ଇଏ ଓଡିଶାର ରୂପାନ୍ତରୀକରଣ , ଟର୍ଚ୍ଚ ଲାଇଟରେ ଚାଲିଛି ରୋଗୀସେବା
by Argus News
Thu, May 09 | 3:33 p.m.

କଟକ : ନବୀନଙ୍କ ୨୪ ବର୍ଷର ଶାସନ । ଓଡିଶା ରୂପାନ୍ତରୀକରଣର ବଡ ବଡ ପ୍ରତିଶୃତି । ହେଲେ ଓଡିଶାର ସ୍ବାସ୍ଥ୍ୟବସ୍ଥାର ଚିତ୍ର ଦେଖିଲେ ଆପଣ ଓଡିଶାର ପ୍ରକୃତ ବିକାଶ କଥା ଜାଣିପାରିବେ । ଡାକ୍ତର ଖାନାରେ ଲାଇଟର ବ୍ୟବସ୍ଥା ନାହିଁ । ଟର୍ଚ୍ଚ ଲାଇଟରେ ଚିକିତ୍ସା ହେଉଛନ୍ତି ରୋଗୀ । ଆଉ ତାହା ବି କୌଣସି ଉପାନ୍ତ ଇଲାକା ନୁହେଁ ବରଂ କଟକ ଜିଲ୍ଲା ସାଲେପୁର ଗୋଷ୍ଠୀ ସ୍ବାସ୍ଥ୍ୟସେବା କେନ୍ଦ୍ରର । ସୂଚନା ମୁତାବକ ଗତକାଲି ରାତିରେ ସାମାନ୍ୟ ବର୍ଷା ହେବାରୁ ବିଦ୍ୟୁତ ସେବା ବ୍ୟାଘାତ ଘଟିଥିଲା । ହେଲେ ହସ୍ପଟାଲରେ କୌଣସି ବ୍ୟବସ୍ଥା ନଥିବାରୁ ଟର୍ଚ୍ଚରେ ଚାଲିଥିଲା ରୋଗୀସେବା ।

ଅଧିକ ପଢନ୍ତୁ : ରୋଗୀଙ୍କ ଜୀବନ ସହ ଖେଳ ଖେଳୁଛି ସ୍ୱାସ୍ଥ୍ୟ ବିଭାଗ

ଏହି ସ୍ବାସ୍ଥ୍ୟକେନ୍ଦ୍ର ଉପରେ ୩୫ ଗୋଟି ପଞ୍ଚାୟତର ଲୋକ ନିର୍ଭର କରୁଛନ୍ତି । ସାଲେପୁରର ଅପାରଗତା ବିଧାୟକଙ୍କ ପାଇଁ ସାଲେପୁରବାସୀ ଉନ୍ନତଧରଣର ସ୍ବାସ୍ଥ୍ୟସେବାରୁ ବଞ୍ଚିତ ହେଉଛନ୍ତି ବୋଲି ଟାଙ୍ଗି, ସାଲେପୁର , ବିକାଶ ମଞ୍ଚର ଅଧ୍ୟକ୍ଷ ତଥା ବିଜେଡିର ଯୁବସଂଙ୍ଗଠକ ବିଶେଶ୍ବର ସ୍ବାଇଁ ପ୍ରକାଶ କରିଛନ୍ତି ।  
 

ଏମ୍ସରୁ ସୁସ୍ଥ ହୋଇ
5m ago
ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିଲେ ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀ
ଅର୍ଗସ ବ୍ୟୁରୋ: ଏମ୍ସରୁ ସୁସ୍ଥ ହୋଇ ଘରକୁ ଫେରିବା ପରେ ବିଜେପି ନେତା ତଥା ବ୍ରହ୍ଣପୁର ସାଂସଦ ପ୍ରାର୍ଥୀ ପ୍ରଦୀପ ପାଣିଗ୍ରାହୀଙ୍କ ବିସ୍ଫୋରକ ବୟାନ। ମୋତେ ଆକ୍ରମଣ ବିଜେଡିର ଏ
ରିଗିଂ ଅଭିଯୋଗ
17m ago
ବିଜେଡିର ଏଜେଣ୍ଟ ଜବରଦସ୍ତ ଭୋଟ୍ ଦେଉଥିବା ଅଭିଯୋଗ
ବୌଦ୍ଧ: ବୌଦ୍ଧ ଜିଲ୍ଲା କଣ୍ଟାମାଳ ନିର୍ବାଚନ ମଣ୍ଡଳୀରେ ବୁଥ୍ ରିଗିଂ ଅଭିଯୋଗ । କିରାସରା ଓ କାଦପଦର ବୁଥରେ ବିଜେଡି ନେତା ଭୋଟ୍ ରିଗିଂ କରୁଥିବା ଅଭିଯୋଗ କରିଛନ୍ତି ଲୋକେ l ଭୋଟରଙ୍କୁ ଭୋଟ
୪୭ନଂ ବୁଥରେ
32m ago
୪୭ନଂ ବୁଥରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ
ଅର୍ଗସ ବ୍ୟୁରୋ: ଭଞ୍ଜନଗର ନିର୍ବାଚନ ମଣ୍ଡଳୀର ତୁରୁମୁ ପଞ୍ଚାୟତର ବେରୁଆବାଡ଼ି ଗ୍ରାମର ୪୭ ନଂ ବୁଥରେ ବିଜେଡି କର୍ମୀଙ୍କ ଗୁଣ୍ଡାରାଜ। ବିଜେପି କର୍ମୀମାନଙ୍କୁ ଆକ୍ରମଣ ଅଭିଯୋଗ। ବୁ