ମାର୍ଚ୍ଚ ୨୨ରୁ ଆରମ୍ଭ ହେବ ଆଇପିଏଲ
by Argus News
Wed, Feb 21 | 12:42 p.m.

ଅର୍ଗସ ବ୍ୟୁରୋ: ଆଇପିଏଲ ଆସନ୍ତା ମାସ ୨୨ ମାର୍ଚ୍ଚରୁ ଆରମ୍ଭ ହେବ । ଅଧ୍ୟକ୍ଷ ଅରୁଣ ଧୁମାଲ ମଙ୍ଗଳବାର ଏହା କହିଛନ୍ତି । ଯଦିଓ ଦେଶରେ ଲୋକସଭା ନିର୍ବାଚନ ରହିଛି କିନ୍ତୁ ସମସ୍ତ ମ୍ୟାଚ ଭାରତରେ ହିଁ ହେବ ବୋଲି ଧୁମାଲ ସ୍ପଷ୍ଟ କରିଛନ୍ତି । ଆଇପିଏଲ ଅଧିକାରୀମାନେ ସରକାରୀ ଏଜେନ୍ସି ସହ କାର୍ଯ୍ୟସୂଚୀ ସମ୍ପର୍କରେ କାମ କରୁଛନ୍ତି ବୋଲି ଧୂମାଲ କହିଛନ୍ତି । ପ୍ରଥମ ୧୫ ଦିନର ଆଇପିଏଲ୍ କାର୍ଯ୍ୟସୂଚୀ ଘୋଷଣା କରାଯିବ ବୋଲି ଧୂମାଲ କହିଛନ୍ତି । 

ପରବର୍ତ୍ତୀ ମ୍ୟାଚ୍ ଗୁଡ଼ିକ ପାଇଁ ପର୍ଯ୍ୟାୟକ୍ରମେ ରୋଷ୍ଟର ଘୋଷଣା କରାଯିବ । ଏହି ମ୍ୟାଚ ସାଧାରଣ ନିର୍ବାଚନ ପରେ ହେବ ବୋଲି ସୂଚନା ରହିଛି । ଏହା ପୂର୍ବରୁ ୨୦୧୪ରେ ଆଇପିଏଲ୍ କାର୍ଯସୂଚୀ ସହ ସାଧାରଣ ନିର୍ବାଚନ ତାରିଖ ମୁହାଁମୁହିଁ ହୋଇଥିଲା । ସେହି ସମୟରେ ଆଇପିଏଲର କିଛି ମ୍ୟାଚ୍ ୟୁଏଇରେ ଅନୁଷ୍ଠିତ ହୋଇଥିଲା। 

ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଲେ ବିରାଟଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା

୨୦୦୯ମସିହାରେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟର ପୂରା ସିଜିନ୍ ଦକ୍ଷିଣ ଆଫ୍ରିକାରେ ଖେଳାଯାଇଥିଲା । ଆଇପିଏଲ୍ ପରମ୍ପରା ଅନୁଯାୟୀ ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ୍ ଗତ ସିଜନର ଫାଇନାଲିଷ୍ଟ ଏବଂ ଉପବିଜେତାଙ୍କ ମଧ୍ୟରେ ଖେଳାଯିବ । ଅର୍ଥାତ୍ ଆଇପିଏଲ୍ ୨୦୨୪ର ପ୍ରଥମ ମ୍ୟାଚ୍ ଚେନ୍ନାଇ ସୁପର କିଙ୍ଗ୍ସ ଓ ଗୁଜରାଟ ଟାଇଟାନ୍ସ ମଧ୍ୟରେ ଖେଳାଯିବ।

 

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ