ଅଦୃଶ୍ୟ ଶକ୍ତିର ପଡିଲା କି କୋପ ?
by Argus News
Tue, Nov 28 | 3:06 p.m.

ନୂଆଦିଲ୍ଲୀ: ଉତ୍ତରକାଶୀ ନିର୍ମାଣଧୀନ ଟନେଲ ଭୁଶୁଡିବାର ଆଜକୁ ୧୬ ଦିନ ହେଲାଣି। ସେଥିରେ ଫସିରହିଛନ୍ତି ୪୧ ଶ୍ରମିକ।  ସେମାନଙ୍କ ଉଦ୍ଧାର କରିବା ପାଇଁ ଜୋରଦାର ପ୍ରୟାସ  ମଧ୍ୟ ଚାଲିଛି। କିନ୍ତୁ ଉଦ୍ଧାରକାରୀ ପହଞ୍ଚିପାରୁନାହାଁନ୍ତି ଶ୍ରମିକଙ୍କ ନିକଟରେ।  ଉନ୍ନତ ମାନର ମେଶିବି ହାର ମାନୁଛି ରେସ୍କ୍ୟୁ ଅପରେସନ୍ ରେ।  ବାହାର ଦେଶରୁ  ଆସିଥିବା ବ୍ୟୟବହୁଳ ମେସିନ୍‌  ପାହାଡକୁ ଭାଙ୍ଗିବା ପରିବର୍ତ୍ତେ ନିଜେ  ହେଉଛି ଚୁରମାର।  ତେବେ ଏମତି କିପରି ହେଉଛି ?  କଣ ପାଇଁ  ଉନ୍ନତ୍ତ ମାନର ମେଶିନ୍‌ ବି ମାନୁଛି ହାର? ଉଦ୍ଧାର କାର୍ଯ୍ୟରେ ଏତେ ବାଧକ ଆସୁଛି କାହିଁକି?  କଣ କିଛି ଅଦୃଶ୍ୟ ଶକ୍ତିର କୋପ ଦୃଷ୍ଟି ପଡିଛି କି ? ହଁ କୋପ ପଡିଛି  ବାବା ଭୋଙ୍କର।  

ଏହା ଆମେ କହୁନୁ, କହୁଛନ୍ତି ସ୍ଥାନୀୟ ଅଂଚଳ ଲୋକେ।  ଚର୍ଚ୍ଚା  ହେଉଛି ଟନେଲ ନିର୍ମାଣ ସମୟରେ ବାବା ଭୋକ ନାଗଙ୍କ ମନ୍ଦିର ଭାଙ୍ଗି ଥିବାରୁ କ୍ରୋଧିତ ଅଛନ୍ତି ବାବା ଭୋକ ନାଗ । ଯେଉଁଥିପାଇଁ  ଏହି ଅଘଟଣ ହେଇଛି।  ଯେଉଁଥିପାଇଁ ଉଦ୍ଧାର ହେଇପାରୁନାହାଁନ୍ତି ଶ୍ରମିକ।  ତେଣୁ ଖୁବ ଶୀଘ୍ର ସମସ୍ତ ଅଧିକାରୀ ବାବା ଭୋକ ନାଗ ଙ୍କୁ କ୍ଷମା ମାଗିବା ପରେ ସମସ୍ତ ଶ୍ରମିକ ଶୀଘ୍ର ବାହାରକୁ ଆସିପାରିବେ ବୋଲି କହୁଛନ୍ତି ସ୍ଥାନୀୟ ଲୋକେ।  ଘଟଣାସ୍ଥଳରେ କେନ୍ଦ୍ରମନ୍ତ୍ରୀ ଭି କେ ସିଂ ପହଂଚି ବାବା ଗୋଖନାଥଙ୍କୁ ପାର୍ଥନା କରିଛନ୍ତି କିଭଳି ସମସ୍ତ ଶ୍ରମିକଙ୍କୁ ଶୀଘ୍ର ଉଦ୍ଧାର କରାଯିବ  ବୋଲି।  ନିର୍ମାଣଧୀନ ଟନେଲରୁ ବାବା ଭୋକନାଗଙ୍କ ମୁଖ୍ୟ ମନ୍ଦିର ପାଖାପାଖି ୪୦କିଲୋମିଟର। ଉଦ୍ଧାର କାର୍ଯ୍ୟରେ ବିଳମ୍ବ ହେତୁ ସୀଲକୟାରା ଟନେଲର ପ୍ରୋଜେକଟ ମ୍ୟାନେଜର ରାଜେଶ ପାୱାର ବାବା ଗୋଖନାଥଙ୍କ ପାଖକୁ ଯାଇ କ୍ଷମା ମାଗିବା ସହ ଶ୍ରମିକଙ୍କ ମୁକ୍ତି ପାଇଁ ପାର୍ଥନା କରିଥିଲେ।  
ଅଧିକ ଦେଖନ୍ତୁ : 

LUCKNOW
ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର
ଅର୍ଗସ ବ୍ୟୁରୋ: ଉତ୍ତରପ୍ରଦେଶର ଲକ୍ଷ୍ନୌକୁ ମିଳିବ ପ୍ରଥମ ଅନ୍ତର୍ଜାତୀୟ କନଭେସନ୍ ସେଣ୍ଟର। ୩୨ ଏକର ଜାଗାରେ ନିର୍ମାଣ ହେବ ଏହି ଅନ୍ତର୍ଜାତୀୟ ସମ୍ମିଳନୀ କକ୍ଷ । ଆସନ୍ତା
INDIA
ତିକ୍ତ ହେବାରେ ଲାଗୁଛି ଭାରତ ଓ କାନାଡା ସମ୍ପର୍କ
ଅର୍ଗସ ବ୍ୟୁରୋ: ଭାରତ ଓ କାନାଡା ଭିତରେ ସମ୍ପର୍କ ତିକ୍ତ ହେବାରେ ଲାଗୁଛି। ଏଥି ପାଇଁ କେବଳ କାନାଡା ପିଏମ ହିଁ ଦାୟୀ ବୋଲି କଡ଼ା ଜବାବ ରଖିଛି ଭାରତ। ପ୍ରଥମରୁ କନାଡାର
SAMEER
ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ
ଅର୍ଗସ ବ୍ୟୁରୋ: ନିର୍ବାଚନ ଲଢ଼ିବେ ସମୀର ୱାଙ୍ଖଡେ। ବଲିଉଡ୍ ସୁପରଷ୍ଟାର ଶାହରୁଖ ଖାନଙ୍କ ପୁଅ ଆର୍ଯନଙ୍କୁ ଗିରଫ କରି ଚର୍ଚ୍ଚାକୁ ଆସିଥିଲେ। ଏକ ଡ୍ରଗ୍ସ ଡିଲ୍ ମାମଲାରେ 2021