୍ଟ କରିଛନ୍ତି ।

ଜଣେ ୟୁଜର୍ସ ଲେଖିଛନ୍ତି, ସତରେ କଣ ଇନଷ୍ଟାଗ୍ରାମ ଡାଉନ୍ ହୋଇଛି ନା ଇଣ୍ଟରନେଟରେ ସମସ୍ୟା ଦେଖାଯାଇଛି । ଲାଇଭ ଇଜ ମୋର ବିୟୁଟିଫୁଲ ଓ୍ବିଥଆଉଟ ଇନଷ୍ଟାଗ୍ରାମ ବୋଲି ମଧ୍ୟ ଜଣେ ଲେଖିଛନ୍ତି । ମୋଟ 6500 ଜଣ ୟୁଜର ଇନଷ୍ଟାଗ୍ରାମରେ ସମସ୍ୟା ନେଇ ଅଭିଯୋଗ କରିଛନ୍ତି । ଖବର ଲେଖିବା ପର୍ଯ୍ୟନ୍ତ ମଧ୍ୟ ଇନଷ୍ଟାଗ୍ରାମରେ ସମସ୍ୟା ଦେଖାଯାଇଛି । 58 ପ୍ରତିଶତଙ୍କ ଫିଡ୍, 32 ପ୍ରତିଶତଙ୍କ ଆପ୍ ଏବଂ 10 ପ୍ରତିଶତଙ୍କର ସରଭର କନେକ୍ସନରେ ସମସ୍ୟା ହେଉଥିବା କୁହାଯାଉଛି। ଦିଲ୍ଲୀ, ଜୟପୁର, ଲକ୍ଷ୍ନୌ, ମୁମ୍ବାଇ, ଅହମ୍ମଦାବାଦ, କୋଲକାତା, ହାଇଦ୍ରାବାଦ, ବେଙ୍ଗାଲୁରୁ, ଚେନ୍ନାଇ ଭଳି ଅନେକ ସହରରେ ଏହି ସମସ୍ୟା ଦେଖାଯାଉଥିବା ନେଇ ୟୁଜର୍ସ ଅଭିଯୋଗ କରିଛନ୍ତି। 

ଅଧିକ ପଢ଼ନ୍ତୁ ଭାରତ ଖବର 

ଗ୍ରାଚୁଇଟି ସୀମା
୨୦ ଲକ୍ଷ ହେଲା ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା
ଅଗର୍ସ ବ୍ୟୁରୋ : ରାଜ୍ୟର ସରକାରୀ କର୍ମଚାରୀମାନଙ୍କ ଗ୍ରାଚୁଇଟି ସୀମା ୧୫ ଲକ୍ଷରୁ ୨୦ ଲକ୍ଷ ଟଙ୍କାକୁ ବୃଦ୍ଧି। ପିଛିଲା ଭାବେ ୨୦୨୪ ଜାନୁଆରୀ ୧ ରୁ ଲାଗୁ ହେବ। ରାଜ୍ୟର ସରକାରୀ କର୍ମଚାର
ସୁଭଦ୍ରା ଯୋଜନା
ଅସହାୟଙ୍କ ସାହାର ସୁନିଲ, ସାଜିଛନ୍ତି ସୁଭଦ୍ରା ଯୋଜନାର ସାରଥୀ
ସମ୍ବଲପୁର : କିଏ ଚାଲି ପାରୁ ନାହିଁ, ତ କିଏ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବାପାଇଁ ଅନ୍ୟର ସାହାରା ଲୋଡୁଛି, ସେ ପରିସ୍ଥିତିରେ ଅନେକ ଅସହାୟ, ଗର୍ଭବତୀ, ଦିବ୍ୟାଙ୍ଗ ମହିଳାମାନ
ହରିୟାଣା
ହରିୟାଣାରେ ଫେଲ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ
ନୂଆଦିଲ୍ଲୀ: ଭୁଲ୍ ପ୍ରମାଣିତ ହେଲା କଂଗ୍ରେସର ସବୁ ଆସ୍ଫାଳନ । ହରିଆଣାରେ ଫେଲ୍ ମାରିଲା ସମସ୍ତ ଏକଜିଟ୍ ପୋଲର ଆକଳନ । ମୋଦିଙ୍କ ବିଶ୍ବସ୍ତ ସିପାହୀଙ୍କ ରଣନୀତି ଆଗରେ ବିରୋଧୀ ହେଲେ ଚିତ୍