ବାଘଛାଲ ପଛରେ ଅନ୍ତଃରାଜ୍ୟ ରାକେଟ !
by Argus News
Mon, Apr 08 | 8:38 p.m.

ଅର୍ଗସ ବ୍ୟୁରୋ: ଜେଟିଏଫ ହାତରେ ବଡ ବନ୍ୟପ୍ରାଣୀ ରାକେଟ । ଗତପତି ରୁ ଧରାହେଲା ୫ଟି କଲରାପତରିଆ ବାଘ ଛାଲ ସହ ଗୋଟିଏ ଫିସିଂ କ୍ୟାଟ୍‌ ଓ ଗୋଟିଏ କଲରାପତରିଆ ଜଙ୍ଗଲୀ ବିଲେଇ ଚମଡା । ବିପୁଳ ପରିମାଣର ବଜ୍ରକାପ୍ତା କାତି ସହ ୭ ବନ୍ୟପ୍ରାଣୀ ମାଫିଆଙ୍କୁ ଗିରଫ କରିଛି ବନ ବିଭାଗ । ବଡ କଥା ହେଉଛି ବାଘ ଶୀକାର ଓ ବାଘଛାଲ ଚାଲାଣ ପଛରେ ରହୁଛନ୍ତି ଶିକାରୀ , ମିଡିଲମ୍ୟାନ ଓ ଅନ୍ତଃରାଜ୍ୟ ବନ୍ୟପ୍ରାଣୀ ମାଫିଆ ।  ଶିକାରୀ ଓ ଚାଲାଣ କରୁଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଥିବା ବେଳେ କିଙ୍ଗପିନ ଫେରାର ଥିବା ସୂଚନା ମିଳିଛି । ଦକ୍ଷିଣ ପୂର୍ବ ଦେଶ ରେ ବାଘ ହାଡ଼ ଓ ଚର୍ବି ରୁ ପ୍ରସ୍ତୁତ ତେଲ ର ଚାହିଦା ରହିଥିବାରୁ ସେ ଦିଗରେ ତଦନ୍ତ ଚାଲିଥିବା କହିଛନ୍ତି  ବନ୍ୟପ୍ରାଣୀ ପିସିସିଏଫ। 

ସେପଟେ ଜଙ୍ଗଲରେ ଚାଲିଥିବା ବେଧଡକ ବାଘ , ହାତୀ ଶିକାର ବନ ବିଭାଗର ଚିନ୍ତା ବଢ଼ାଇଛି । ଶିକାରୀଙ୍କୁ ଚିହ୍ନଟ କରିବାକୁ ଶିମିଳିପାଳ ଜଙ୍ଗଲରେ ଖଞ୍ଜା ଯାଇଛି  । ଏଆଇ ଟେକ୍ନୋଲୋଜିର  ଆଇ ଆର କ୍ୟାମେରା । ବିନା ଫ୍ଲାସ ରେ ଶିକାରୀ ର ଫଟୋ ଉଠାଉଛି ଏହି କ୍ୟାମେରା । 

ଆଗକୁ କୁଲଡିହା ସାତକୋଶିଆ ରେ  ଆଇ ଆର କ୍ୟାମେରା ଲଗାଯିବ ବୋଲି ବନ ବିଭାଗ ପକ୍ଷରୁ ସୂଚନା ମିଳିଛି । ସେହିପରି ସାତକୋଶିଆ ପାଇଁ ସ୍ୱତନ୍ତ୍ର ଜେ ଟି ଏଫ ଗଠନ କରିବା  ସହ ଶିକରୀ ଙ୍କ ଉପରେ ନଜର ପାଇଁ ଚନ୍ଦକା ରେ ତିଆରି କରାଯାଇଛି 7 ଟି ୱାଚ ଟାୱାର । ଖୁବ ଶୀଘ୍ର  ଏକ୍ସ ଆର୍ମି ଫୋର୍ସ କୁ ଚନ୍ଦକା ରେ ନିୟୋଜିତ କରାଯିବ ।  

ଚଳିତ ବର୍ଷ ଏନଟିସିଏସ ପ୍ରକାଶ କରିଥିବା ରିପୋର୍ଟ ରେ ୪ ବର୍ଷ ରେ ରାଜ୍ୟ ରେ ୧୯୨ କଲରାପତ୍ରିଆ ବାଘ ସଂଖ୍ୟା କମିଛି । ଶିକାରୀ ଙ୍କ ଜଙ୍ଗଲରେ ଅବାଧ ବିଚରଣ ରହୁଥିବା ବେଳେ ଶୀକରୀ ଗୁଳିରେ ବନ କର୍ମଚାରୀଙ୍କ ଜୀବନ ଯିବା ବିଭାଗୀୟ କର୍ମଚାରୀଙ୍କ ମନୋବଳ କୁ ଦୁର୍ବଳ କରିଛି । ତେବେ ଶିକରୀ ଦମନ ପାଇଁ ବନ ବିଭାଗ ନିୟୋଜିତ କରିଥିବା ଆର୍ମ ଫୋର୍ସ କେତେ ସଫଳ ହେଉଛି ତାହା ଉପରେ ନଜର । 

ଆହୁରି ପଢନ୍ତୁ ଓଡିଶା ଖବର...

BOBBY DAS
10m ago
କୋରେଇରେ ଟଙ୍କା ବାଣ୍ଟୁଛନ୍ତି ବବି !
ଅର୍ଗସ ବ୍ୟୁରୋ: ବବିଙ୍କ ଲାଗି ଏବେ ଡୁଆଲ ଚ୍ୟାଲେଞ୍ଜ । ସମ୍ବଲପୁରରେ ତ ହାରିବେ ହାରିବେ...କୋରେଇରେ ବି ବିଜୟ ସେତେ ସହଜ ନୁହେଁ । ପଶ୍ଚିମ ଓଡ଼ିଶା ସାଂସଦ ସ୍ଵପ୍ନ କେବେ ସତ ହେବନି ବୋଲ
BJD
21m ago
ରୋଡ୍ ସୋ' କଲେ ନବୀନ, ହେଲେ ପ୍ରାର୍ଥୀଙ୍କୁ ନେଲେନି ?
ଅର୍ଗସ ବ୍ୟୁରୋ: ମାଳମାଳ ପୋଲିସ କର୍ମୀ, ଗହଳି ବେଶୀ ନଥିଲେ ବି ଟଙ୍କା ନେଇ ରାସ୍ତା କଡ଼ରେ ଛିଡା ହୋଇଥିଲେ ଜନତା । କେତେବେଳେ ନବୀନ ଆସିବେ ? କାହା ପାଇଁ ଭୋଟ୍‌ ମାଗିବେ ? ସେନେ
BOBBY DAS
24m ago
ହାରିବା ଭୟରେ ବାଉଳି ହେଲେଣି ବବି
ଅର୍ଗସ ବ୍ୟୁରୋ: ହାରିବା ଭୟରେ ବିଳିବିଳି ହେଲେଣି ବବି । ସାମ୍ନାରେ ଯେବେ ହାରିବାର ଭୟ ଥାଏ ସେତେବେଳେ ଏମିତି ବାଉଳି ବୋଧହୁଏ ନେତାଏ ହୁଅନ୍ତି । ଖାସ କରି ବିଜେଡିର ନେତାଏ ଏବେ ବିଳିବିଳ