ଇସ୍ରୋକୁ ପୁଣି ବଡ଼ ସଫଳତା, ପୁଷ୍କକ ବିମାନର ସଫଳ ଲ୍ୟାଣ୍ଡିଂ
by Argus News
Mon, Jun 24 | 7:26 a.m.

ଅର୍ଗସ ବ୍ୟୁରୋ:  ମହାକାଶ ଗବେଷଣା କ୍ଷେତ୍ରରେ ଆଉ ପାଦେ ଆଗେଇଲା ଇସ୍ରୋ । ପୁଷ୍କକ ବିମାନର ସଫଳ ଲ୍ୟାଣ୍ଡିଂ । ଆଗାମୀ ଦିନରେ ମହାକାଶରୁ ଫେରୁଥିବା ଯାନ ପୁଣିଥରେ ବ୍ୟବହାର କରାଯିବ । ଏଥିପାଇଁ ଇସ୍ରୋ ପକ୍ଷରୁ ପ୍ରାରମ୍ଭିକ ପ୍ରସ୍ତୁତି ଚାଲିଛି । ତୃତୀୟ ଥର ପାଇଁ  ପୁଷ୍ପକ ବିମାନର ହେଲା ସଫଳ ଲ୍ୟାଣ୍ଡିଂ ହୋଇଛି । ପୂର୍ବରୁ ପୁଷ୍କକ RLV LEXର ପ୍ରଥମ ଓ ଦ୍ବିତୀୟ ଲ୍ୟାଣ୍ଡିଂ ସଫଳ ହୋଇଥିଲେ ମଧ୍ୟ ତୃତୀୟ ମିଶନ ଇସ୍ରୋ ପାଇଁ ବଡ ଚ୍ୟାଲେଂଜ ଥିଲା । ପୂର୍ବ ଦୁଇଟି ମିଶନ ତୁଳନାରେ ଏହି ମିଶନ ବେଳେ ପବନର ବେଗ ଅତ୍ୟଧିକ ରହିଥିଲା । କିନ୍ତୁ ଇସ୍ରୋ ଟିମ୍ ଏହି ଚ୍ୟାଲେଂଜକୁ ଗ୍ରହଣ କରି କର୍ଣ୍ଣାଟକର ଚିତ୍ରଦୁର୍ଗରୁ ଏରୋନଟିକାଲ ଟେଷ୍ଟ ରେଂଜରେ ପୁନଃବ୍ୟବହାର ଯୋଗ୍ୟ ଲଂଚ୍ ଯାନ ପୁଷ୍କକର ସଫଳ ଲ୍ୟାଣ୍ଡିଂ କରାଇଥିଲେ । ଇସ୍ରୋ ଦ୍ବାରା ବିକଶିତ ପୁଷ୍ପକ RLV ରେ ଟେକ୍ନିକାଲ ନାଭିଗେସନ, କଣ୍ଟ୍ରୋଲ ସିଷ୍ଟମ, ଲ୍ୟାଣ୍ଡିଂ ଗିୟର ଏବଂ ଡିକ୍ଲୋରାସେନ ସିଷ୍ଟମ ରହିଛି । ପୂର୍ବ ପରୀକ୍ଷଣ ଅପେକ୍ଷା ଏଥର ଇସ୍ରୋ ପୁନଃବ୍ୟବହାର ଯୋଗ୍ୟ ଲଞ୍ଚ ଯାନରେ ଏୟାରଫ୍ରେମ୍‌ ଷ୍ଟ୍ରକ୍ଟର ଏବଂ ଲ୍ୟାଣ୍ଡିଂ ଗିୟରକୁ ଅଧିକ ଶକ୍ତିଶାଳୀ କରିଛି ।

ପୁଷ୍କକ RLV କୁ 4.5 କିଲୋମିଟର ଉଚ୍ଚତାରେ ଭାରତୀୟ ବାୟୁସେନାର ଚିନୁକ୍ ହେଲିକପ୍ଟରରୁ ଅବତରଣ କରାଯାଇଥିଲା । ଏହାପରେ ପୁଷ୍କକ ସ୍ବୟଚାଳିତ ପ୍ରକ୍ରିୟାରେ ନିଜର ଗତିପରିବର୍ତ୍ତନ କରି ରନଓ୍ବେକୁ ଛୁଇଁଥିଲା । ଲ୍ୟାଣ୍ଡିଂ ବେଳେ ଏହାର ବେଗ ଘଣ୍ଟାପ୍ରତି ୩୨୦ କିମି ରହିଥିଲା । ପରେ ଏହା ହ୍ରାସ ପାଇ ଘଣ୍ଟାପ୍ରତି ୧୦୦ କିଲୋମିଟରକୁ ଖସିଥିଲା । ଧୀରେ ଧୀରେ ପାରାଚୁଟ୍ ବ୍ରେକ୍ ଦ୍ବାରା ରନଓ୍ବେ ଉପରେ ସ୍ଥିର ରହିଥିଲା ପୁଷ୍କକ। ଏହି ମିଶନ ଦ୍ବାରା ଇସ୍ରୋ ମହାକାଶରୁ ଆସୁଥିବା ଯାନଗୁଡିକୁ ନିୟନ୍ତ୍ରଣ କରିବା ପାଇଁ ଲକ୍ଷ୍ୟ ରଖିଛି । ମହାକାଶରୁ ଆସୁଥିବା ଯାନ ଗୁଡିକ ଅତି ଅଧିକ ବେଗରେ ପୃଥିବୀ ଆଡକୁ ଆସିଥାନ୍ତି । ସେହି ଯାନଗୁଡିକୁ ନିୟନ୍ତ୍ରିତ କରି ଏହାକୁ ପୁଣି ଥରେ ବ୍ୟବହାର ଯୋଗ୍ୟ କରିବା ପାଇଁ ଟାର୍ଗେଟ୍ ରଖିଛି ଇସ୍ରୋ । ପୁଷ୍କକର ଏହି ଜଟିଳ ପ୍ରକ୍ରିୟା ସଫଳତାର ସହ ପରୀକ୍ଷା କରାଯାଇଥିବାରୁ ପୁରା ଟିମକୁ ଅଭିନନ୍ଦନ ଜଣାଇଛନ୍ତି ଇସ୍ରୋ ଚେୟାରମ୍ୟାନ୍ ଏସ. ସୋମନାଥ।

ଅଧିକ ପଢ଼ନ୍ତୁ ଦେଶ ଖବର:

ଭାବବିହ୍ବଳ ହେଲେ
ଭାବବିହ୍ବଳ ହେଲେ ଦ୍ରାବିଡ...କହିଲେ ‘ମନେ ରହିବ ଏ ଟିମ୍‌'
ଅର୍ଗସ ବ୍ୟୁରୋ: ଭାରତୀୟ ଦଳ ବିଶ୍ବ ବିଜେତା ହୋଇ ସାରିଛି। ଭାରତ ଆଜି ଭାରତୀୟ ଦଳକୁ ନେଇ ଗର୍ବିତ। ଦୀର୍ଘ ଦିନର ସ୍ୱପ୍ନ ବି ସାକାର ହୋଇଛି । ଫ୍ୟାନ୍ସ ଖୁସି ଅଛନ୍ତି, ଟିମ୍ ଇଣ୍ଡିଆର ଖେଳାଳ
ଟି-୨୦ ବିଶ୍ୱକପ୍
ଟି-୨୦ ବିଶ୍ୱକପ୍ ଜିତିବା ପରେ ଭାରତୀୟ ଟିମ୍ ଉପରେ ଟଙ୍କା ବର୍ଷା
ଅର୍ଗସ ବ୍ୟୁରୋ: ଭାରତୀୟ କ୍ରିକେଟ ଟିମ୍ ଟି-୨୦ ବିଶ୍ୱକପ୍ ବିଜୟୀ ହୋଇ ଦ୍ୱିତୀୟଥର ପାଇଁ ଇତିହାସ ରଚିଛି । ଫାଇନାଲରେ ଦକ୍ଷିଣ ଅଫ୍ରିକାକୁ ୭ ରନରେ ପରାଜିତ କରିବା ପରେ ଭାରତୀୟ ଦଳକ
ସପ୍ତଶଯ୍ୟା ପାହାଡ଼ରେ
ସପ୍ତଶଯ୍ୟା ପାହାଡ଼ରେ ୫ ଛାତ୍ର ନିଖୋଜ
ଢେଙ୍କାନାଳ: ଢ଼େଙ୍କାନାଳ ଜିଲ୍ଲାର ସପ୍ତଶଯ୍ୟା ପାହାଡ଼ ବୁଲିବାକୁ ଯାଇ ୫ ଛାତ୍ର ନିଖୋଜ ହୋଇଥିବା ସୂଚନା ମିଳିଛି। ପାହାଡ଼ ଉପରକୁ ଯାଇ ଆଉ ଫେରିପାରୁନାହାନ୍ତି ଛାତ୍ର ମାନେ। ବାଟ ନ ପାଇବାର