ଆଇପିଏଲ କାଉଣ୍ଟଡାଉନ: ଦୁବାଇରେ ମିନି ଅକ୍ସନରେ ଭାଗ ନେବେ ୩୩୩ ଖେଳାଳି
by Argus News
Mon, Dec 18 | 2:46 p.m.

ଅର୍ଗସ ବ୍ୟୁରୋ: ଆଇପିଏଲ ୨୦୨୪ କାଉଣ୍ଟଡାଉନ। ଶେଷ ହେଲା ଅପେକ୍ଷା। ମଙ୍ଗଳବାର ଦିନ ହେବ ମିନି ଅକ୍ସନ। ପ୍ରଥମଥର ପାଇଁ ବିଦେଶରେ ହେବାକୁ ଯାଉଛି ଅକ୍ସନ। ଆସନ୍ତାକାଲି ଦୁବାଇରେ ଅପରାହ୍ନରେ ହେବ ଖେଳାଳି ନିଲାମ ପ୍ରକ୍ରିୟା।

ଫ୍ୟାନମାନଙ୍କର ପ୍ରତୀକ୍ଷାର ଆଜି ଅନ୍ତ ଘଟିଛି। ଚଳିତବର୍ଷ ବିଦେଶରେ ପ୍ରଥମଥର ନିଲାମ ହେବେ ଖେଳାଳି। ଏହି ନିଲାମିରେ ୩୩୩ ଖେଳାଳିଙ୍କ ନାମରେ ନିଲାମ ଡକାଯିବ। ନିଲାମ ହେବାକୁ ଥିବା ୩୩୩ ଖେଳଳିଙ୍କ ମଧ୍ୟରୁ ୨୧୪ଜଣ ଖେଳାଳି ଭାରତୀୟ ହୋଇଥିବାବେଳେ ୧୧୯ଜଣ ଖେଳଳି ବିଦେଶ ପ୍ଲେୟର ଅଛନ୍ତି। ଏଥିରେ ୧୧୧ କ୍ୟାପ ଏବଂ ୨୧୫ ଅନକ୍ୟାପ ଖେଳାଳି ରହିଛନ୍ତ। ଆଇପିଏଲ ୨୦୨୪ ଲାଗି ୧୦ଟି ଫ୍ରାଞ୍ଚାଇଜ ମୋଟ ୭୭ ଖେଳାଳିଙ୍କୁ କିଣିପାରିବେ। ଦେଖିବାକୁ ଗଲେ ମୋଟ ୩୩୩ରୁ ମାତ୍ର ୭୭ ଖେଳାଳି ହିଁ ବିକ୍ରି ହେବେ। 

 

 

ତେବେ ୩୩୩ ଖେଳାଳିଙ୍କ ମଧ୍ୟରେ ୨୩ଜଣ ଏପରି ଅଛନ୍ତି। ଯେଉଁମାନଙ୍କ ବେସ ପ୍ରାଇସ ୨କୋଟି ରହିଛି। ଯେଉଁଥିରେ ୧୩ ଖେଳାଳିଙ୍କର ବେସ ପ୍ରାଇସ ୧.୫ କୋଟି ରଖାଯାଇଛି। ଏହାବ୍ୟତୀତ ୧କୋଟି, ୫୦ଲକ୍ଷ, ୭୫ଲକ୍ଷ, ୪୦ଲକ୍ଷ, ୩୦ଲକ୍ଷ ଏବଂ ୨୦ଲକ୍ଷ ବେସ ପ୍ରାଇସର ଖେଳାଳି ବି ତାଲିକାରେ ସାମିଲ ଅଛନ୍ତି। 
ତେବେ ଗୁଜରାଟ ଟାଇଟାନ୍ସ ଟିମ ପାଖରେ ସର୍ବାଧିକ ଟଙ୍କା ରହିଛି। ବର୍ତ୍ତମାନ ସୁଦ୍ଧା ଗୁଜରାଟ ଟାଇଟାନ ପର୍ସରେ ୩୮.୧୫ କୋଟି ରହିଛି। ଆସନ୍ତା ନିଲାମରେ ଏହି ଟଙ୍କା ବଳରେ ଟିମ ସର୍ବାଧିକ ୮ଜଣ ଖେଳଳି ହିଁ କିଣିପାରିବ। ସେପଟେ ଲକ୍ଷ୍ନୌ ସୁପର ଜାଏଣ୍ଟସର ପର୍ସରେ ସବୁଠୁ କମ ୧୩.୧୫ କୋଟି ଟଙ୍କା ରହିଛି। କେ.ଏଲ ରାହୁଲଙ୍କ ଅଧିନାୟକତ୍ବରେ ଏହି ଟିମ ଆଉ ୬ଜଣ ଖେଳାଳିଙ୍କୁ କିଣିବ ବୋଲି ଜଣାପଡ଼ିଛି।  

ଅଧିକ ପଢ଼ନ୍ତୁ କ୍ରୀଡ଼ା ଖବର 
 

ROAD SHOW
now
ମୋଦିଙ୍କ ରୋଡ ସୋ'ରେ ବିପୁଳ ସମର୍ଥନ
ଭୁବନେଶ୍ୱର: ସରିଲା ପ୍ରଧାନମନ୍ତ୍ରୀ ମୋଦିଙ୍କ ବିଶାଳ ରୋଡ ସୋ । ହାତ ହଲାଇ ପଦ୍ମ ଫୁଲ ଦେଖାଇଲେ, ଲୋକଙ୍କ ଆଶୀର୍ବାଦ ମାଗିଲେ ପ୍ରଧାନମନ୍ତ୍ରୀ । ପ୍ରଧାନମନ୍ତ୍ରୀଙ୍କ ଗୋଟିଏ ଝଲକ ପାଇ
ଗୋଲାପି ଛବି
11m ago
ବିକାଶର ଗୋଲାପି ଛବି ଦେଖାଇ ରାଜ୍ୟବାସୀଙ୍କୁ ଧୋକ୍କା
ଭୁବନେଶ୍ୱର: 2024 ଇସ୍ତାହାରରେ ପୁରୁଣା ପ୍ରତିଶ୍ରୁତି ଦୋହରାଇଲେ ନବୀନ । ବିକାଶର ଗୋଲାପି ଛବି ଦେଖାଇ ପୁଣି ରାଜ୍ୟବାସୀଙ୍କୁ ଧୋକା ଦେବାକୁ ପ୍ରୟାସ । କୁଆଡେ ଗଲା ବିଜେଡିର 2014 ଓ 2019
ରୋଡ ସୋ'
53m ago
ଭୁବନେଶ୍ୱରରେ ମୋଦିଙ୍କ ରୋଡ ସୋ', ଲକ୍ଷାଧିକ ଲୋକଙ୍କ ସମାଗମ
ଭୁବନେଶ୍ୱର: ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କୁ ଆଉ ମୋଦିଙ୍କ ରୋଡ ସୋ ଦେଖିବାକୁ ଲକ୍ଷାଧିକ ଲୋକଙ୍କ ସମାଗମ। ରାଜଧାନୀରେ ରାଜନେତାଙ୍କ ରୋଡ ସ