ଲାଲ୍ ଡାଏରୀ ଖୋଲିବ ମଦ ସାମ୍ରାଜ୍ୟର କଳା ଗୁମର ?
by Argus News
Sat, Dec 09 | 7:47 p.m.

ଅର୍ଗସ ବ୍ୟୁରୋ: ବଲାଙ୍ଗିରରେ ରେଡ୍‌ ହୋଇଥିବା ଟଙ୍କାର ଧୀରେ ଧୀରେ ଫିଟୁଛି ଗୁମର । ଏତେ ପରିମାଣରେ ଟଙ୍କା ଜବତ ହୋଇଥିବାରୁ ଚର୍ଚ୍ଚା ବଢିବା ସ୍ଵାଭାବିକ କଥା । ହେଲେ ଯେବେ ବିଜେଡି ନେତାଙ୍କ ଲିଙ୍କ୍ ସାମ୍ନାକୁ ଆସିଲା ସେବେଠୁ ଆହୁରି ଚର୍ଚ୍ଚା ବଢିଲା । ଏବେ ପୁଣି ଚର୍ଚ୍ଚାକୁ ଖୁରାକ ଯୋଗାଇଛି ଏହି ନାଲି ଡାଏରୀ । କେଉଁ ବିଜେଡି ନେତାଙ୍କ ପାଖକୁ ଯାଇଛି କେତେ ଟଙ୍କା ତାହାର ପୋଥି ଲେଖା ହୋଇଛି ଏହି ଡାଏରୀରେ । ପୂରା ଘଟଣା ଜଣାପଡିବା ପରେ ଏବେ ଚର୍ଚ୍ଚା ଆହୁରି ବଢିଛି । 

ଲାଲ୍ ଡାଏରୀ ଖୋଲିବ ମଦ ସାମ୍ରାଜ୍ୟର କଳା ଗୁମର ?  ଲାଲ ଡାଏରୀରେ ଲୁଚିଛି ବଡ ସତ ! କୋଟି କୋଟି ଟଙ୍କାର କଳାକାହାଣୀ ଲୁଚିଛି ଏହି ଡାଏରୀରେ । ଆଉ ଡାଏରୀ ସାମ୍ନାକୁ ଆସିବା ପରେ ଏବେ ଅପେକ୍ଷା କେବେ , କାହାକୁ ବାନ୍ଧୁଛି ସିବିଆଇ ? ଗୁରୁତ୍ଵପୂର୍ଣ୍ଣ କଥା ହେଲା ବଲାଙ୍ଗିରରୁ ରେଡ୍‌ ହୋଇଥିବା ଟଙ୍କା କାଳେ ରାଜନୈତିକ ପାଣ୍ଠି ଭାବରେ ବ୍ୟବହାର କରିଯାଇଥାଆନ୍ତା । ହେଲେ ନିର୍ବାଚନ ପୂର୍ବରୁ ଆଇଟି ରେଡ୍‌ ପଡିବାରୁ ଅଧା ରାସ୍ତାରେ ଖୋଲିଗଲା ଗୁମୁର ।

ଆଇଟି ରେଡ୍‌ରେ ପୁଳାପୁଳା ଟଙ୍କା ବାହାରିବା ପରେ ଏବେ ଛାନିଆ ହେଲେଣି ବିଜେଡି ନେତା । କୁହାଯାଉଛି କି ଆଲମାରୀରେ ଥିବା ଏହି ଟଙ୍କା କୁଆଡେ ନିର୍ବାଚନ ବେଳେ ବିଜେଡି ବାଣ୍ଟିଥାଆନ୍ତା । ହେଲେ ଭାଗ୍ୟ ଖରାପ । ଏବେ ସବୁକୁ ରେଡ୍‌ କଲା ଆଇଟି ଟିମ । କିନ୍ତୁ ମିଳିଥିବା ଡାଏରୀରେ ସବୁ ନେତାଙ୍କର କାରସାଦି ଲୁଚି ହୋଇ ରହିଛି । ଆଉ ପୋଥି ଖୋଜିଲେ ସମସ୍ତଙ୍କର ଅକଲ ଗୁଡୁମ ହେବ ବୋଲି ଚର୍ଚ୍ଚା ବି ବଢିଛି । ଖାସ୍‌ କରି ସନ୍ଦେହ ଘେରରେ ଏବେ ପରିବହନ ମନ୍ତ୍ରୀ ଟୁକୁନି ସାହୁ, ବିଧାୟର ସୁଶାନ୍ତ ସିଂ, ନିରଞ୍ଜନ ପୂଜାରୀ ଓ ପ୍ରଦୀପ ଅମାତ୍‌ ଅଛନ୍ତି । ଆଶ୍ଚର୍ଯ୍ୟର କଥା ହେଲା,  ଧୀରଜ ସାହୁ ଝାଡଖଣ୍ଡର କଂଗ୍ରେସ ରାଜ୍ୟସଭା ସଦସ୍ୟ ଅଛନ୍ତି । ତାଙ୍କ ଭାଇ ଉଦୟ ସାହୁ, ଶିବ ପ୍ରସାଦ ସାହୁ ବି ବେପାରରେ ସାମିଲ୍ । ପୁରା ପରିବାରର ଅକ୍ତିଆରରେ ପଶ୍ଚିମ ଓଡ଼ିଶାର ମଦ ସାମ୍ରାଜ୍ୟ ଥିଲା ହେଲେ ଏବେ ରେଡ୍‌ ପରେ ସବୁ ଓଲଟପାଲଟ ହେଲା । ସମୟ କହିବ କେବେ ସାମ୍ନାକୁ ଆସୁଛି ପୂରା ସତ ।



 

24 ELECTION
ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ
ଅର୍ଗସ ବ୍ୟୁରୋ : ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ । ଆସନ୍ତା ସୋମବାର ଦିନ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୫ଟି ସଂସଦୀୟ କ୍ଷେତ୍ରର ୩୫ଟି ନିର୍ବାଚନ ମଣ୍ଡଳୀର
ARVIND KEJRIWAL
ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ
ଅର୍ଗସ ବ୍ୟୁରୋ : ଆପ୍ ସାଂସଦ ସ୍ବାତୀ ମାଲିଓ୍ବାଲ ଦୁର୍ବ୍ୟବହାର ମାମଲାରେ କାର୍ଯ୍ୟାନୁଷ୍ଠାନ । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାରଙ୍କୁ ଗିର
UPI
UPI ୱାଲେଟକୁ ଆକ୍ଟିଭେଟ କିପରି କରିବେ ?
ଅର୍ଗସ ବ୍ୟୁରୋ: ପେଟିଏମ୍ ୟୁପିଆଇ ଲାଇଟ୍ ବ୍ୟବହାର କରିଛନ୍ତି ? ଏହା ହେଉଛି ଏକ ଅନ ଡିଭାଇସ ୱାଲେଟ। ଏଥିରେ ଗ୍ରାହକ ମାନେ ସହଜରେ ଟଙ୍କା ଜମା କରିବା ସହ ନେଣଦେଣ ମଧ୍ୟ କରିପାରିବେ । ଏଥିର