ତିନିବର୍ଷ ହେଲା ଶୌଚାଳୟରେ ଜୀବନ  
by Argus News
Fri, Mar 29 | 11:17 a.m.

କେନ୍ଦୁଝର: ଅନ୍ଧାରିଆ ନୂଆଣିଆ ଘର। ନଇଁ ନଇଁ ଗଲେ ଘରେ ପଶିବା ସମ୍ଭବ ନହେଲେ ନାହିଁ । ଘର ଭିତରକୁ ପଶିବା ପରେ ଏଇଟା ଘର ନା ପାଇଖାନା ଜାଣିବା ମୁସ୍କିଲ । ହେଲେ ସେ କରିବେ ବା କଣ ? ଘର ନାହିଁ କି ଦ୍ଵାର ନାହିଁ...ଗୋଡ ଚଳୁନି କି ହାତ ଚଳୁନି । ଏମିତି ସ୍ଥିତିରେ ଭାଗ୍ୟକୁ ଆଦରିବା ଛଡା ଉପାୟ ବି କିଛି ନାହିଁ । ଘର ଖଣ୍ଡିଏ ଲାଗି ବାବୁଙ୍କୁ ଗୁହାରି କରିକରି ଥକିଗଲେ ସତ ହେଲେ କେହି ଶୁଣିଲେନି । ସେଇଥି ଲାଗି ତ ଏଇ ଘରେ ବଡ଼ ଦହଗଂଜ ଅବସ୍ଥାରେ ୩ ବର୍ଷ ହେଲାଣି ପଡିରହିଛନ୍ତି ମାଧାବ । ଏ ହେଉଛନ୍ତି କେନ୍ଦୁଝର ତେଲକୋଇ ବ୍ଲକ ଖୁଣ୍ଟାପଡା କୁଲାଡେରା ଗାଁର ମାଧବ ଜାମଦା । ଅଂଟାରେ ବଳ ଥିବା ବେଳେ ରୋଜଗାର କରୁଥିଲେ, ଭଲରେ ଚଳୁଥିଲେ । ହେଲେ କାଳ ହେଲା କୁଷ୍ଠରୋଗ । ରୋଗ ଗ୍ରାସିବା ପରେ ଚାଲବୁଲା କରିପାରିଲେନି । ବୟସର ଅପରାହ୍ମରେ ମୁହଁରେ ଗଣ୍ଡାଏ ଆହାର ଦେଉଥିଲା ସ୍ତ୍ରୀ । ହେଲେ ଦୈବ ସେତିକି ବି ସହିଲାନି । ଆଜକୁ ୧୦ ବର୍ଷ ତଳେ ସ୍ତ୍ରୀକୁ ଛଡାଇନେଲା । ଆଉ ସ୍ତ୍ରୀ ଯିବା ପରେ ମାଧବଙ୍କର ଅବସ୍ଥା କଣ ତାହା ଆପଣଙ୍କ ସାମ୍ନାରେ ।

ମାଧବ ଦିବ୍ୟାଙ୍ଗ ହୋଇଥିବାରୁ ଘର ଖଣ୍ଡିଏ ଲାଗି ଗୁହାରି କରିଥିଲେ ବାବୁଙ୍କ ପାଖରେ । ହେଲେ ବାବୁ ଏମିତି ଗୁହାରି ଶୁଣିଲେ ଯେ ୫ ବର୍ଷ ହେଲାଣି ଘର ତିଆରି କରୁଛନ୍ତି ଯେ ସରିବାର ନା ଧରୁନି । ସେଇଥି ଲାଗି ତ ଖରା-ବର୍ଷା-ଶୀତରେ ଏଇ ଶୌଚାଳୟ ଘରେ ରହୁଛନ୍ତି ମାଧବ । ଆଉ ସରକାରୀ ସହାୟତା କହିଲେ ମାସକୁ ୫ କେଜି ଚାଉଳ ଓ ୭୦୦ ଟଙ୍କା ଭତ୍ତା । ଏମିତି ସ୍ଥିତିରେ ଘର ଖଣ୍ଡିଏ ତୁରନ୍ତ ଦେବାକୁ ଗାଁ ଲୋକେ ଦାବି କରିଛନ୍ତି । ତେବେ ସମୟ କହିବ କେବେ ମାଧବଙ୍କୁ ମିଳୁଛି ଘର ।

ଅଧିକ  ଦେଖନ୍ତୁ : 

ନକ୍ସଲ ନିହତ
4m ago
ନବରଙ୍ଗପୁରରେ ଏନକାଉଣ୍ଟର, ଜଣେ ନକ୍ସଲ ନିହତ
ନବରଙ୍ଗପୁର: ନବରଙ୍ଗପୁର ପୋଲିସ ଏବଂ ଓଡ଼ିଶା ଏସଓଜି ଯବାନଙ୍କ ମିଳିତ ଅପରେସନ୍ ସମୟରେ ବଡ଼ ସଫଳତା ମିଳିଛି । ରାଇଘର ବ୍ଲକ ସୀମାନ୍ତଠାରୁ ମାତ୍ର ୨୫ କିଲୋମିଟର ଦୂରରେ ରହିଥିବା ଛତିଶଗଡ଼ର ଗରେବ
ରୋଗୀସେବା
8m ago
ଇଏ ଓଡିଶାର ରୂପାନ୍ତରୀକରଣ , ଟର୍ଚ୍ଚ ଲାଇଟରେ ଚାଲିଛି ରୋଗୀସେବା
କଟକ : ନବୀନଙ୍କ ୨୪ ବର୍ଷର ଶାସନ । ଓଡିଶା ରୂପାନ୍ତରୀକରଣର ବଡ ବଡ ପ୍ରତିଶୃତି । ହେଲେ ଓଡିଶାର ସ୍ବାସ୍ଥ୍ୟବସ୍ଥାର ଚିତ୍ର ଦେଖିଲେ ଆପଣ ଓଡିଶାର ପ୍ରକୃତ ବିକାଶ କଥା ଜାଣିପାରିବେ
SPG TEAM
17m ago
ଆସନ୍ତାକାଲି ଓଡିଶା ଆସିବେ ପ୍ରଧାନମନ୍ତ୍ରୀ, ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କଲେ ଏସପିଜି ଟିମ୍
ଅର୍ଗସ ବ୍ୟୁରୋ: ଦୁଇ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଆସନ୍ତାକାଲି ସଂଧ୍ୟା 8ଟାରେ ପାର୍ଟି ଅଫିସରୁ କରିବେ ରୋଡ ସା । ମୋଦିଙ୍କ ରୋଡ଼ ସ