ଇସ୍ରାଏଲ ଉପରେ ବାଲାଷ୍ଟିକ୍ ମିସାଇଲ ଆକ୍ରମଣ ଆରମ୍ଭ କରିଛି ଇରାନ୍
by Argus News
Wed, Oct 02 | 8:01 a.m.

ଅର୍ଗସ ବ୍ୟୁରୋ: ଇସ୍ରାଏଲ ଉପରେ ବଡ଼ ଆଟାକ୍ କରିଛି ଇରାନ୍ । ଇସ୍ରାଏଲ ଉପରେ ବାଲାଷ୍ଟିକ୍ ମିସାଇଲ ଆକ୍ରମଣ ଆରମ୍ଭ କରିଛି ଇରାନ୍ । ଇସ୍ରାଏଲ ଉପରେ 400ରୁ ଅଧିକ ମିସାଇଲ ମାଡ କରିଛି ଇରାନ୍ ସେନା । ଇସ୍ରାଏଲର ସେନା କ୍ୟାମ୍ପ ଗୁଡିକରେ ମିସାଇଲ ମାଡ କରାଯାଇଛି । ଇରାନ ବାଲାଷ୍ଟିକ ମିଜାଇଲ ନିକ୍ଷେପ କରିପାରେ ବୋଲି ଆମେରିକା ପକ୍ଷରୁ କୁହାଯାଇଥିଲା । ଆଉ ଏହାର କିଛି ଘଣ୍ଟା ଭିତରେ ତାହା ହିଁ ହୋଇଛି । ଆମେରିକାର ଏଭଳି ଚେତାବନୀ ସାମ୍ନାକୁ ଆସିବା ପରେ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ ବୈଠକ କରିଥିଲା ଇସ୍ରାଏଲ । 

ବୈଠକରେ ଇସ୍ରାଏଲର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । ହ୍ବାଇଟ ହାଉସ ପକ୍ଷରୁ ଦିଆଯାଇଥିବା ବୟାନ ଉପରେ ତର୍ଜମା ହୋଇଥିଲା । ଯଦି କୌଣସି ସମୟରେ ଇରାନ ଆକ୍ରମଣ କରେ ତେବେ କିଭଳି ଏହାର ପ୍ରତିହତ କରିହେବ ସେ ନେଇ ପ୍ରସ୍ତୁତ ହୋଇଥିଲା ରଣନୀତି ।  ଇସ୍ରାଏଲ ଏୟାର ଡିଫେନ୍ସ ସିଷ୍ଟମକୁ ଆକଟିଭ୍ କରିବା ସହ ସ୍ଥିତି ଉପରେ ନଜର ରଖିଛି । ଇରାନର ଆକ୍ରମଣ ଉପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, “ଇରାନ ଏକ ବଡ଼ ଭୁଲ କରିଛି ଏବଂ ଏହାର ପରିଣାମ ଇରାନକୁ ଭୋଗିବାକୁ ପଡିବ। ସ୍ଥିତି ଜଟିଳ ହେଉଥିବା ବେଳେ ଆମେରିକା ସୁରକ୍ଷା ଟିମ୍‌ ସହିତ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଓ କମଳା ହ୍ୟାରିସ୍ଙ୍କ ଗୁରୁତ୍ବପୁର୍ଣ୍ଣ ବୈଠକ। ଇସ୍ରାଏଲର ସୁରକ୍ଷା ପାଇଁ ଆମେରିକା ପ୍ରତିବଦ୍ଧ ଥିବା କହିଛନ୍ତି, ଜୋ ବାଇଡେନ୍। 

ଅଧିକ ପଢ଼ନ୍ତୁ ବିଦେଶ ଖବର 
 

ଦିନ ବେଳର
now
ଦିନ ବେଳର ଖବର ସଂକ୍ଷେପରେ
ଅର୍ଗସ ବ୍ୟୁରେୋ: ଆଜି ଗାନ୍ଧୀ ଜୟନ୍ତୀ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମଦିନ... ସାରା ବିଶ୍ବରେ ପହଁଚାଇଥିଲେ ସତ୍ୟ ଓ ଅହିଂସାର ବାର୍ତ୍ତା... ସେପଟେ ଜନ୍ମଜୟନ୍ତୀରେ ଲାଲ୍ ବାହାଦୂର
ସ୍ବଚ୍ଛ ଭାରତ ମିଶନ
36m ago
"ସୁସ୍ଥ ଜୀବନ , ସମୃଦ୍ଧ ଭାରତ ପାଇଁ ସ୍ବଚ୍ଛ ଭାରତ ମିଶନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ"- ଆଶିଷ କୁମାର ଚୌହାନ
ଅର୍ଗସ ବ୍ୟୁରୋ : 'ସ୍ବଚ୍ଛ ଭାରତ ମିଶନ' ଭାରତର ଏକ ଦଶନ୍ଧି ଆନ୍ଦୋଳନ । ସ୍ବଚ୍ଛତା, ପରିମଳ ଏବଂ ନିରନ୍ତର ଜୀବନଯାପନ ପାଇଁ ଏହି ସ୍ବଚ୍ଛତା ଆନ୍ଦୋଳନ ଅନେକ ଦିନ ଧରି ଚାଲିଛି । ଦେଶକ
ହେଲିକପ୍ଟର କ୍ରାସ
ପୁଣେରେ ହେଲିକାପ୍ଟର କ୍ରାସ୍, ୩ ଜଣଙ୍କ ମୃତ୍ୟୁ
ଅର୍ଗସ ବ୍ୟୁରୋ : ପୁଣେରେ ହେଲିକପ୍ଟର କ୍ରାସ । ଦୁର୍ଘଟଣାରେ ୨ ପାଇଲଟଙ୍କ ସମେତ ୩ ଜଣଙ୍କ ମୃତ୍ୟୁ ହୋଇଛି । ଉଡାଣ ଭରିବା ସମୟରେ ଘଟିଥିଲା ଦୁର୍ଘଟଣା । ଅକ୍ସଫୋର୍ଡ ଗଲ୍ଫ କୋର୍