ଚନ୍ଦ୍ରଯାନ 3ରେ ବ୍ୟବହୃତ ପ୍ରୋପଲସନ ମଡ୍ୟୁଲକୁ ପୃଥିବୀ କକ୍ଷକୁ ଫେରାଇ ଆଣିଲା ଇସ୍ରୋ
by Argus News
Wed, Dec 06 | 7:44 a.m.

ଅର୍ଗସ ବ୍ୟୁରୋ:  ମହାକାଶ ଗବେଷଣାରେ ଇସ୍ରୋକୁ ବଡ଼ ସଫଳତା । ଚନ୍ଦ୍ରୟାନ 3 ରେ ବ୍ୟବହାର ହୋଇଥିବା ପ୍ରୋପଲସନ ମଡ୍ୟୁଲକୁ ପୃଥିବୀ କକ୍ଷକୁ ଫେରାଇ ଆଣିବାରେ ଇସ୍ରୋ ସଫଳ ହୋଇଛି । ଚନ୍ଦ୍ରଯାନ ଥ୍ରୀକୁ ଚନ୍ଦ୍ର କକ୍ଷରେ ପହଞ୍ଚାଇବାରେ ସଫଳ ଭୂମିକା ନେଇଥିବା ପ୍ରୋପଲସନ ମଡ୍ୟୁଲ, ଲ୍ୟାଣ୍ଡର ଠାରୁ ଅଲଗା ହୋଇ ଚନ୍ଦ୍ର କକ୍ଷରେ ବୁଲୁଥିଲା । ଏହାକୁ ଫେରାଇ ଆଣିବାରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ସଫଳ ହୋଇଛି ।

ଅଵତରଣ ପୂର୍ଵରୁ ସାମ୍ନାକୁ ଆସିଲା ଚନ୍ଦ୍ରର ଆଉ ଏକ ଫଟୋ

ତେବେ କେବଳ ଚନ୍ଦ୍ର ପୃଷ୍ଟକୁ ପ୍ରେରଣ ନୁହେଁ ଏଥର ଫେରାଇ ଆଣିବାର କ୍ଷମତା ମଧ୍ୟ ରଖୁଛି ଇସ୍ରୋ । ତେବେ ଚନ୍ଦ୍ର ପୃଷ୍ଠରେ ଥିବା ଲ୍ୟାଣ୍ଡର ଓ ରୋଭର ଫ୍ରିଜ୍ ହୋଇନଥିବାରୁ ସେମାନଙ୍କୁ କାର୍ଯ୍ୟକ୍ଷମ କରିବାକୁ ଯୋଜନା କରାଯାଉଥିବା ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି । ଗତ ଜୁଲାଇ ୧୪ରେ ଲ୍ୟାଣ୍ଡର ବିକ୍ରମ ଓ ରୋଭର ପ୍ରଜ୍ଞାନଙ୍କୁ ନେଇ ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଥିଲା ସ୍ପେଶକ୍ରାଫ୍ଟ । ଏହା ଅଗଷ୍ଟ ୨୩ରେ ଚନ୍ଦ୍ରର ଦକ୍ଷିଣ ମେରୁରେ ସଫଳତାର ସହ ଅବତରଣ କରିଥିଲା ।

ସଫଳ ଲ୍ୟାଣ୍ଡିଂ ପରେ ଏବେ ଲ୍ୟାଣ୍ଡର ବିକ୍ରମ ଓ ରୋଭର୍ ପ୍ରଜ୍ଞାନ କ'ଣ କରିବେ ?

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ