ଜଗତସିଂହପୁର: ଓଡ଼ିଶାକୁ ଫେରିବ କି ପୋସ୍କୋ ? JSW ସହ ମିଶି ପୋସ୍କୋ ବୃହତ ପ୍ରକଳ୍ପ ସ୍ଥାପନ କରିବାକୁ ଆଗ୍ରହ ପ୍ରକାଶ କରିଥିବା ସୂଚନା ମିଳିଛି । ଏନେଇ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ କହିଛନ୍ତି, ସ୍ଥିର ସରକାର ରହିଲେ ଶିଳ୍ପପତିଙ୍କ ଆସ୍ଥା ବଢେ। ପୋସ୍କୋ ପ୍ରକଳ୍ପ ସ୍ଥାପନ କଲେ ଆମେ ସବୁ ପ୍ରକାର ସୁରକ୍ଷା ଓ ସହଯୋଗ ଯୋଗାଇ ଦେବୁ ।
ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଆସିଥିବାରୁ ଶିଳ୍ପପତିଙ୍କ ଭରସା ବଢ଼ିଛି । ପ୍ରଧାନମନ୍ତ୍ରୀ ଶିଳ୍ପ କ୍ଷେତ୍ରକୁ ଗୁରୁତ୍ଵ ଦେଉଛନ୍ତି। ରାଜ୍ୟ ସରକାର ବି ଶିଳ୍ପ କ୍ଷେତ୍ରକୁ ଅଗ୍ରାଧିକାର ଦେଉଛନ୍ତି । ପୂର୍ବରୁ ପୋସ୍କୋ କେବଳ ଜମି ଅଧିଗ୍ରହଣ ସମସ୍ୟା ନୁହେଁ ଆନ୍ତର୍ଜାତୀୟ ବଜାରରେ ଷ୍ଟିଲର ଚାହିଦା କମ କାରଣରୁ ଓଡ଼ିଶାରୁ ଓହରି ଯାଇଥିଲା ପୋସ୍କୋ । ଏବେ କିନ୍ତୁ ସେ ସମସ୍ୟା ନାହିଁ କି ଜମିର ବି କୌଣସି ସମସ୍ୟା ନାହିଁ । ସେପଟେ ଅଧିକ ଶିଳ୍ପ ଆସିଲେ ରାଜ୍ୟରେ ଅର୍ଥ ନୈତିକ ଅଭିବୃଦ୍ଧି ହେବ କହିଛନ୍ତି ସାଂସଦ ବିଭୁ ତରାଇ ।
ଆହୁରି ପଢନ୍ତୁ ଓଡିଶା ଖବର...