ଲଗାତର ଏୟାର ଷ୍ଟ୍ରାଇକ ପରେ ଗାଜା ସହର ଦୁଇଫାଳ 
by Argus News
Mon, Nov 06 | 11:27 a.m.

ନୂଆଦିଲ୍ଲୀ: ଗାଜା ଉପରେ ଇସ୍ରାଏଲର ଆକ୍ରମଣର ଆହୁରି ଜୋରଦାର ହୋଇଛି। ଲଗାତର ଏୟାର ଷ୍ଟ୍ରାଇକ ପରେ ଗାଜା ସହର ଦୁଇଫାଳ ହୋଇ ଯାଇଥିବା ଦାବି କରିଛି ଇସ୍ରାଏଲ । ଇସ୍ରାଏଲ ଏବଂ ଫିଲିସ୍ତାନ ମଧ୍ୟରେ ଜାରି ରହିଛି ଯୁଦ୍ଧ । ଏହାରି ଭିତରେ ଇସ୍ରାଏଲ ସେନା ରବିବାର ହମାସ ଉପରେ ଆକ୍ରମଣ କରିଛି । ଆଉ ଗାଜା ପଟି ଦୁଇ ଭାଗ ହୋଇଛି । ଇସ୍ରାଏଲ ସେନାର ମୁଖପାତ୍ର ଏହା ସ୍ପଷ୍ଟ କରିଛନ୍ତି ।

ଅଧିକ ପଢନ୍ତୁ: ଗାଜାର ସବୁଠୁ ବଡ଼ ଶରଣାର୍ଥୀ ଶିବିରରେ ଘନ ଘନ ରକେଟ ମାଡ଼

ଏବେ ଗାଜା ସହରକୁ ଇସ୍ରାଏଲ ସେନା ଘେରି ରହିଛି । ଏବେ କେବଳ ଉତ୍ତର ଏବଂ ଦକ୍ଷିଣ ଗାଜା ଅଲଗା ହୋଇଥିବାରୁ ଆହୁରି ଜୋରଦାର ଆକ୍ରମଣ କରିବାକୁ ଯାଉଛି ଇସ୍ରାଏଲ । ଆଇଡିଏଫ୍ ଏହା କହିଛି । ଇସ୍ରାଏଲ ଏବେ ଗ୍ରାଉଣ୍ଡ ଅପରେସନ କରୁଛି । ଏଥିରେ ୩୪ ଜଣ ଇସ୍ରାଏଲ ସେନା ପ୍ରାଣ ହରାଇଛନ୍ତି । ସେପଟେ ତୁର୍କୀରେ ପହଞ୍ଚିଛନ୍ତି ଆମେରିକାର ପ୍ରତିରକ୍ଷା ସଚିବ ଆଣ୍ଟୋନି ବ୍ଲିଙ୍କେନ୍ । 

ବିଦେଶ ଖବର ଆହୁରି ପଢନ୍ତୁ

24 ELECTION
40m ago
ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
ଅର୍ଗସ ବ୍ୟୁରୋ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀର
ARVIND KEJRIWAL
44m ago
ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ
ଅର୍ଗସ ବ୍ୟୁରୋ : ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିର
UPI
UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?
ଅର୍ଗସ ବ୍ୟୁରୋ: ପେଟିଏମ୍ ୟୁପିଆଇ ଲାଇଟ୍ ବ୍ୟବହାର କରିଛନ୍ତି ? ଏହା ହେଉଛି ଏକ ଅନ ଡିଭାଇସ ୱାଲେଟ। ଏଥିରେ ଗ୍ରାହକ ମାନେ ସହଜରେ ଟଙ୍କା ଜମା କରିବା ସହ ନେଣଦେଣ ମଧ୍ୟ କରିପାରିବେ । ଏଥିର