ତୃତୀୟ ଦିନରେ କଂଗ୍ରେସ ସାଂସଦ  ଧୀରଜ ସାହୁଙ୍କ ବିଭିନ୍ନ ଠିକଣାରେ ଚାଲିଛି ଆଇଟି ରେଡ୍
by Argus News
Fri, Dec 08 | 10:37 a.m.

ଅର୍ଗସ ବ୍ୟୁରୋ: କଂଗ୍ରେସ ସାଂସଦଙ୍କ ଟଙ୍କା ପାହାଡ଼ର ଫିଟୁଛି ଗୁମର। ତୃତୀୟ ଦିନରେ ଝାଡ଼ଖଣ୍ଡର କଂଗ୍ରେସ ସାଂସଦ  ଧୀରଜ ସାହୁଙ୍କ ବିଭିନ୍ନ ଠିକଣା ସମେତ ତାଙ୍କ ସହଯୋଗୀଙ୍କ ମଦ ବ୍ୟବସାୟର ବିଭିନ୍ନ ଠିକଣାରେ ବି ଜାରି ରହିଛି ଆଇଟି ରେଡ୍ । ଓଡ଼ିଶାରେ ପ୍ରଥମ ଥର ପାଇଁ ଶହ ଶହ କୋଟିର ନଗଦ କ୍ୟାସ ଜବତ। ମଦ ବେପାରୀଙ୍କ ଘରୁ ବଣ୍ଡଲ ବଣ୍ଡଲ ଟଙ୍କା ଜବତ ହୋଇଛି। ତେବେ ଆୟକର ଫାଙ୍କିବା କଣ ଗୋଟିଏ କାରଣ ନା ଏତେ ସବୁ ଟଙ୍କା ପଛର ସତ ଆଉ କିଛି ସେନେଇ ଖୋଳତାଡ଼ ଜାରି ରହିଛି। ହେଲେ ଏ ସବୁ ଭିତରେ ସନ୍ଦେହ ଘେରକୁ ଆସିଛି ବିଜେଡି ସରକାର ଓ ପ୍ରଶାସନର ଭୂମିକା। ମଦ ବେପାରୀଙ୍କ ସହ ଟିଟିଲାଗଡ଼ ବିଧାୟିକାଙ୍କ ଫଟୋ ଭାଇରାଲ୍ ହୋଇଛି।

ଯାହାକୁ ନେଇ ଛିଡ଼ା ହୋଇଛି ଅନେକ ପ୍ରଶ୍ନବାଚୀ। ବିଜେଡି ଛତ୍ରଛାୟାରେ ଓଡ଼ିଶାରେ ଚାଲିଥିଲା କି କଂଗ୍ରେସ ସାଂସଦଙ୍କ ମଦ ସାମ୍ରାଜ୍ୟ। ସନ୍ଦେହ ଘେରକୁ ଆସିଛି ମନ୍ତ୍ରୀ ଟୁକୁନି ସାହୁ ଓ ବିଜେଡି ନେତା ଯୋଗେଶ ସିଂହଙ୍କ ଭୂମିକା। ତେବେ ଏ ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ ନେଇ ଦାବି ଉଠୁଥିବା ବେଳେ କଂଗ୍ରେସ ସାଂସଦ ଓ ତାଙ୍କ ସହଯୋଗୀଙ୍କ ବିଭିନ୍ନ ଠିକଣାରୁ ଏ ପର୍ଯ୍ୟନ୍ତ ଜବତ ହେଲାଣି 3 ଶହ କୋଟିରୁ ବି ଅଧିକ ନଗଦ ଟଙ୍କା। ଆୟକର ଫାଙ୍କି ଠୁଳ କରିଥିବା ଟଙ୍କାକୁ ଟ୍ରକରେ ବୋହିନେଇଛନ୍ତି ଆୟକର ଅଧିକାରୀ।

ଅଧିକ ପଢ଼ନ୍ତୁ ଦେଶ ଖବର:

ସିଏମ୍ କିଷାନ
କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନାର ଶୁଭାରମ୍ଭ
ଭୁବନେଶ୍ୱର: ଗଣପର୍ବ ନୂଆଁଖାଇକୁ ନେଇ ଉତ୍ସବ ମୁଖର ସମଗ୍ର ପଶ୍ଚିମ ଓଡ଼ିଶା। ଇଷ୍ଟଦେବୀଙ୍କୁ ନବାନ୍ନ ଅର୍ପଣ ପରେ ନୁଆଁ ଖାଇବେ ଲୋକେ। କାଲି ସମ୍ବଲପୁରରେ ସିଏମ୍ କିଷାନ ଯୋଜନା
ଧର୍ମେନ୍ଦ୍ର
ତିନି ଦିନିଆ ଓଡ଼ିଶା ଗସ୍ତରେ ଧର୍ମେନ୍ଦ୍ର
ଭୁବନେଶ୍ୱର: ତିନି ଦିନିଆ ଓଡ଼ିଶା ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସନ୍ଧ୍ୟାରେ ଭୁବନେଶ୍ବରରେ ପହଞ୍ଚିଛନ୍ତି କେନ୍ଦ୍ରମନ୍ତ୍ରୀ। ଆଜି ଟ୍ରେନ୍ ଯୋଗ
ମହିଳା ଲାଭାର୍ଥୀ
ଓଡିଶା ଇତିହାସର ଗୋଟିଏ ଯୋଜନାରେ ସବୁଠୁ ଅଧିକ ମହିଳା ଲାଭାର୍ଥୀ
ଭୁବନେଶ୍ୱର: ସୁଭଦ୍ରା, ଓଡ଼ିଶା ଇତିହାସରେ ଗୋଟିଏ ଯୋଜନାରେ ସର୍ବାଧିକ ମହିଳା ଲାଭାର୍ଥୀ । ସାରା ରାଜ୍ୟରେ ଉଛୁଳା ଉତ୍ସାହ । ସୁଭଦ୍ରା ରଥର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, କହିଲେ