ସିଲିଣ୍ଡର ବିସ୍ଫୋରଣରେ ଗୁରୁତର ହେଲେ କ୍ଷତିପୂରଣ ଦେବେ ବୀମା କମ୍ପାନୀ
by Argus News
Sat, Oct 26 | 11:31 a.m.

କଟକ: ଏଣିକି ରୋଷେଇ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଗୁରୁତର ଆହତ ହୋଇ ୫୦ ପ୍ରତିଶତ ଶାରୀରିକ ଅକ୍ଷମ ହେଉଥିବା ବ୍ୟକ୍ତିଙ୍କୁ କ୍ଷତିପୂରଣ ବାବଦରେ ୫ ଲକ୍ଷ ଟଙ୍କା ପ୍ରଦାନ କରିବେ ବୀମା କମ୍ପାନୀ । ଏକ ମାମଲାର ଶୁଣାଣି କରି ଏପରି ଗୁରୁତ୍ବପୁର୍ଣ ରାୟ ଦେଇଛନ୍ତି ହାଇକୋର୍ଟ । ରୋଷେଇ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ଯୋଗୁଁ ଲୋକେ ଗୁରୁତର ଆହତ ହେବା ସହ ଶାରୀରିକ ଓ ମାନସିକ ଆଘାତ ପାଉଛନ୍ତି । ଏପରି ସ୍ଥିତିରେ ସେମାନେ ଆର୍ଥିକ ବୋଝ ସହିବା ସହ ଯନ୍ତ୍ରଣା, ଦୁଃଖ ଓ କର୍ମ ନିଯୁକ୍ତି ହରାଉଛନ୍ତି । 

ଏପରି ପରିସ୍ଥିତିରେ ୫୦ ପ୍ରତିଶତ ଶାରୀରିକ ଅକ୍ଷମ ହେଉଥିବା ବ୍ୟକ୍ତିଙ୍କୁ ବୀମା କମ୍ପାନୀ ୫ ଲକ୍ଷ ଟଙ୍କା କ୍ଷତିପୂରଣ ଦେବେ ବୋଲି କୋର୍ଟ ନିଜ ରାୟରେ ଶୁଣେଇଛନ୍ତି । ତେବେ ଏଲପିଜି ସିଲିଣ୍ଡର ଗ୍ରାହକଙ୍କ ପାଇଁ ଜାତୀୟକରଣ ତୈଳ କମ୍ପାନୀଙ୍କ ଦ୍ଵାରା ବୀମା ପଳିସିର ବ୍ୟବସ୍ଥା କରାଯାଇଥାଏ । ହେଲେ ଏହି ବୀମା ପଲିସିରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ମୃତ୍ୟୁବରଣ କଲେ ୫ ଲକ୍ଷ ଟଙ୍କା ଓ ଆହତ ହେଲେ ଚିକିତ୍ସା ପାଇଁ ୧ ଲକ୍ଷ ଟଙ୍କା ବ୍ୟବସ୍ଥା ରହି ଆସିଛି । ଯାହା ଉପରେ କୋର୍ଟ ବିରକ୍ତି ପ୍ରକାଶ କରିବା ସହ ଏପରି ରାୟ ଦେଇଛନ୍ତି ।

ଗ୍ୟାସ ସିଲିଣ୍ଡର ଫାଟି 3 ଆହତ
 

CYCLONE
3m ago
ଶିଶୁପୁତ୍ରର ନାଁ 'ବାତ୍ୟା'
ଅର୍ଗସ ବ୍ୟୁରୋ: ଶିଶୁପୁତ୍ରର ନା ବାତ୍ୟା। ବାତ୍ୟା ସମୟରେ ଜନ୍ମ ହୋଇଥିବାରୁ ଦିଆଯାଇଛି ଏପରି ନା। ବାହାରେ ତୁହାକୁ ତୁହା ବର୍ଷା ସାଙ୍ଗକୁ ବାତ୍ୟା ଲ୍ୟାଣ୍ଡଫଲ
କେଭି ସିଂ ଦେଓ
3m ago
ବାତ୍ୟା ଜନିତ ଫସଲ କ୍ଷୟକ୍ଷତି ନେଇ ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ କେଭି ସିଂ ଦେଓ
ଭୁବନେଶ୍ୱର: କୃଷି ଭବନରେ ଉପ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା । ପ୍ରାଥମିକ ଆକଳନ ରିପୋର୍ଟ ଅନୁଯାୟୀ, ରାଜ୍ୟରେ 79 ହଜାର 671 ହେକ୍ଟର ଚାଷ ଜମି ପ୍ରଭାବିତ ହୋଇଛି । 1 ଲକ୍ଷ 99 ହଜାର 177 ଏକ
CAULIFLOWER
5m ago
କେତେକ ସ୍ୱାସ୍ଥ୍ୟ ସମସ୍ୟାରେ ଫୁଲକୋବି ଖାଇବା ବିପଜ୍ଜନକ ହୋଇପାରେ, ଜାଣନ୍ତୁ ସେଗୁଡ଼ିକ କଣ..
ଅର୍ଗସ ବ୍ୟୁରୋ: ଆଜିକାଲି ତାଜା ଫୁଲକୋବି ବଜାରରେ ପହଞ୍ଚିବା ଆରମ୍ଭ କରିଛି । ଫୁଲକୋବିରେ ଅନେକ ଭିଟାମିନ୍ ଭରପୂର ଏବଂ ଏହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ଅଟେ । କୋବିରେ ପୋଷକ ତତ୍ତ୍