ପ୍ରଥମ ପୋଷ୍ଟିଂ ପାଇଁ ଯାଉଥିଲେ ଆଇପିଏସ୍‌ ଅଧିକାରୀ: ଟାୟାର ଫାଟି ଜୀବନ ଗଲା
by Argus News
Tue, Dec 03 | 1:03 p.m.

ଅର୍ଗସ ବ୍ୟୁରୋ: କର୍ଣ୍ଣାଟକର ହାସନ ଜିଲାରୁ ଏକ ଦୁଃଖଦ ଘଟଣା ସାମ୍‌ନାକୁ ଆସିଛି। ନିଜର ପ୍ରଥମ ପୋଷ୍ଟିଂ ପାଇଁ ଯାଉଥିବା ବେଳେ ଆଇପିଏସ୍‌ ଅଧିକାରୀ ହର୍ଷବର୍ଦ୍ଧନ(୨୬)ଙ୍କର ସୋମବାର ଏକ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। 

ମଧ୍ୟପ୍ରଦେଶର ସିଙ୍ଗରୌଲୀ ଜିଲା ନିବାସୀ ହର୍ଷବର୍ଦ୍ଧନ କର୍ଣ୍ଣାଟକ କ୍ୟାଡର ୨୦୨୩ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଥିଲେ। ସେ ହୋଲେନ୍‌ରାସିପୁରର ପ୍ରୋବେଶ୍‌ନାରି ଆସିଷ୍ଟାଣ୍ଟ ଏସ୍‌ପି ଭାବେ ନିଜ ଡ୍ୟୁଟିରେ ରିପୋର୍ଟ କରିବାକୁ ଏକ ପୋଲିସ ଗାଡ଼ିରେ ହାସନ୍‌ ଯାଉଥିଲେ। 

ଏହି ସମୟରେ ଗାଡ଼ିର ଏକ ଟାୟାର ଫାଟିଯାଇଥିଲା ଏବଂ ଏହା ନିୟନ୍ତ୍ରଣ ହରାଇ ଏକ ଗଛରେ ପିଟି ହୋଇଯାଇଥିଲା। ଦୁର୍ଘଟଣାରେ ହର୍ଷବର୍ଦ୍ଧନଙ୍କର ମୃତ୍ୟୁ ହୋଇଥିବାବେଳେ ଗାଡ଼ିର ଡ୍ରାଇଭର ଆହତ ହୋଇଥିଲେ। ସେ ନିକଟରେ ମହୀଶୂରସ୍ଥିତ କର୍ନାଟକ ପୋଲିସ ଏକାଡେମୀରେ ନିଜର ୪ ସପ୍ତାହର ଟ୍ରେନିଂ ଶେଷ କରିଥିଲେ। ଘଟଣାକୁ ନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦାରାମୈୟା ଶୋକ ପ୍ରକଟ କରିଛନ୍ତି।

ଅଧିକ ପଢ଼ନ୍ତୁ ଭାରତ ଖବର 
 

ଗୋଲଡେନ୍
ଗୋଲଡେନ୍ ଟେମ୍ପଲରେ ଖଲିସ୍ତାନୀଙ୍କ ଗୁଳିମାଡ଼!
ଅର୍ଗସ ବ୍ୟୁରୋ: ସକାଳୁ ସକାଳୁ ସ୍ବର୍ଣ୍ଣ ମନ୍ଦିର ପରିସରରେ ଚାଲିଲା ବନ୍ଧୁକ, ଫୁଟିଲା ଗୁଳି। ଖଲିସ୍ତାନୀ ଆତଙ୍କୀଙ୍କ ମରଣାନ୍ତକ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ର
PINK BALL
Pink Ball ଟେଷ୍ଟ ଖେଳିବେନି No.1 କ୍ରିକେଟର
ଅର୍ଗସ ବ୍ୟୁରୋ: ‘ପର୍ଥ’ ବିଜୟ ପରେ ଆଡିଲେଡ ଟେଷ୍ଟ ଉପରେ ଟିମ ଇଣ୍ଡିଆର ନଜର । ଦ୍ୱିତୀୟ ଟେଷ୍ଟରେ ଅଧିନାୟକ ରୋହିତ ଏବଂ ଶୁଭମନ ଗିଲଙ୍କ ଏଣ୍ଟ୍ରି ଭାରତର ବ୍ୟାଟିଂ ଅର୍ଡରକ
ASSAM
ଆସାମରେ ଗୋମାଂସ ବ୍ୟାନ୍
ଅର୍ଗସ ବ୍ୟୁରୋ: ଆସାମରେ ଗୋମାଂସ ବ୍ୟାନ୍ । ହୋଟେଲ, ରେଣ୍ଟୋରାଣ୍ଟ ଏବଂ ସାର୍ବଜନିକ ସ୍ଥାନରେ ଗୋମାଂସ ଉପରେ ନିଷେଧାଦେଶ ଜାରି କରିଛନ୍ତି ରାଜ୍ୟ ସରକାର । ରାଜ୍ୟ କ୍ୟାବିନେ
CM
2 ସପ୍ତାହବ୍ୟାପୀ ଲାଗି ରହିଥିବା CM ସସପେନ୍ସର ଅନ୍ତ
ଅର୍ଗସ ବ୍ୟୁରୋ: ହଟିଲା ସସପେନ୍ସ । ତ୍ରିଶକ୍ତି ଗଢ଼ିବେ ମହାରାଷ୍ଟ୍ର ସରକାର । ରାଜ୍ୟପାଳ ସିପି ରାଧାକ୍ରିଷ୍ଣନଙ୍କୁ ଭେଟି ସରକାର ଗଠନ ପାଇଁ ଦାବି ଜଣାଇଛନ୍ତି ମହାୟୁତି ନେତ
PRESIDENT
ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ବର୍ଷିକ ଉତ୍ସବରେ ରାଷ୍ଟ୍ରପତିଙ୍କ ଯୋଗଦନ
ଅର୍ଗସ ବ୍ୟୁରୋ: ପୁରୀ ଗୋପବନ୍ଧୁ ଆୟୁର୍ବେଦ ମହାବିଦ୍ୟାଳୟର ୭୫ ତମ ବାର୍ଷିକ ଉତ୍ସବର ମୁଖ୍ୟ ଅତିଥୀ ଭାବେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁନିଆକୁ ଦେଇଛନ୍ତି ଆୟୁର୍ବେଦକ