ଆଇପିଏଲ-୨୦୨୪: ଶୁଭମନ ଗିଲ ହେଲେ ଗୁଜରାଟ ଟାଇଟାନ୍ସର କ୍ୟାପଟେନ
by Argus News
Mon, Nov 27 | 5:05 p.m.

ଅର୍ଗସ ବ୍ୟୁରୋ: ଇଣ୍ଡିଆନ୍ ପ୍ରିମିୟର ଲିଗ୍ ୨୦୨୪ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଛି। ଏଥିପଇଁ ବିଭିନ୍ନ ଟିମଗୁଡିକ ଖେଳାଳିଙ୍କ ରଖିବା ଓ ଛାଡ଼ିବାର ତାଲିକା ପ୍ରକାଶ କରିଛନ୍ତି। ତାଲିକାରୁ ଜଣାପଡ଼ିଛି ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଗୁଜରାଟ ଟାଇଟନ୍ସର ହାତ ଛାଡ଼ି ପୁଣି ଥରେ ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିଛନ୍ତି। ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରିବା ପରେ ଗୁଜରାଟ ଟାଇଟନ୍ସ ଏକ ନୂଆ ଅଧିନାୟକ ବାଛିଚି। ଗୁଜରାଟ ଯୁବ ବ୍ୟାଟ୍ସମ୍ୟାନ୍ ଶୁଭମନ ଗିଲଙ୍କୁ ଅଧିନାୟକ କରିବାକୁ ନିଷ୍ପତ୍ତି ନେଇଛି। ଏନେଇ ଗୁଜରାଟ ଟାଇଟାନ୍ସ ପକ୍ଷରୁ ଅଧିକାରୀକ ଘୋଷଣା ମଧ୍ୟ କରାଯାଇଛି। ଏହ ଗିଲଙ୍କୁ ନେଇ ଏକ ଖୁସି ଖବର। ଏ ଖବର ଶୁଣିବାପରେ କ୍ରିକେଟ ଫ୍ୟାନମାନେ ଖୁସି ହୋଇଯାଇଛନ୍ତି। 

ସୂଚନା ମୁତାବକ, ଆଇପିଏଲ୍‌ର ଖେଳାଳି ନିଲାମ ପ୍ରକ୍ରିୟା ଡିସେମ୍ବର ୧୯ ତାରିଖରେ ଦୁବାଇରେ କରାଯିବ। ପ୍ରଥମ ଥର ପାଇଁ ଏହା ବିଦେଶରେ ହେବାକୁ ଯାଉଛି। ଏହା ପୂର୍ବରୁ ରବିବାର ସମସ୍ତ ୧୦ ଫ୍ରାଞ୍ଚାଇଜ୍‌ ସେମାନଙ୍କ ଖେଳାଳିଙ୍କ ରଖିବା ଓ ଛାଡ଼ିବା ପ୍ରକ୍ରିୟାକୁ ଚୂଡ଼ାନ୍ତ କରିଥିଲେ। ପ୍ରଥମେ ଗୁଜରାଟ ଟାଇଟନ୍ସ ଜାରି କରିଥିବା ରିଟେନସନ୍ ତାଲିକାରେ ପାଣ୍ଡ୍ୟାଙ୍କ ନାମ ରହିଥିଲା। କିନ୍ତୁ ମୁମ୍ବାଇ ତାଙ୍କୁ ଗୁଜରାଟଠାରୁ କିଣି ନେଇଥିଲା। ଏବେ ପାଣ୍ଡ୍ୟାଙ୍କୁ ଦଳରେ ସାମିଲ କରିବା ବଦଳରେ ମୁମ୍ବାଇ, ଗୁଜରାଟକୁ ବିପୁଳ ଟଙ୍କା ଦେବ। ତେବେ ପାଣ୍ଡ୍ୟା ଯିବା ପରେ ଏବେ ଗିଲଙ୍କୁ ଅଧିନାୟକତ୍ବ ମିଳିଛି। ଏହି ଦାୟିତ୍ବ ସେ କିଭଳି ତୁଲାଇବେ ତାହା ଦେଖିବାକୁ ବାକି ରହିଲା।

ସୂଚନା ଥାଉ କି, ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ୨୦୨୨ମସିହାରେ ଗୁଜରାଟ ଟାଇଟନ୍ସର ଅଧିନାୟକ କରାଯାଇଥିଲା। ସେହି ବର୍ଷ ଦଳ ମଧ୍ୟ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଚାମ୍ପିୟନ ହୋଇଥିଲେ। 

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ