ସ୍ପେସ୍ ଏଜେନ୍ସିର 'ନଟି ବଏ' ଇନସାଟ୍ -3DS , ବିଫଳତା ହାର 40%
by Argus News
Sat, Feb 17 | 8:15 a.m.

ଅର୍ଗସ ବ୍ୟୁରୋ:  ଚନ୍ଦ୍ରଯାନ-୩ ଏବଂ ଆଦିତ୍ୟ ଏଲ-୧ ପରେ ଆଉ ଏକ ମିଶନ ପାଇଁ ପ୍ରସ୍ତୁତ ହେଉଛି ଇସ୍ରୋ । ଆଜି ଇସ୍ରୋ ପାଣିପାଗ ଉପଗ୍ରହ ଇନସାଟ୍ -3DS ଉତକ୍ଷେପଣ କରିବ । ଏହି ସାଟେଲାଇଟକୁ ସ୍ପେଶ୍ ଏଜେନ୍ସିର 'ନଟି ବଏ' ବୋଲି କୁହାଯାଏ । ଏହି ରକେଟ୍ ଏପର୍ଯ୍ୟନ୍ତ ୧୫ଟି ଲଞ୍ଚରେ ଭାଗ ନେଇଛି, କିନ୍ତୁ ୬ ଥର ସଠିକ୍ ଫଳାଫଳ ଦେଇନାହିଁ । ଅର୍ଥାତ୍ ଏହାର ବିଫଳତା ହାର ୪୦ ପ୍ରତିଶତ । 

ଶେଷ ଥର ପାଇଁ GSLV ୨୯ ମଇ ୨୦୨୩ରେ ଉତକ୍ଷେପଣ ହୋଇଥିଲା । ଯାହା ସଫଳ ହୋଇଥିଲା । କିନ୍ତୁ ପୂର୍ବ ଲଞ୍ଚ ଅଗଷ୍ଟ ୧୨, ୨୦୨୧ରେ ବିଫଳ ହୋଇଥିଲା । ଆଜି ଇସ୍ରୋ ଏହାର ଏକ ନୂଆ ଭର୍ସନ ଲଞ୍ଚ କରିବ । ଆଜି ସନ୍ଧ୍ୟା ୫.୩୫ ସମୟରେ ଆନ୍ଧ୍ରପ୍ରଦେଶର ଶ୍ରୀହାରିକୋଟା ଶତୀଶ ଧାୱନ ସ୍ପେଶ୍ ସେଣ୍ଟରରୁ ଉତକ୍ଷେପଣ ହେବ 'ନଟି ବଏ' । 

ISRO କହିଛି ଯେ, ଏହି ଉପଗ୍ରହଟି ଅତ୍ୟନ୍ତ ସ୍ୱତନ୍ତ୍ର, ଭାରତ ପାଇଁ ଏହା ନିହାତି ଆବଶ୍ୟକୀୟ। ଏହା ପାଣିପାଗ ଏବଂ ଜଳବାୟୁ ପରିବର୍ତ୍ତନ ବାବଦରେ ଜାଣିବାରେ ସାହାଯ୍ୟ କରିବ।
 

ରାଜ୍ୟରେ ଲାଗୁ ହେବ
26m ago
ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020
ଅର୍ଗସ ବ୍ୟୁରୋ: ରାଜ୍ୟରେ ଲାଗୁ ହେବ ଜାତୀୟ ଶିକ୍ଷା ନୀତି 2020। ଓଡ଼ିଶାରେ ଜାତୀୟ ଶିକ୍ଷା ନୀତି 2020 ଲାଗୁ କରିବା ପାଇଁ ପୁନଃଗଠିତ ହେଲା ଟାସ୍କ ଫୋର୍ସ । ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥ
LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର