ହକ୍ କାମ କଲେ ମିଳୁନି ପାଉଣା , ଶ୍ରମିକଙ୍କୁ ଟଙ୍କା ମିଳିବା ବଦଳରେ ଅନ୍ୟ ଆକାଉଣ୍ଟରେ ହେଉଛି ଟଙ୍କା ଜମା
by Argus News
Thu, Feb 15 | 6:43 p.m.

ଅର୍ଗସ ବ୍ୟୁରୋ: କାମ କରୁଛନ୍ତି ହେଲେ ପାଉଣା ପାଉ ନାହାନ୍ତି ଶ୍ରମିକ। କଳାହାଣ୍ଡି ଗୋଲାମୁଣ୍ଡା ବ୍ଲକ ମାନଝରି ପଞ୍ଚାୟତରରୁ ଆସିଛି ଏଭଳି ଅଭିଯୋଗ। ୨୦୨୩ ମସିହାରେ ମନରେଗା ଯୋଜନାରେ ଖଲିଆକୁର୍ଲା ପୋଖରୀ କାମ ଆରମ୍ଭ କରାଯାଇଥିଲା । ସ୍ଥାନୀଯ ପ୍ରଶାସନର ଉପସ୍ଥିତିରେ ଆରମ୍ଭ ହୋଇଥିଲା ପୋଖରୀ କାମ .. ହେଲେ ପାଉଣା ନ ପାଇଁ ଶ୍ରମିକ ମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି ।

ଖଲିଆକୁର୍ଲା ପୋଖରୀ ମରାମତି ପାଇଁ ୧୦ ଲକ୍ଷ ଟଙ୍କା ଅଟକଳ ହୋଇଥିବା ବେଳେ ଏଥିରେ ୭ ଲକ୍ଷ ଟଙ୍କା ଶ୍ରମିକ ପ୍ରାପ୍ୟ ଓ ୩ଲକ୍ଷ ଟଙ୍କା ମେଟେରିଆଲ ରହିଛି । ସ୍ତାନୀୟ ପ୍ରଶାସନର ମନମ୍ମୁଖୀ କାର୍ଯ୍ୟ ଯୋଗୁଁ ହନ୍ତସନ୍ତ ହେଉ୨ଛନ୍ତି ଶ୍ରମିକ। କାମ ହାସଲ କଲେ ଦେଲେନି ପାଉଣା , ବର୍ତ୍ତମାନ ନୁଆ ଜିଆରଏସ ଯୋଗ ଦେବା ଫଳରେ କାମ କୁ ବନ୍ଦ କରିଛନ୍ତି । ଅନ୍ୟ ପକ୍ଷରେ ୩ ମାସ ବିତିଯାଇଥିଲେ ମଧ୍ୟ ଶ୍ରମିକ ମାନେ ଆଜି ପର୍ଯ୍ୟନ୍ତ ନିଜର ପ୍ରାପ୍ୟ ପାଇ ନାହାଁନ୍ତି ।

କାମ ଆରମ୍ଭ ପୂର୍ବରୁ ସୂଚନା ବୋର୍ଡ ଲଗାଇବା ବାଧ୍ୟତାମୂଳକ ଥିବା ବେଳେ ଏହି ପଞ୍ଚାୟତ ରେ ଏହାର ବ୍ୟତିକ୍ରମ ଦେଖା ଦେଇଛି । ଆଜି ପର୍ଯ୍ୟନ୍ତ ଏହି କାମର ସୂଚନାବୋର୍ଡ ମଧ୍ୟ ନାହିଁବ।  ତୁରନ୍ତ ୩୦୦ ଗରିବ ଶ୍ରମିକ ମାନଙ୍କୁ ତାଙ୍କ ପ୍ରାପ୍ୟ ଯୋଗାଇଦେବାକୁ ଦାବି ହୋଇଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

AC
2m ago
ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ
ଅର୍ଗସ ବ୍ୟୁରୋ: ଏସିର ଥଣ୍ଡା ପବନ ଆର୍ଥ୍ରାଇଟିସ୍ ରୋଗୀଙ୍କ ପାଇଁ ଅନେକ ସମସ୍ୟା ସୃଷ୍ଟି କରିପାରେ । ଥଣ୍ଡା ହେତୁ ଶରୀର ଏବଂ ଗଣ୍ଠିରେ ଯନ୍ତ୍ରଣା ହେବାର ସମସ୍ୟା ବଢିପାରେ । ଏସି,କୁଲରର ପବ
ଗ୍ରୀଷ୍ମ ପ୍ରବାହ
2m ago
୨୦ ରୁ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି
ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ସକାଳେ ଖରା ଅପରାହ୍ନରେ କାଳବୈଶାଖୀ ବର୍ଷା ହେଉଥିବା ବେଳେ ଆଗାମୀ ୫ ଦିନ ଯାଏ ମେଘୁଆ ପାଗ ସହ କାଁ ଭାଁ ସ୍ଥାନରେ ବର୍ଷା ହେବା
ମଦ
7m ago
ପୋଲିସ ପକ୍ଷରୁ ଚଢାଉ: ବିପୁଳ ପରିମାଣର ମଦ ସହ ମହୁଲ ପୋଚ ଜବତ
କେନ୍ଦୁଝର: ପୋଲିସ ଚଢାଉରେ ବିପୁଳ ପରିମାଣର ମଦ ସହ ମହୁଲ ପୋଚ ଜବତ । ନିର୍ବାଚନକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଥିବା ବେଳେ କିପରି ନିର୍ବାଚ